ଆସୁଛି ଧନୁଯାତ୍ରା, ଚଳଚଞ୍ଚଳ ବରଗଡ଼

ବରଗଡ଼,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ୨ଦିନ ବାକି। ଆସନ୍ତା ୩ତାରିଖ ଶୁକ୍ରବାର ଦିନରୁ ଏହି ମହୋତ୍ସବ ଆରମ୍ଭ ହୋଇ ୧୩ତାରିଖ ପର୍ଯ୍ୟନ୍ତ ଚାଲିବ। ଶୁକ୍ରବାର ଦିନ ୨ଟାରେ ଧନୁଯାତ୍ରାକୁ ସ୍ବାଗତ କରିବା ପାଇଁ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହେବ। ସେହିପରି ସେହିଦିନ ସନ୍ଧ୍ୟା ୭ଟାରେ ହାଟପଦା ରାଜ ଦରବାରରେ ଧନୁଯାତ୍ରା ମହୋତ୍ସବର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ରହିଛି। ଦୀର୍ଘ ୧୧ଦିନର ଏହି ଅବଧିରେ ବରଗଡ଼ ସହର ମଥୁରାନଗରୀ ଏବଂ ଅମ୍ବାପାଲି ଗୋପପୁର ପାଲଟିବ। ବରଗଡ଼ ସହର ଏବଂ ଅମ୍ବାପାଲି ମଧ୍ୟରେ ପ୍ରବାହିତ ଜୀରାନଦୀ ହେବ ଯମୁନା। ଫଳରେ ଏହି ମହୋତ୍ସବ ଯେତେ ପାଖେଇ ଆସୁଛି, ଉଭୟ ବରଗଡ଼ ସହର ଏବଂ ଅମ୍ବାପାଲି ସେଭଳି ଚଳଚଞ୍ଚଳ ହୋଇ ପଡ଼ୁଛି।
ଧନୁଯାତ୍ରା ମହୋତ୍ସବରେ ଉତ୍କୃଷ୍ଟ ଅଭିନୟ ପାଇଁ କଳାକାରଙ୍କ ପୂର୍ବାଭ୍ୟାସ ସରି ଯାଇଛି। ସେହିପରି ଉଭୟ ବରଗଡ଼ ଏବଂ ଅମ୍ବାପାଲିରେ ମଞ୍ଚ ସାଜସଜ୍ଜା, ତୋରଣ, ଘର ଲିପାପୋଛା ଆଦି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ବରଗଡ଼ ହାଟପଦା ଏବଂ ଲୋକ ମଣ୍ଡପ ପଡ଼ିଆରେ ସୁଉଚ୍ଚ କଂସ ଦରବାର ନିର୍ମାଣାଧିନ ରହିଛି। ଅନ୍ୟ ମଞ୍ଚଗୁଡ଼ିକର ନିର୍ମାଣ ମଧ୍ୟ ଜୋରସୋର୍‌ରେ ଚାଲିଛି। ସହରକୁ ରଙ୍ଗବେରଙ୍ଗର ଆଲୋକୀକରଣ ବ୍ୟବସ୍ଥା ଚାଲିଥିବାବେଳେ ବିଭିନ୍ନ ସ୍ଥାନରେ ତୋରଣ ନିର୍ମାଣ ଚାଲିଛି। ବୁଧବାର ବରଗଡ଼ ସହରର ପ୍ରବେଶ ଦ୍ୱାରରେ ଏକ ସୁନ୍ଦର, ଆକର୍ଷଣୀୟ ସ୍ବାଗତ ତୋରଣ ଉଦ୍‌ଘାଟିତ ହୋଇଛି।
ଅମ୍ବାପାଲିରେ ମଧ୍ୟ ଅନୁରୂପ ପ୍ରସ୍ତୁତି ଚାଲିଛି। ପ୍ରତି ଘର ଲିପାପୋଛା ହୋଇଥିବାବେଳେ ଘରକାନ୍ଥରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଆଧାରିତ ଚିତ୍ର ଅଙ୍କନ ହୋଇଛି। ବୁଧବାର ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ବରଗଡ଼ ପାର୍ବତୀ ଗିରି ମହିଳା କଲେଜ ସମ୍ମୁଖରେ ରଙ୍ଗୋଲୀ ପ୍ରତିଯୋଗିତା ହୋଇଛି। ଏଥିରେ ଅନେକ ଶିଳ୍ପୀ ସାମିଲ ଥିବାବେଳେ ସୁନ୍ଦର ରଙ୍ଗୋଲୀ ଅଙ୍କନ କରିଥିଲେ। ସେହିପରି ଜର୍ଜ ହାଇସ୍କୁଲରେ ମୀନାବଜାର, ଲେଙ୍ଗୁ ମିଶ୍ର ଷ୍ଟାଡ଼ିୟମରେ ଜାତୀୟ ହସ୍ତତନ୍ତ ମେଳା, ପୁରୁଣା ଜୀରାବ୍ରିଜ ନିକଟରେ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟନ ଅପେକ୍ଷାରେ ଥିବାବେଳେ ବିଭିନ୍ନ ଘରକରଣା, ଖେଳଣା ସାମଗ୍ରୀ ଧରି ରାଜ୍ୟ ବାହାର ଅନେକ ଦୋକାନୀ ବରଗଡ଼ ପହଞ୍ଚତ୍ ଫୁଟପାଥ୍‌ରେ ନିଜର ବ୍ୟବସାୟ ଆରମ୍ଭ କରି ଦେଇଛନ୍ତି। ଏଭଳି ଦୃଷ୍ଟିକୋଣରୁ ବରଗଡ଼ ସହର ରାସ୍ତାଘାଟରେ ଧନୁଯାତ୍ରା ନ ଆସୁଣୁ ଧିରେଧିରେ ପୂର୍ବାପେକ୍ଷା ଜନଗହଳି ମଧ୍ୟ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୧: ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବୃଆରୀ ପ୍ରଥମ ସପ୍ତାହରେ ତାଙ୍କର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨ ତାରିଖରୁ ସେ ୫...

ହେବନି ଗାଡ଼ିର ପଞ୍ଜୀକରଣ, ଆସିଲା କଡ଼ା ନିୟମ

ନୂଆଦିଲ୍ଲୀ,୨୨।୧: ଚାଲାଣ ନ ଭରିଲେ ହେବନି ଗାଡ଼ି ପଞ୍ଜୀକରଣ । ମୋଟର ଯାନ ନିୟମରେ ସଂଶୋଧନ କରି ଏଭଳି କଠୋର ନିୟମ ଜାରି କରିଛନ୍ତି କେନ୍ଦ୍ର...

ବିଳମ୍ବିତ ରାତିରେ ଅଜଣା ବ୍ୟକ୍ତିଙ୍କୁ ନେଇ ସିମନବାଡିରେ ଆତଙ୍କ, ଧରା ପକାଇଲା ସିସି କ୍ୟାମେରା

ଦାରିଙ୍ଗବାଡି,୨୨।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଏବେ ଆସାମଜିକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ଅସୁରକ୍ଷିତ ମଣୁଛନ୍ତି ଗ୍ରାମବାସୀ। ଅଞ୍ଚଳରେ ଚୋରା...

ଦେଖା ହୋଇପାରିଲାନି, ଯୁବତୀଙ୍କ ଘର ଆଗରେ ଦେହକୁ କାଟି ପକାଇଲେ

ଢେଙ୍କିକୋଟ,୨୧ା୧(ନୀଳମଣି ମଣ୍ଡଳ):  କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍‌ ହାଉସ ଅନ୍ତର୍ଗତ ବଡ଼ମସିଣାବିଲା ପଞ୍ଚାୟତ ସାନମସିଣାବିଲା ଗ୍ରାମରେ ବୁଧବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବତୀଙ୍କୁ...

କ୍ରିକେଟ ମ୍ୟାଚ ଦେଖିବାକୁ ଯାଇ ନିଖୋଜ ଥିବା ୪ ନାବାଳକ ସୁରକ୍ଷିତ ଉଦ୍ଧାର

ଦେବଗଡ଼,୨୨।୧(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲାର ନିଖୋଜ ୪ ନାବାଳକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ରିଆମାଳ ଥାନା ଟିଙ୍କବୀର ଗ୍ରାମର ୪ ଜଣ ପଞ୍ଚମ ଶ୍ରେଣୀ...

ହାତୀ ମୃତଦେହ ଠାବ, ୭ଫୁଟ ତଳୁ ଉଦ୍ଧାର କଲା ବନ ବିଭାଗ 

କେସିଙ୍ଗା ,୨୨।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନ ଖଣ୍ଡ ଅଧିନସ୍ଥ ତହସିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳରେରେ ମୃତ ହାତୀର ଖଣ୍ଡ...

ମୁଜାଗଡ ପୋଷ୍ଟମାଷ୍ଟରଙ୍କ ଦୁର୍ଘଟଣାରେ ମୃତ୍ୟୁ, ସନ୍ଦେହରେ ପରିବାର ଲୋକେ

ଭଞ୍ଜନଗର,୨୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ପୋଷ୍ଟମାଷ୍ଟର ନାରାୟଣ ପାତ୍ର (୫୫)ଙ୍କର ବୁଧବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା କେଉଁଭଳି...

ଆରାବଳୀର ଅପୂରଣୀୟ କ୍ଷତି କରିପାରେ ବେଆଇନ ଖନନ

ନୂଆଦିଲ୍ଲୀ,୨୨ା୧: ଆରାବଳୀ ପର୍ବତମାଳାରେ ବେଆଇନ ଖନନ ଯୋଗୁ ଏହାର ପରିବେଶ ପାଇଁ ଅପୂରଣୀୟ କ୍ଷତି ହୋଇପାରେ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତାସମ୍ପନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri