ସାରା ଦେଶରେ ୧୫ ଟନ୍‌ ସୁନା ବିକ୍ରି

ନୂଆଦିଲ୍ଲୀ, ୪।୧୧: ଚଳିତ ବର୍ଷର ଧନ୍‌ତେରସ ପୂର୍ବ ରେକର୍ଡ ଭାଙ୍ଗିଛି। ଧନ୍‌ତେରସରେ ପ୍ରଥମ ଥର ଲାଗି ସାରା ଦେଶରେ ୧୫ ଟନ ସୁନା ବିକ୍ରି ହୋଇଛି। ଏହାର ମୂଲ୍ୟ ପ୍ରାୟ ୭୫୦୦କୋଟି ଟଙ୍କା ହେବ। କରୋନା ଯୋଗୁ ଦେଶର ଜୁଏଲେରି ଶିଳ୍ପ ମାନ୍ଦାବସ୍ଥା ଦେଇ ଗତି କରୁଥିଲା। ତେବେ ଧନ୍‌ତେରସରେ ଚଳିତ ବର୍ଷ ବିକ୍ରି ଉନ୍ନତ ରହିବ ବୋଲି ଆକଳନ କରାଯାଇଥିଲା। ମଙ୍ଗଳବାର ଜୁଏଲର୍ସଙ୍କ ବିକ୍ରି ବେଶ୍‌ ଉନ୍ନତ ରହିଛି। ଭୁବନେଶ୍ୱର ସମେତ ମୁମ୍ବାଇ, ଦିଲ୍ଲୀ, ଜୟପୁର ଏବଂ ଅହମ୍ମଦାବାଦ ଭଳି ସହରରେ ବିକ୍ରି ଆଶାଜନକ ରହିଥିବା ଶିଳ୍ପ ପକ୍ଷରୁ ସୂଚନା ମିଳିଛି। ଦେଶର ବିଭିନ୍ନ ପ୍ରାନ୍ତରେ ରହିଥିବା ସୁନା ଦୋକାନଗୁଡିକରେ ଗ୍ରାହକଙ୍କ ଭିଡ଼ ଦେଖାଯାଇଥିବା ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପକ୍ଷରୁ ସୂଚନା ମିଳିଛି।
ସୂଚନା ମୁତାବକ, ନୂଆଦିଲ୍ଲୀରେ ୧ ହଜାର କୋଟି ଟଙ୍କାର ସୁନା ଗହଣା କାରବାର ହୋଇଥିବା ବେଳେ ଦକ୍ଷିଣ ଭାରତରେ ଏହା ପ୍ରାୟ ୨ ହଜାର କୋଟି ଟଙ୍କା ହେବ। ୨୦୨୧ ପ୍ରଥମ ୬ ମାସରେ ଭାରତ ୭୦୦ ଟନ୍‌ ସୁନା ଆମଦାନୀ କରିଛି। ଚଳିତ ବର୍ଷ ଅଦ୍ୟାବଧି ସୁନା ଶସ୍ତା ରହିଥିବା ବ୍ୟବସାୟୀମାନେ କହିଛନ୍ତି। ସେହିଭଳି ପାର୍ବଣ ଏବଂ ବିବାହ ଋତୁ ଚାଲିଥିବାରୁ ଲୋକମାନେ ଅଧିକ ପରିମାଣର ସୁନା କ୍ରୟ କରିଛନ୍ତି। ସୁନାଗହଣା ସହ ଗୋଲ୍ଡ କଏନର ବିକ୍ରି ମଧ୍ୟ ଉନ୍ନତ ରହିଥିବା ବ୍ୟବସାୟୀମାନେ କହିଛନ୍ତି।
ଯୋଗୁ ଅର୍ଥ ବ୍ୟବସ୍ଥା ପ୍ରଭାବିତ ସ୍ଥିତିରେ ରହିଛି। ଏହି ସମୟରେ ଲୋକମାନେ ସୁନାଗହଣା କିଣିବାକୁ ଏତେଟା ଆଗ୍ରହ ଦେଖାଇ ନ ଥିଲେ। ୨୦୧୯ ଏବଂ ୨୦୨୦ରେ ସୁନାଗହଣା ଦର ମଧ୍ୟ ଦ୍ରୁତଭାବେ ବଢ଼ିଥିଲା। ମାତ୍ର ଚଳିତ ବର୍ଷ ସୁନା ଦର ଏତେଟା ବଢ଼ିନାହିଁ। ଟାଟା ଗ୍ରୁପ୍‌ର ବ୍ରାଣ୍ଡ ଟାଇଟାନର ସେପ୍ଟେମ୍ବର ତ୍ରୈମାସ ଆୟ ୭୭% ବଢ଼ିଛି। ସମସ୍ତ ସେଗ୍‌ମେଣ୍ଟ ଭଲ ପ୍ରଦର୍ଶନ କରିବାରୁ ଏଭଳି ସ୍ଥିତି ଦେଖାଯାଇଛି ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏମ୍‌ଏମ୍‌ଟିସି ଏମ୍‌ଡି ବିକାଶ ସିଂ କହିଛନ୍ତି, ଲୋକଙ୍କର କ୍ରୟ ପାର୍ବଣ ଏବଂ ଧନ୍‌ତେରସରେ ବଢ଼ିଥିବାରୁ ଷ୍ଟକ ସରିଯାଇଛି। ଗତ କିଛି ଦିନ ହେବ ଲୋକଙ୍କ ସୁନା କ୍ରୟରେ ବେଶ୍‌ ବୃଦ୍ଧି ଘଟିଛି। ବାଙ୍ଗାଲୋର ଭିତ୍ତିକ ଜଣେ ଜୁଏଲର୍ସ କହିଛନ୍ତି, ସୁନାଗହଣା ବିକ୍ରି ୬୫% ବଢ଼ିଛି। ଉତ୍ପାଦନଠାରୁ ବିକ୍ରି ଅଧିକ ରହିଛି। ଫଳରେ ଷ୍ଟକ୍‌ ସରିଯାଇଛି। କରୋନା ଯୋଗୁ ସୁନାଗହଣା ପ୍ରସ୍ତୁତି ପ୍ରଭାବିତ ରହିଥିଲା ମାତ୍ର ବିକ୍ରି ଚଳିତ ବର୍ଷ ବୃଦ୍ଧି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଦବହୁଳତାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଅଧାଗ୍ଲାସେ…

ଥଣ୍ଡା କ୍ଷୀର ପିଇଲେ ଅନେକ ସୁଫଳ ମିଳିଥାଏ। ଏହା ଦ୍ୱାରା ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଦୂର ହୁଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ମେଦବହୁଳ ରୋଗୀଙ୍କ ପାଇଁ...

କେଜ୍‌ରିଓ୍ବାଲଙ୍କୁ ଭେଟିଲେ ସୋନୁ ସୁଦ

ନୂଆଦିଲ୍ଲୀ,୨୭।୮: ଚଳଚ୍ଚିତ୍ର ଅଭିନେତା ସୋନୁ ସୁଦ ଶୁକ୍ରବାର ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଭେଟିଛନ୍ତି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ରାଘବ ଚଢା...

ତ୍ରିକୋଣୀୟ ପ୍ରେମର ଦୁଃଖଦ ଅନ୍ତ: ଦୁଇ ଗର୍ଲଫ୍ରେଣ୍ଡଙ୍କୁ ଡାକିଲେ, ଜଣଙ୍କୁ ବଞ୍ଚାଇବା ପାଇଁ…

ବେଙ୍ଗାଲୁରୁ,୩।୨: କର୍ନାଟକରେ ତ୍ରିକୋଣୀୟ ପ୍ରେମର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦକ୍ଷିଣ କନ୍ନଡ ଜିଲାର ସୋମେଶ୍ୱରା ବିଚ୍‌କୁ ଜଣେ ଯୁବକ ତାଙ୍କର ଦୁଇ ଗର୍ଲଫ୍ରେଣ୍ଡଙ୍କୁ...

ପାଶଓ୍ବାନଙ୍କ ନୀତୀଶ ପ୍ରେମ

ପାଟନା,୧୬।୯: କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶଓ୍ବାନ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି। ପାଶଓ୍ବାନ କହିଛନ୍ତି...

ଅଂଶଧନ ଗ୍ରହଣ କରିବ ଆମାଜନ

ନୂଆଦିଲ୍ଲୀ,୨୩।୧୨: କାଟାମାରାନ୍‌ ଓ ଆମାଜନର ଯୌଥ ଉଦ୍ୟୋଗ ‘ପ୍ରିଓନି ବିଜନେସ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ର ସମସ୍ତ ଆବଶ୍ୟକୀୟ ନିୟାମକ ମଂଜୁରି ହାସଲ ସହ ଆମାଜନ୍‌ ଏହାକୁ...

ନ୍ୟାୟ ଦେବ କିଏ: ରାଜସ୍ଥାନରେ ଭାଜପା,ଉତ୍ତରପ୍ରଦେଶରେ କଂଗ୍ରେସର ପ୍ରଦର୍ଶନ

ବାରାଂ/ହାଥରସ, ୫।୧୦: ଉତ୍ତରପ୍ରଦେଶର ହାଥରସ୍‌ ଏବଂ ରାଜସ୍ଥାନର ବାରାଂରେ ଘଟିଥିବା ବଳାତ୍କାର ଘଟଣା ନେଇ ଏବେ ଦେଶରେ ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି। ଭାଜପା...

ସୋମବାର ସକାଳ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ପାଳନ ହେବ ‘ଜନତା କର୍ଫ୍ୟୁ’

ମୁମ୍ବାଇ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ରବିବାର ସାରା ଦେଶରେ ପାଳନ କରାଯାଉଛି ‘ଜନତା କର୍ଫ୍ୟୁ’। ଏହି ସମୟରେ ଦେଶବାସୀ ନିଜ ନିଜ ଘରେ...

ଏଲ୍‌ଏସିରେ ଯୁଦ୍ଧ ଭଳି ସ୍ଥିତି

ନୂଆଦିଲ୍ଲୀ/ ଲେହ,୧୯ା୬:ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତ ଓ ଚାଇନା ସେନା ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷର ସୈନ୍ୟ ମୃତାହତ ହେବା ପରେ ପ୍ରକୃତ ନିୟନ୍ତ୍ରଣ...

Advertisement
Archives

Model This Week