Categories: ଖେଳ

ଗୁଣତିଲକାଙ୍କ ଅଡୁଆ ବଢ଼ିଲା: ବଳାତ୍କାର ସମୟରେ ୩ ଥର ମହିଳାଙ୍କ ତଣ୍ଟି ଚିପିଥିବା ଅଭିଯୋଗ!

ସିଡନୀ,୧୦।୧୧: ଶ୍ରୀଲଙ୍କା କ୍ରିକେଟର ଦାନୁଷ୍କା ଗୁଣତିଲାକା ବଳାତ୍କାର ଅଭିଯୋଗରେ ଗିରଫ ହୋଇଥିବା ବେଳେ ଦିନକୁ ଦିନ ତାଙ୍କର ଅଡୁଆ ବଢ଼ିବାରେ ଲାଗିଛି। ବଳାତ୍କାର ସମୟରେ ଅଭିଯୋଗକାରୀ ମହିଳାଙ୍କ ୩ ଥର ତଣ୍ଟି ଚିପିଥିବା ନେଇ ଦାବି କରାଯାଇଛି।

ନଭେମ୍ବର ୨ରେ ସିଡନୀର ରୋଜ୍‌ ବେ’ରେ ଥିବା ମହିଳାଙ୍କ ଘରେ ଗୁଣତିଲାକା ତାଙ୍କୁ ଚାରିଥର ବଳାତ୍କାର କରିଥିବା ମହିଳାଜଣଙ୍କ ଅଭିଯୋଗ କରିଛନ୍ତି। ଏହି ସମୟରେ ସେ ତିନି ଥର ତାଙ୍କ ତଣ୍ଟି ଚିପିବାର ପ୍ରୟାସ କରିଥିଲେ। ମହିଳାଜଣଙ୍କ କ୍ରିକେଟରଙ୍କ କବଳରୁ ମୁକ୍ତ ହେବାକୁ ଚେଷ୍ଟା କରିଥିଲେ।

ସିଡନୀ ପୋଲିସ ଗୁଣତିଲାକାଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କର ଜାମିନ ନାମଞ୍ଜୁର ହୋଇଛି। ଏଣୁ ତାଙ୍କୁ ୧୪ ବର୍ଷର ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୁହାଯାଉଛି। ମାମଲାର ଆଗାମୀ ଶୁଣାଣି ଜାନୁୟାରୀ ୧୨ରେ ହେବ।

ପ୍ରକାଶ ଥାଉ କି, ଗୁଣତିଲାକାଙ୍କ ନାମରେ ଅଭିଯୋଗ ଆସିବା ପରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ତାଙ୍କୁ ସମସ୍ତ ପ୍ରକାର ଫର୍ମାଟରୁ ନିଲମ୍ବିତ କରିଛି। ତେବେ ଏହି କ୍ରିକେଟର ଦେଶ ପାଇଁ ୮ ଟେଷ୍ଟ, ୪୭ ଦିନିକିଆ, ୪୬ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି।

Share