ଆସୁଛି ଧନୁଯାତ୍ରା, ଚଳଚଞ୍ଚଳ ବରଗଡ଼

ବରଗଡ଼,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ୨ଦିନ ବାକି। ଆସନ୍ତା ୩ତାରିଖ ଶୁକ୍ରବାର ଦିନରୁ ଏହି ମହୋତ୍ସବ ଆରମ୍ଭ ହୋଇ ୧୩ତାରିଖ ପର୍ଯ୍ୟନ୍ତ ଚାଲିବ। ଶୁକ୍ରବାର ଦିନ ୨ଟାରେ ଧନୁଯାତ୍ରାକୁ ସ୍ବାଗତ କରିବା ପାଇଁ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହେବ। ସେହିପରି ସେହିଦିନ ସନ୍ଧ୍ୟା ୭ଟାରେ ହାଟପଦା ରାଜ ଦରବାରରେ ଧନୁଯାତ୍ରା ମହୋତ୍ସବର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ରହିଛି। ଦୀର୍ଘ ୧୧ଦିନର ଏହି ଅବଧିରେ ବରଗଡ଼ ସହର ମଥୁରାନଗରୀ ଏବଂ ଅମ୍ବାପାଲି ଗୋପପୁର ପାଲଟିବ। ବରଗଡ଼ ସହର ଏବଂ ଅମ୍ବାପାଲି ମଧ୍ୟରେ ପ୍ରବାହିତ ଜୀରାନଦୀ ହେବ ଯମୁନା। ଫଳରେ ଏହି ମହୋତ୍ସବ ଯେତେ ପାଖେଇ ଆସୁଛି, ଉଭୟ ବରଗଡ଼ ସହର ଏବଂ ଅମ୍ବାପାଲି ସେଭଳି ଚଳଚଞ୍ଚଳ ହୋଇ ପଡ଼ୁଛି।
ଧନୁଯାତ୍ରା ମହୋତ୍ସବରେ ଉତ୍କୃଷ୍ଟ ଅଭିନୟ ପାଇଁ କଳାକାରଙ୍କ ପୂର୍ବାଭ୍ୟାସ ସରି ଯାଇଛି। ସେହିପରି ଉଭୟ ବରଗଡ଼ ଏବଂ ଅମ୍ବାପାଲିରେ ମଞ୍ଚ ସାଜସଜ୍ଜା, ତୋରଣ, ଘର ଲିପାପୋଛା ଆଦି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ବରଗଡ଼ ହାଟପଦା ଏବଂ ଲୋକ ମଣ୍ଡପ ପଡ଼ିଆରେ ସୁଉଚ୍ଚ କଂସ ଦରବାର ନିର୍ମାଣାଧିନ ରହିଛି। ଅନ୍ୟ ମଞ୍ଚଗୁଡ଼ିକର ନିର୍ମାଣ ମଧ୍ୟ ଜୋରସୋର୍‌ରେ ଚାଲିଛି। ସହରକୁ ରଙ୍ଗବେରଙ୍ଗର ଆଲୋକୀକରଣ ବ୍ୟବସ୍ଥା ଚାଲିଥିବାବେଳେ ବିଭିନ୍ନ ସ୍ଥାନରେ ତୋରଣ ନିର୍ମାଣ ଚାଲିଛି। ବୁଧବାର ବରଗଡ଼ ସହରର ପ୍ରବେଶ ଦ୍ୱାରରେ ଏକ ସୁନ୍ଦର, ଆକର୍ଷଣୀୟ ସ୍ବାଗତ ତୋରଣ ଉଦ୍‌ଘାଟିତ ହୋଇଛି।
ଅମ୍ବାପାଲିରେ ମଧ୍ୟ ଅନୁରୂପ ପ୍ରସ୍ତୁତି ଚାଲିଛି। ପ୍ରତି ଘର ଲିପାପୋଛା ହୋଇଥିବାବେଳେ ଘରକାନ୍ଥରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଆଧାରିତ ଚିତ୍ର ଅଙ୍କନ ହୋଇଛି। ବୁଧବାର ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ବରଗଡ଼ ପାର୍ବତୀ ଗିରି ମହିଳା କଲେଜ ସମ୍ମୁଖରେ ରଙ୍ଗୋଲୀ ପ୍ରତିଯୋଗିତା ହୋଇଛି। ଏଥିରେ ଅନେକ ଶିଳ୍ପୀ ସାମିଲ ଥିବାବେଳେ ସୁନ୍ଦର ରଙ୍ଗୋଲୀ ଅଙ୍କନ କରିଥିଲେ। ସେହିପରି ଜର୍ଜ ହାଇସ୍କୁଲରେ ମୀନାବଜାର, ଲେଙ୍ଗୁ ମିଶ୍ର ଷ୍ଟାଡ଼ିୟମରେ ଜାତୀୟ ହସ୍ତତନ୍ତ ମେଳା, ପୁରୁଣା ଜୀରାବ୍ରିଜ ନିକଟରେ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟନ ଅପେକ୍ଷାରେ ଥିବାବେଳେ ବିଭିନ୍ନ ଘରକରଣା, ଖେଳଣା ସାମଗ୍ରୀ ଧରି ରାଜ୍ୟ ବାହାର ଅନେକ ଦୋକାନୀ ବରଗଡ଼ ପହଞ୍ଚତ୍ ଫୁଟପାଥ୍‌ରେ ନିଜର ବ୍ୟବସାୟ ଆରମ୍ଭ କରି ଦେଇଛନ୍ତି। ଏଭଳି ଦୃଷ୍ଟିକୋଣରୁ ବରଗଡ଼ ସହର ରାସ୍ତାଘାଟରେ ଧନୁଯାତ୍ରା ନ ଆସୁଣୁ ଧିରେଧିରେ ପୂର୍ବାପେକ୍ଷା ଜନଗହଳି ମଧ୍ୟ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri