ସାରା ଦେଶରେ ୧୫ ଟନ୍‌ ସୁନା ବିକ୍ରି

ନୂଆଦିଲ୍ଲୀ, ୪।୧୧: ଚଳିତ ବର୍ଷର ଧନ୍‌ତେରସ ପୂର୍ବ ରେକର୍ଡ ଭାଙ୍ଗିଛି। ଧନ୍‌ତେରସରେ ପ୍ରଥମ ଥର ଲାଗି ସାରା ଦେଶରେ ୧୫ ଟନ ସୁନା ବିକ୍ରି ହୋଇଛି। ଏହାର ମୂଲ୍ୟ ପ୍ରାୟ ୭୫୦୦କୋଟି ଟଙ୍କା ହେବ। କରୋନା ଯୋଗୁ ଦେଶର ଜୁଏଲେରି ଶିଳ୍ପ ମାନ୍ଦାବସ୍ଥା ଦେଇ ଗତି କରୁଥିଲା। ତେବେ ଧନ୍‌ତେରସରେ ଚଳିତ ବର୍ଷ ବିକ୍ରି ଉନ୍ନତ ରହିବ ବୋଲି ଆକଳନ କରାଯାଇଥିଲା। ମଙ୍ଗଳବାର ଜୁଏଲର୍ସଙ୍କ ବିକ୍ରି ବେଶ୍‌ ଉନ୍ନତ ରହିଛି। ଭୁବନେଶ୍ୱର ସମେତ ମୁମ୍ବାଇ, ଦିଲ୍ଲୀ, ଜୟପୁର ଏବଂ ଅହମ୍ମଦାବାଦ ଭଳି ସହରରେ ବିକ୍ରି ଆଶାଜନକ ରହିଥିବା ଶିଳ୍ପ ପକ୍ଷରୁ ସୂଚନା ମିଳିଛି। ଦେଶର ବିଭିନ୍ନ ପ୍ରାନ୍ତରେ ରହିଥିବା ସୁନା ଦୋକାନଗୁଡିକରେ ଗ୍ରାହକଙ୍କ ଭିଡ଼ ଦେଖାଯାଇଥିବା ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପକ୍ଷରୁ ସୂଚନା ମିଳିଛି।
ସୂଚନା ମୁତାବକ, ନୂଆଦିଲ୍ଲୀରେ ୧ ହଜାର କୋଟି ଟଙ୍କାର ସୁନା ଗହଣା କାରବାର ହୋଇଥିବା ବେଳେ ଦକ୍ଷିଣ ଭାରତରେ ଏହା ପ୍ରାୟ ୨ ହଜାର କୋଟି ଟଙ୍କା ହେବ। ୨୦୨୧ ପ୍ରଥମ ୬ ମାସରେ ଭାରତ ୭୦୦ ଟନ୍‌ ସୁନା ଆମଦାନୀ କରିଛି। ଚଳିତ ବର୍ଷ ଅଦ୍ୟାବଧି ସୁନା ଶସ୍ତା ରହିଥିବା ବ୍ୟବସାୟୀମାନେ କହିଛନ୍ତି। ସେହିଭଳି ପାର୍ବଣ ଏବଂ ବିବାହ ଋତୁ ଚାଲିଥିବାରୁ ଲୋକମାନେ ଅଧିକ ପରିମାଣର ସୁନା କ୍ରୟ କରିଛନ୍ତି। ସୁନାଗହଣା ସହ ଗୋଲ୍ଡ କଏନର ବିକ୍ରି ମଧ୍ୟ ଉନ୍ନତ ରହିଥିବା ବ୍ୟବସାୟୀମାନେ କହିଛନ୍ତି।
ଯୋଗୁ ଅର୍ଥ ବ୍ୟବସ୍ଥା ପ୍ରଭାବିତ ସ୍ଥିତିରେ ରହିଛି। ଏହି ସମୟରେ ଲୋକମାନେ ସୁନାଗହଣା କିଣିବାକୁ ଏତେଟା ଆଗ୍ରହ ଦେଖାଇ ନ ଥିଲେ। ୨୦୧୯ ଏବଂ ୨୦୨୦ରେ ସୁନାଗହଣା ଦର ମଧ୍ୟ ଦ୍ରୁତଭାବେ ବଢ଼ିଥିଲା। ମାତ୍ର ଚଳିତ ବର୍ଷ ସୁନା ଦର ଏତେଟା ବଢ଼ିନାହିଁ। ଟାଟା ଗ୍ରୁପ୍‌ର ବ୍ରାଣ୍ଡ ଟାଇଟାନର ସେପ୍ଟେମ୍ବର ତ୍ରୈମାସ ଆୟ ୭୭% ବଢ଼ିଛି। ସମସ୍ତ ସେଗ୍‌ମେଣ୍ଟ ଭଲ ପ୍ରଦର୍ଶନ କରିବାରୁ ଏଭଳି ସ୍ଥିତି ଦେଖାଯାଇଛି ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏମ୍‌ଏମ୍‌ଟିସି ଏମ୍‌ଡି ବିକାଶ ସିଂ କହିଛନ୍ତି, ଲୋକଙ୍କର କ୍ରୟ ପାର୍ବଣ ଏବଂ ଧନ୍‌ତେରସରେ ବଢ଼ିଥିବାରୁ ଷ୍ଟକ ସରିଯାଇଛି। ଗତ କିଛି ଦିନ ହେବ ଲୋକଙ୍କ ସୁନା କ୍ରୟରେ ବେଶ୍‌ ବୃଦ୍ଧି ଘଟିଛି। ବାଙ୍ଗାଲୋର ଭିତ୍ତିକ ଜଣେ ଜୁଏଲର୍ସ କହିଛନ୍ତି, ସୁନାଗହଣା ବିକ୍ରି ୬୫% ବଢ଼ିଛି। ଉତ୍ପାଦନଠାରୁ ବିକ୍ରି ଅଧିକ ରହିଛି। ଫଳରେ ଷ୍ଟକ୍‌ ସରିଯାଇଛି। କରୋନା ଯୋଗୁ ସୁନାଗହଣା ପ୍ରସ୍ତୁତି ପ୍ରଭାବିତ ରହିଥିଲା ମାତ୍ର ବିକ୍ରି ଚଳିତ ବର୍ଷ ବୃଦ୍ଧି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?