୧୦୫ କିମି ସାଇକେଲ ଚଲାଇ ପୁଅକୁ ପରୀକ୍ଷା କେନ୍ଦ୍ର ନେଇଥିବା ପିତାଙ୍କ ପାଇଁ ଦେବଦୂତ ସାଜିଲେ ଆନନ୍ଦ ମହିନ୍ଦ୍ରା

ଭୋପାଳ,୨୩।୮: ମଧ୍ୟପ୍ରଦେଶ ଧାର ଜିଲାରେ ଜଣେ ପିତା ପୁଅ ପରୀକ୍ଷା ଦେବା ପାଇଁ ଦୀର୍ଘ ୧୦୫ କିଲୋମିଟର ସାଇକେଲ ଚଲାଇବା ଘଟଣା ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଜିଲା ପ୍ରଶାସନ ତାଙ୍କୁ ସହଯୋଗର ହାତ ବଢାଇଥିବା ବେଳେ ଏବେ ଏହି ପିତାଙ୍କ ପାଇଁ ଦେବଦୂତ ସାଜିଛନ୍ତି ଜଣାଶୁଣା ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା। ଆନନ୍ଦ ଏବେ ଉକ୍ତ ଛାତ୍ରଙ୍କ ସମସ୍ତ ପାଠପଢା ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି। ଟୁଇଟ୍‌ କରି ଆନନ୍ଦ ଲେଖିଛନ୍ତି, ଏଭଳି ପିତାଙ୍କୁ ସଲାମ। ଯିଏ ନିଜେ ୧୦୫ କିଲୋମିଟର ସାଇକେଲ ଚଲାଇ ପୁଅର ସୁନାର ଭିବଷ୍ୟତର କଳ୍ପନା କରୁଛନ୍ତି। ଏମିତି ସ୍ବପ୍ନ ହିଁ ଦେଶକୁ ଆଗେଇ ନେବାରେ ସାହାଯ୍ୟ କରିବ। ଉକ୍ତ ପରିବାର ସହ ଯୋଗାଯୋଗ କରିବାକୁ ସେ ଖବରଦାତାଙ୍କ ସହାୟତା ଲୋଡିଛନ୍ତି। ଆନନ୍ଦ କହିଛନ୍ତି ତାଙ୍କ ସଂସ୍ଥା ପିଲାଟିର ସମସ୍ତ ପାଠପଢା ଖର୍ଚ୍ଚ ବହନ କରିବ। ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ଲକ୍‌ ଡାଉନ ଚାଲିଥିବା ବେଳେ ମଧ୍ୟପ୍ରଦେଶ ଧାର ଜିଲାର ବୟଡିପୁରାରେ ରହୁଥିବା ଶୋଭାରାମଙ୍କ ପୁଅ ଆଶିଷ ୧୦ ପରୀକ୍ଷା ଦେବାକୁ ବାହାରିଥିଲେ। ହେଲେ ଗାଡି ମଟର ଚାଲୁ ନ ଥିବାରୁ ବା ଅନ୍ୟ କୌଣସି ଗାଡିକୁ ରିଜର୍ଭ କରି ଯିବାଭଳି ଅବସ୍ଥା ନ ଥିଲା ପିଲାଟି। ଫଳରେ ଶୋଭାରାମ ତାଙ୍କ ପୁଅ ଆଶିଷର ଉଜ୍ୱଳ ଭବିଷ୍ୟତ କାମନା କରି ସାଙ୍ଗରେ ୨ ଦିନର ଖାଇବା ଧରି, ଆରମ୍ଭ କରିଥିଲେ ୧୦୫ କିଲୋମିଟରର ଯାତ୍ରା। ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri