Posted inଜାତୀୟ

ପିଲା ଅନଲାଇନ୍‌ ପାଠ ପଢିବା ପାଇଁ ଗାଈ ବିକିଦେଲେ କୃଷକ, ପର୍ଚୁନର ଗାଡି ଚଢି ବିଧାୟକ ଆସି ଦେଲେ ଏତିକି ଟଙ୍କାର ସହାୟତା

ଦେହରା,୨୨।୭: ହିମାଚଳ ପ୍ରଦେଶର କାଙ୍ଗଡା ଜିଲାରେ ଜ୍ୱାଳାମୁଖୀ ବିଧାନସଭା କ୍ଷେତ୍ରରେ ଥିବା ଗୁମ୍ମର ଗ୍ରାମରେ ଜଣେ ଗରିବ କୃଷକ ନିଜ ପିଲା ଅନଲାଇନ୍‌ ପାଠ ପଢିବା ପାଇଁ ଗାଈ ବିକି ଦେଇଛନ୍ତି। ଏହି ଟଙ୍କାରେ ସେ ପିଲାଙ୍କ ପାଇଁ ଏକ ସ୍ମାର୍ଟ ଫୋନ କିଣିଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜ୍ୱାଳାମୁଖୀ ଭାଜପା ବିଧାୟକ ତଥା ଯୋଜନା ବୋର୍ଡ ଉପାଧ୍ୟକ ରମେଶ ଧଓ୍ବାଲା କୃଷକଙ୍କ ଘରେ ପହଞ୍ଚି ତାଙ୍କୁ ମାତ୍ର ୨ ହଜାର ଟଙ୍କା ସହାୟତା ଦେଇଥିଲେ। ଏହାକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ସମାଜସେବୀ ସଞ୍ଜୟ ଶର୍ମା ପ୍ରଶ୍ନ ଉଠାଇ କହିଛନ୍ତି ବିଧାୟକ ଫର୍ଚୁନର ଗାଡି ଚଢି ଆସି ୨ ହଜାର ଟଙ୍କା ଦେବା କୃଷକଙ୍କ ପ୍ରତି ଉପହାସ। ସୂଚନାଯୋଗ୍ୟ, କୂଳଦୀପ ନାମ ଜଣେ କୃଷକ। ସ୍ତ୍ରୀଙ୍କ ସହ ଚାଷ କରିବା ସହ ପଶୁ ପାଳନ ମଧ୍ୟ କରନ୍ତି। ଲକ୍‌ଡାଉନ୍‌ ଯୋଗୁ ପିଲାମାନେ ଅନ୍‌ଲାଇନ୍‌ ପାଠ ପଢିବେ ବୋଲି ସରକାର ଘୋଷଣା କରିଥିଲେ। ତାଙ୍କ ଘରେ ସ୍ମାର୍ଟ ଫୋନ ନ ଥିବାରୁ ପିଲା କେମିତି ପାଠ ପଢିବେ ସେନେଇ କୂଳଦୀପ ଚିନ୍ତାରେ ପଡିଯାଇଥିଲେ। ଏଥିପାଇଁ ଘରେ ଥିବା ଏକ ଗାଈକୁ ବିକି ଦେଇ ଏକ ସ୍ମାର୍ଟ ଫୋନ କିଣିଥିଲେ। କୂଳଦୀପ ଆର୍ଥିକ ଅନାଟନରେ ଥିଲେ ମଧ୍ୟ କୌଣସି ସରକାରୀ ଯୋଜନାଗୁଡିକରେ ତାଙ୍କ ନାଁ ନାହିଁ। ଆଇଆରଡିପି କି ବିପିଏଏଲ୍‌ରେ ତାଙ୍କ ନାଁ ନାହିଁ। ତାଙ୍କୁ ତୁରନ୍ତ ଏହି ଯୋଜନାରେ ସାମିଲ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜାମୁଦ୍ଦିନ୍‌ରେ ଧାର୍ମିକ ସମାବେଶ ପାଇଁ କିଏ ଦେଇଥିଲେ ଅନୁମତି: ଶରଦ ପାଓ୍ବାର

ନୂଆଦିଲ୍ଲୀ,୬।୪: ଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ତବଲିଘ୍‌ ଜମାତ୍‌ ଯୋଗୁ ଦେଶବ୍ୟାପୀ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ନେଇ ଏବେ ରାଜନୈତିକସ୍ତରରେ କାଦୁଅ ଫିଙ୍ଗା ଆରମ୍ଭ...

ଚାରିଆଡ଼େ ହାହାକାର: ମୃତ୍ୟୁ ସଂଖ୍ୟା ଟପିଲା ୨୮୦୦…

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ସଂକ୍ରମଣ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସ୍ଥିତି ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନାର...

ମସଜିଦ୍‌ରେ ହେବ ହିନ୍ଦୁ ବିବାହ: କନ୍ୟାଙ୍କୁ ମିଳିବ ୧୦ ତୋଳା ସୁନା ଏବଂ ୨ଲକ୍ଷ ଟଙ୍କା…

ଅଲପ୍ପୁଝା, ୬।୧: ଦେଶରେ ବିଭିନ୍ନ ସମ୍ପ୍ରଦାୟକୁ ନେଇ ରାଜନୀତି ଜାରି ରହିଛି। ଏପରିସ୍ଥଳେ କେରଳରେ ସାମ୍ପ୍ରଦାୟିକ ସଦ୍‌ଭାବର ଏକ ଉଦାହରଣ ଦେଖିବାକୁ ମିଳିଛି। ସ୍ଥାନୀୟ ଅଲପ୍ପୁଝାର...

୧୯୪୭ ସ୍ମୃତି ଉଜ୍ଜୀବିତ

ଶ୍ରୀନଗର,୯।୮:ସମ୍ବିଧାନ ଅନୁଚ୍ଛେଦ ୩୭୦କୁ ବିଦାୟ ଦେଇ ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନର ବାଟ ଫିଟାଇଛି ଗଣତନ୍ତ୍ରର ମନ୍ଦିର ପାର୍ଲାମେଣ୍ଟ। ଏହାକୁ...

ରାଜ୍ୟ ସଭାରେ ହଠାତ୍‌ ଭୋ-ଭୋ ହୋଇ କାନ୍ଦିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୨୫।୩: ପାର୍ଲାମେଣ୍ଟର ଉଭୟ ଗୃହରେ ଆଜି ଉତ୍ତେଜନାପୂର୍ଣ୍ଣ ଥିଲା। ଶୁକ୍ରବାର ଭାଜପା ସମେତ ଅଧିକାଂଶ ଦଳ ପଶ୍ଚିମବଙ୍ଗ ବୀରଭୂମ ହିଂସାକୁ ନେଇ ଲୋକ ସଭା ଓ...

ସ୍ବୀଧାନତା ସଂଗ୍ରାମୀଙ୍କ ଝିଅଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ମୋଦି

ହାଇଦ୍ରାବାଦ୍‌,୪।୭: ସ୍ବାଧୀନତା ସଂଗ୍ରାମୀ ଆଲୁରି ସୀତାରାମ ରାଜୁଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଉତ୍ସବରେ ଭାଗ ନେବାକୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ଭୀମଭରାମରେ ପହଞ୍ଚିଥିଲେ।...

ରାମଦେବ ପୁଣି ହେଲେ ବିବାଦୀୟ: ତୃତୀୟ ସନ୍ତାନଙ୍କୁ ନ ମିଳୁ ଭୋଟ ଦେବା ଅଧିକାର

ହରିଦ୍ୱାର,୨୬।୫: ବିଭିନ୍ନ ସମୟରେ ମନ୍ତବ୍ୟ ଦେଇ ଚର୍ଚ୍ଚା ପରିସରକୁ ଆସୁଥିବା ବାବା ରାମଦେବ ପୁଣି ଥରେ ବିବାଦୀୟ ହୋଇପଡ଼ିଛନ୍ତି । ହରିଦ୍ୱାରରେ ଏକ ସଭାରେ ଯୋଗଦେଇ...

ଆଧାର-ଭୋଟର କାର୍ଡ ଲିଙ୍କ୍‌ ଶୁଣାଣି ଆଜି

ନୂଆଦିଲ୍ଲୀ,୨୫ା୭: ଆଧାର ସହ ଭୋଟର ପରିଚୟପତ୍ରର ସଂଯୋଗ ପାଇଁ ଉଦ୍ଦିଷ୍ଟ ଆଇନକୁ ସୁପ୍ରିମକୋର୍ଟରେ କଂଗ୍ରେସ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି। ବିରୋଧୀ ଦଳର ଯୁକ୍ତି ହେଲା, ଆଧାର-ଭୋଟର...

Advertisement
Archives

Model This Week