ସ୍ବଚ୍ଛ ବାୟୁ ହେଉ ମୌଳିକ ଅଧିକାର: ସୁନୀତା

ଭୁବନେଶ୍ୱର, ୨୪।୧୧ (ବନ୍ଦନା ସେଠୀ): ଆମେ ସମସ୍ତେ ଏବେ ଜଳବାୟୁ ପରିବର୍ତ୍ତନ ଭଳି ଏକ ବିରାଟ ସଙ୍କଟ ଦେଇ ଗତି କରୁଛେ। ଏହାକୁ ଆମେ ନିଜେ ହିଁ ତିଆରି କରିଛୁ। ସମ୍ପୂର୍ଣ୍ଣ ମାନବ ସମାଜ ଏକାଠି ହୋଇ ଏହାର ସମାଧାନର ବାଟ ଖୋଜିବା ବର୍ତ୍ତମାନର ସବୁଠାରୁ ବଡ ଆହ୍ବାନ ପାଲଟିଛି। ବର୍ତ୍ତମାନର ବିକାଶ ମଡେଲଗୁଡିକ କେବଳ ସଙ୍କଟକୁ ଅଧିକ ଗଭୀର କରି ଚାଲିଛି ଓ ପରିବେଶଗତ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ସ୍ଥିତି ଏଭଳି ହେଲାଣି ଯେ, ସ୍ବଚ୍ଛ ବାୟୁ ପ୍ରତ୍ୟେକ ନାଗରିକମାନଙ୍କ ମୌଳିକ ଅଧିକାର ହେବା ଉଚିତ ବୋଲି ସେଣ୍ଟର ଫର୍‌ ସ୍‌ାଇନ୍ସ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟ (ସିଏସ୍‌ଇ)ର ମହାନିର୍ଦ୍ଦେଶକ ତଥା ‘ଡାଉନ୍‌ ଟୁ ଆର୍ଥ’ର ସମ୍ପାଦକ ପଦ୍ମଶ୍ରୀ ସୁନୀତା ନାରାୟଣ କହିଛନ୍ତି। ‘ଧରିତ୍ରୀ’ର ୫୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସୋମବାର ସ୍ବସ୍ତିପ୍ରିମିୟମ୍‌ ହୋଟେଲ୍‌ଠାରେ ଆୟୋଜିତ ୟୁଥ୍‌ କନ୍‌କ୍ଲେଭ୍‌ର ପଞ୍ଚମ ସଂସ୍କରଣ ‘କ୍ଲାଇମେଟ୍‌ ଚେଞ୍ଜ: ଫାଇଣ୍ଡିଂ ସଲ୍ୟୁସନ’ରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସେ ଏହା କହିଛନ୍ତି।

ବାୟୁ ପ୍ରଦୂଷଣ ଏବେ ପ୍ରମୁଖ ସମସ୍ୟା ପାଲଟିଛି। ପାଶ୍ଚାତ୍ୟ ଦେଶ ଗୁଡିକ ଏହାର ଛୋଟ ଛୋଟ ସମାଧାନ ପାଇଥିଲେ ମଧ୍ୟ ଏହା ସମସ୍ୟା ପରିମାଣଠାରୁ ବହୁତ କମ୍‌ ବୋଲି ସେ ଆହୁରି କହିଛନ୍ତି ଯେ, ଭାରତର କିଛି ଭାଗରେ ପ୍ରତ୍ୟେକ ଦିନ କିଛି ନା କିଛି ବିପର୍ଯ୍ୟୟ ଦେଖିବାକୁ ମିଳୁଛି। ଗରିବ ଲୋକଙ୍କ ଉପରେ ଏହାର ସବୁଠାରୁ ଅଧିକ ପ୍ରଭାବ ପଡୁଛି ଏବଂ ଏମାନେ ସେହି ଲୋକ ଯେଉଁମାନଙ୍କର ବାୟୁମଣ୍ଡଳରେ ଗ୍ରୀନ ହାଉସ୍‌ ଗ୍ୟାସ ଭଣ୍ଡାର ସୃଷ୍ଟିରେ ଯୋଗଦାନ ନାହିଁ।

ଏହି ଅବସରରେ ଝାଡଖଣ୍ଡର ପରିବେଶବିତ୍‌ ପଦ୍ମଶ୍ରୀ ଚାମୀ ର୍ମୁମୁଙ୍କୁ ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ପୁରସ୍କାରର ପ୍ରତି ଉତ୍ତରରେ ଚାମୀ ନିଜର ୩୮ବର୍ଷର ସଂଘର୍ଷମୟ ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ତାଙ୍କ ଅଞ୍ଚଳରେ ବଞ୍ଜର ଜମି ରହିଥିଲା। ତେଣୁ ସେଠାରେ କିପରି ଗଛ ଲଗାଇ ସବୁଜ ବନାନୀ ସୃଷ୍ଟି ହେବ ସେ ନେଇ ଆଖପାଖ ଗଁାର ଲୋକଙ୍କୁ ନେଇ ବୈଠକ କରିଥିଲେ। କେମିତି ଗଛ ଲଗାଇବେ ଜାଣି ନଥିବାରୁ ବନ ବିଭାଗ ସହିତ ସମ୍ପର୍କ କରିଥିଲେ। ଗଛ ଲଗାଇ କିପରି ତାହାର ଯତ୍ନ ନିଆଯିବ ସେ ନେଇ ଗ୍ରାମର କିଛି ମହିଳା ୧ମାସ ଶ୍ରମିକ ଭାବେ କାମ କରିଥିଲେ। କାମ ଶିଖିବା ପରେ ନର୍ସରୀ ଆରମ୍ଭ କରିଥିଲେ। ପରେ ‘ସହଯୋଗୀ ମହିଳା’ ନାମରେ ଏକ ସଂଗଠନ ଗଠନ କରି ଚାରାରୋପଣ ଆରମ୍ଭ କରିଥିଲେ। ଏଥିସହିତ ମହିଳାଙ୍କୁ କିଭଳି ଏହି କାମରେ ସାମିଲ କରିବା ସହିତ ରୋଜଗାରକ୍ଷମ କରାଯାଇ ପାରିବ ସେ ନେଇ କାମ କରିଥିଲେ। ବର୍ତ୍ତମାନ ସଂଗଠନ ସହଯୋଗରେ ଚାରାରୋପଣ କରାଯିବା ସହିତ ସବୁଜ ବନାନୀ ସୃଷ୍ଟି କରାଯାଉଛି ବୋଲି ପଦ୍ମଶ୍ରୀ ମୁର୍ମୁ କହିଥିଲେ। କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବରେ କୋଲକାତାରେ ଅବସ୍ଥାପିତ ବ୍ରିଟିଶ ଡେପୁଟି ହାଇକମିଶନର ଡ. ଆଣ୍ଡ୍ର୍ୟୁ ଫ୍ଲେମିଙ୍ଗ ଯୋଗଦେଇ କହିଲେ, ଆଜିର ଯୁବପିଢ଼ି ମାନବ ଇତିହାସର ସବୁଠାରୁ ପ୍ରଭାବଶାଳୀ। ବର୍ତ୍ତମାନ ଯୁବପିଢିଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିଲେ ହେଁ ଏହାର ସମାଧାନ ପାଇଁ ମଧ୍ୟ ସେମାନେ ଆଗେଇ ଆସୁଛନ୍ତି। ସେମାନଙ୍କର ନିରନ୍ତର ପ୍ରଚେଷ୍ଟା, କାର୍ଯ୍ୟ ପ୍ରତି ଦୃଢ ପ୍ରତିବଦ୍ଧତା ଭବିଷ୍ୟତ ପିଢି ପାଇଁ ଆଶା ପ୍ରକାଶ କରୁଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଓଡ଼ିଶାର ଅଧିକାଂଶ ଅଞ୍ଚଳ ତୀବ୍ରଭାବେ ପ୍ରଭାବିତ ହେଉଛି। ଏଭଳି ସ୍ଥଳେ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବା ପାଇଁ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ପ୍ରୟାସକୁ ଡ. ଫ୍ଲେମିଙ୍ଗ୍‌ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଭାବେ ବନ୍ୟପ୍ରାଣୀ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଯୋଗଦେଇ ଆମକୁ ପୃଥିବୀରେ ଥିବା ସମସ୍ତ ଜୀବଜନ୍ତୁଙ୍କ ସୁରକ୍ଷା ନେଇ ଆଗେଇ ଆସିବା ଉଚିତ୍‌ ବୋଲି କହିଥିଲେ। ଏଥିସହିତ ଗ୍ରେଟ୍‌ର ଆଡ୍‌ଜୁଟାଣ୍ଟ ଷ୍ଟୋର୍କ (ସ୍ଥାନୀୟ ଭାଷାରେ ‘ହର୍ଗିଲା’ ପକ୍ଷୀ ଭାବେ ଜଣାଶୁଣା)ର ସଂରକ୍ଷଣ ଆରମ୍ଭ ସମୟରେ ତାଙ୍କୁ କିଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ସେ ବିଷୟରେ ବର୍ଣ୍ଣନା କରିଥିଲେ। ‘ହର୍ଗିଲା’ ପକ୍ଷୀକୁ ପ୍ରଥମେ ଅଶୁଭ ଭାବେ ବିବେଚନା କରାଯାଉଥିଲା। ଏପରିକି ପକ୍ଷୀମାନେ ଯେଉଁ ଗଛରେ ରହିବା ପାଇଁ ଚେଷ୍ଟା କରୁଥିଲେ ଲୋକମାନେ ସେହି ଗଛକୁ କାଟି ଦେଉଥିଲେ। ୨୦୦୭ ମସିହାରେ ଏହି ପକ୍ଷୀଙ୍କ ସୁରକ୍ଷା ପାଇଁ ମୁଁ ଅଣ୍ଟା ଭିଡିଥିଲି। ଦିନେ ମତେ ଗୋଟିଏ ଗାଁରୁ ଏକ ଫୋନ୍‌ କଲ୍‌ ଆସିଥିଲା। ଜଣେ ବ୍ୟକ୍ତିଙ୍କ ଘରପାଖ ଗଛରେ ହର୍‌ଗିଲା ପକ୍ଷୀ ବସା ବାନ୍ଧି ଥିବାରୁ ବ୍ୟକ୍ତି ଜଣକ ସେହି ଗଛକୁ କାଟିବାକୁ ଯାଉଥିଲେ। ଖବର ପାଇବା ପରେ ମୁଁ ସେଠାକୁ ଯାଇ ତାଙ୍କୁ ଅଟକାଇ ଥିଲି। ସେମାନେ ଏହି ପକ୍ଷୀକୁ ଅଶୁଭ କହିବା ସହିତ ତାହାର ବଞ୍ଚତ୍ବାର ଅଧିକାର ନାହିଁ ବୋଲି କହିଥିଲେ। ଏପରିକି ଘଟଣାରୁ ଦୂରେଇ ରହିବା ପାଇଁ ମତେ ମଧ୍ୟ ଗାଳି, ଧମକ ଦେଇଥିଲେ। ସେହି ଦିନଠାରୁ ମୁଁ ଲୋକଙ୍କ ମନରେ ହର୍‌ଗିଲା ପକ୍ଷୀକୁ ନେଇ ରହିଥିବା ଭ୍ରାନ୍ତ ଧାରଣା ଦୂରେଇବା ପାଇଁ ଚେଷ୍ଟା ଆରମ୍ଭ କରିଥିଲି। ଏହି ଘଟଣା ମୋ ଜୀବନର ମୋଡ ପରିବର୍ତ୍ତନ କରିଥିଲା। ଏହାପରେ ମହିଳାମାନଙ୍କୁ ନେଇ ଏହି ପକ୍ଷୀଙ୍କ ସୁରକ୍ଷା ଦିଗରେ କାମ କରିବା ପାଇଁ ଚେଷ୍ଟା କରିଥିଲି। ପ୍ରଥମେ ଏହାକୁ କେହି ଗ୍ରହଣ କରି ନଥିଲେ, ମାତ୍ର ପରେ ଆମର ପ୍ରୟାସକୁ ସମର୍ଥନ ମିଳିଥିଲା। ଲୋକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ହେଲାଣି। ବର୍ତ୍ତମାନ ୨୦ହଜାର ମହିଳାଙ୍କୁ ନେଇ ‘ହର୍ଗିଲା ଆର୍ମି’ ଗଠନ କରାଯାଇଛି। ଏମାନେ ପକ୍ଷୀ ବସା ବାନ୍ଧିଥିବା ଗଛଗୁଡ଼ିକୁ ସୁରକ୍ଷା ଦେବା ସହ ଆର୍ଦ୍ରଭୂମି ବାସସ୍ଥାନର ପୁନରୁଦ୍ଧାର ଏବଂ ସଂରକ୍ଷଣ କରିବା ନେଇ କାମ କରୁଛନ୍ତି। ହର୍ଗିଲା ଭଳି ଅଣଦେଖା କରାଯାଉଥିବା ଅନ୍ୟ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଆମେ ସମସ୍ତେ ଆଗେଇ ଆସିବା ଆବଶ୍ୟକ ବୋଲି ପୂର୍ଣ୍ଣିମା କହିଥିଲେ।

ପ୍ରାରମ୍ଭରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଆଦ୍ୟାଶା ସତପଥି ସ୍ବାଗତ ଭାଷଣ ଦେଇ କହିଲେ, ‘କ୍ଲାଇମେଣ୍ଟ ଗ୍ରାଣ୍ଟ’ ପ୍ରୟାସ ତୃଣମୂଳସ୍ତରରେ ପରିବେଶ ପାଇଁ କାମ କରୁଥିବା ବ୍ୟକ୍ତିଙ୍କୁ ସହଯୋଗ ଦେବା, ସେମାନଙ୍କୁ ତାଙ୍କ ସମୁଦାୟରେ ଯଥୋଚିତ ସ୍ବୀକୃତି ଦେବା ପାଇଁ ଆରମ୍ଭ କରାଯାଇଛି। ଗ୍ରାଣ୍ଟ ମାଧ୍ୟମରେ ଯୁବ ପରିବେଶକର୍ମୀମାନେ କେବଳ ପରିଚିତ ଲାଭ କରୁନାହାନ୍ତି, ବରଂ ଅଧିକ ସାଧନ ମଧ୍ୟ ପାଉଛନ୍ତି ବୋଲି ଆଦ୍ୟାଶା ମତ ରଖିଥିଲେ। ସଭା ଶେଷରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ କହିଲେ, ଅତିଥିମାନନେ କେବଳ ଭାଷଣ ଦେଇ ନାହାନ୍ତି, ଏହା ସେମାନଙ୍କର ଭଲପାଇବା। ଗତ ୮ବର୍ଷ ହେବ ‘ଧରିତ୍ରୀ’ ଓ ‘ଓଡିଶା ପୋଷ୍ଟ’ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ କାମ କରୁଛି। ସେହିପରି ପ୍ରତ୍ୟେକ ଲୋକ ଚାହିଁଲେ ପରିବେଶ କ୍ଷେତ୍ରରେ ପରିବର୍ତ୍ତନ ଆଣିପାରିବେ। ମରିବା ବେଳେ ଆମେ କିଛି ନେବାନି ମାତ୍ର ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରିବା, ଯାହାକି ଆଗାମୀ ପିଢିକୁ ସାହାଯ୍ୟ କରିବ। ସୁନ୍ଦର, ସବୁଜ ପୃଥିବୀ ର୍ନିମାଣ ପାଇଁ ଆମେ କାମ କରୁଛୁ, ଆଗକୁ ମଧ୍ୟ କାମ କରିବୁ। ସେହିପରି ଯୁବ ପିଢି ପରିବେଶ ପାଇଁ କାର୍ଯ୍ୟ କରିବା ଉଚିତ ଏବଂ ମୋବାଇଲ ଛାଡି ଖବରକାଗଜ ପଢିବା ଉଚିତ ବୋଲି ତଥାଗତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri