ବଲାଙ୍ଗୀର,୨୩।୧୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡାରେ ହେଉଥିବା ୪୦ତମ ଧନୁଯାତ୍ରା ମହୋତ୍ସବକୁ ସ୍ଥଗିତ କରିଛି ପ୍ରଶାସନ। ଧନୁଯାତ୍ରା ମହୋତ୍ସବ ସମୟରେ ଏକ ଦୁଃଖଦ ଘଟଣା ଘଟିଥିଲା। ଏଥିରେ ହାତୀ ତାର ମାହୁନ୍ତକୁ ଦଳି ଦେଇଥିବା ଯୋଗୁ ପ୍ରାଣ ହରାଇଥିଲେ ମାହନ୍ତ (କଳ୍ପନା ଦୁବେ)। ଏହି ଘଟଣାକୁ ପ୍ରଶାସନ ଗୁରୁତ୍ୱର ସହ ବିଚାର କୁ ନେବା ସହ ଜନସାଧାରଣଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଧନୁଯାତ୍ରା ମହୋତ୍ସବ କିଛି ଦିନ ପାଇଁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି l ଟିଟିଲାଗଡ଼ ଉପଜିଲାପାଳ ଧନୁଯାତ୍ରା ସ୍ଥଗିତ ରଖିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ବଙ୍ଗୋମୁଣ୍ଡା ତହସିଲଦାର, ଥାନା ଅଧିକାରୀ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।