ଆଜି ମଧ୍ୟରାତ୍ରରେ ଧରାବତରଣ

ଭୁବନ, ୪।୧୧(ଡି.ଏନ୍‌.ଏ.)  ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଏବଂ ବ୍ଲକର ପ୍ରସିଦ୍ଧ କାଳୀପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ୪ ସ୍ଥାନରେ ପୂଜା ଅନୁଷ୍ଠିତ ହେଉଛି। ଗୁରୁବାର ମଧ୍ୟରାତ୍ରରେ ମା’ ଧରାବତରଣ କରିବେ। ସରକାରୀ ଗାଇଡ୍‌ଲାଇନ୍‌ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ହେବାକୁ ଥିବାବେଳେ ମା’ଙ୍କ ସ୍ବାଗତ ପାଇଁ ଚଳଚଞ୍ଚଳ ହୋଇଉଠିଛି ପୂଜାମଣ୍ଡପ।
ଏନ୍‌ଏସିର କାଳୀବଜାର ବଣିକ ସଂଘ ପକ୍ଷରୁ ଅନୁଷ୍ଠିତ କାଳୀପୂଜାର ସ୍ବତନ୍ତ୍ରତା ରହିଛି। ସବୁବର୍ଷ ମା’ଙ୍କ ପୂଜା ସମୟରେ ଅଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ନୃତ୍ୟଗୀତ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଥିଲା। ହେଲେ ୨ ବର୍ଷ ହେଲା ମହାମାରୀ ପାଇଁ କେବଳ ପରମ୍ପରା ରକ୍ଷା ଲାଗି ପୂଜା ଅନୁଷ୍ଠିତ ହେଉଛି। ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ନୃତ୍ୟସଙ୍ଗୀତ ପ୍ରତିଯୋଗିତା ବନ୍ଦରହିଛି। ଚଳିତବର୍ଷ ପୂଜା ବଜେଟ୍‌ କମାଇ ଦିଆଯାଇଥିବାବେଳେ ମଣ୍ଡପରେ କେବଳ ନୀତି ଅନୁଷ୍ଠିତ ହେବ। ଚଳିତବର୍ଷ ସୁଧାଂଶୁ ଶେଖର ଶତପଥୀ ପୁରୋଧା ଭାବେ ଦାୟିତ୍ୱ ନିର୍ବାହ କରିବେ। ଗୁରୁବାର ମଧ୍ୟରାତ୍ରରୁ ମା’ଙ୍କ ପୂଜା ଆରମ୍ଭ ହେବ। ଏଥିପୂର୍ବରୁ କଳସ ସ୍ଥାପନ କରାଯିବ। ରାତି ସାଢ଼େ ୧ଟା ମଧ୍ୟରେ ମୁଖ୍ୟପୂଜା, ୨ଟାରେ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହେବ। ଏହାପରେ ବୈଦିକ ନୀତି ଅନୁଯାୟୀ ମହାଆଳତି କରାଯିବ। ମଣ୍ଡପରେ ୫ଦିନ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ଶନିବାର ସାମୂହିକ ପ୍ରସାଦ ସେବନ, ସୋମବାର ମଣ୍ଡପରେ ଆନୁଷ୍ଠାନିକ ବିସର୍ଜନ ଏବଂ ବୁଧବାର ଭସାଣି ଲାଗି ନିଷ୍ପତ୍ତି ହୋଇଛି। ସେହିପରି ସିନେମା ହଲ୍‌ ଛକରେ ମଧ୍ୟ ଅନୁରୂପ ପୂଜା ପାଳନ କରାଯିବ।
ଅପରପକ୍ଷେ ମୃଦଙ୍ଗା ହାଟଛକ ଏବଂ ମଠକରଗୋଳାରେ ପାରମ୍ପରିକ ନୀତି ଅନୁଯାୟୀ ମା’କାଳୀଙ୍କ ପୂଜା ଅନୁଷ୍ଠିତ ହେବ। ମଣ୍ଡପରେ ରବିବାର ବିସର୍ଜନ କାର୍ଯ୍ୟକ୍ରମ ସମାପନ ହେବାକୁ ଥିବାବେଳେ ସୋମବାର ମା’ଙ୍କୁ ମେଲାଣି ଦିଆଯିବ। ସର୍ବସାଧାରଣଙ୍କ ଦର୍ଶନ ବାରଣ ଥିବାବେଳେ ସମସ୍ତ ମଣ୍ଡପରେ କଟକଣା କଡ଼ାକଡ଼ି ପାଳନ କରାଯିବ ବୋଲି ପୂଜା ପ୍ରତିଷ୍ଠାନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri