ଧର୍ମଶାଳା,୨୩।୧୧ (ଶିବପ୍ରସାଦ ମହାନ୍ତି): ଆକ୍ସନ ମୋଡରେ ଧର୍ମଶାଳା ପୋଲିସ। ଧର୍ମଶାଳା ପୋଲିସ ବାରମ୍ବାର ସ୍ଥାନୀୟ ଅଞ୍ଚଳର ବିଭିନ୍ନ ମନ୍ଦିରରୁ ପୂଜା ସାମଗ୍ରୀ ଚୋରି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ବିଳମ୍ବିତ ରାତିରେ ଆଉ ଦୁଇ ଜଣଙ୍କୁ ଉଠାଇ ଆଣିଥିବା ସୂଚନା ମିଳିଛି। ମୋଟ ଉପରେ ୪ ଜଣ ଅଟକ ଥିବା ବେଳେ ଜଣେ ନାବାଳକ ଅଛନ୍ତି। ଆଉ ଜଣେ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ବୋଲି ଜଣା ପଡ଼ିଛି। ଲୁଟେରା ମନ୍ଦିରରୁ ପୂଜା ସାମଗ୍ରୀ ଘଣ୍ଟି, ଘଣ୍ଟା, ଢାଲ, ପିତଳ ବାସନ କୁସନ ଚୋରି କରି ଜାରକା ଅଞ୍ଚଳରେ ଥିବା ଏକ ବ୍ୟବସାୟୀଙ୍କୁ ବିକ୍ରି କରୁଥିବା ଜାଣିବାକୁ ପାଇଥିଲା। ପରେ ଉକ୍ତ ଦୋକାନ ଏବଂ ତାଙ୍କ ଘରେ ଚଢ଼ାଉ ମଧ୍ୟ କରାଯାଇଥିଲା।
ଏମାନଙ୍କର ଚୋରି କାରବାର ଚେର ଆହୁରି ମଧ୍ୟ ଲମ୍ବା ଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି। ପୋଲିସ ଘଟଣାର ଗୁମର ଖୋଲିବା ପାଇଁ ଲିଙ୍କ୍ରେ ଥିବା ଲୁଟେରା ଏବଂ ନିଶାଡଙ୍କୁ ଖୋଜିବୁଲୁଛି । ଛକ ଛକରେ ଘୁରି ବୁଲୁଛି ପୋଲିସ ଗାଡି। ରାତି ହେଲେ ବଢିଛି ପାଟ୍ରୋଲିଙ୍ଗ ଯାହା ଉପରେ ସନ୍ଦେହ ହେଉଛି ପଚାରି ବୁଝୁଛି ପରିଚୟ। କିଛି ଦିନ ହେବ ବାରମ୍ବାର ଚୋରି ବଢ଼ି ଚାଲି ଥିବା ବେଳେ ପୋଲିସ ପକ୍ଷରୁ କଢ଼ା କଢି ଯାଞ୍ଚ ଚାଲିଛି।

