କନକ ଜୁଏଲେରିରେ ଧନ୍‌ତେରାସ୍‌ ଅଫର

କେନ୍ଦୁଝର,୧୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାର ଭରସାଯୋଗ୍ୟ ବିଏସ୍‌ ମଲରେ ଥିବା କନକ ଜୁଏଲେରି ପକ୍ଷରୁ ଧନତେରାସ ଓ ଦୀପାବଳୀ ପାଇଁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ବିଏସ ମଲର ପରିଚାଳକ ବିଶ୍ବନାଥ ରାଉଳଙ୍କ କହିବା ଅନୁଯାୟୀ କନକ ଜୁଏଲାରୀରୁ ୫୦ ଲକ୍ଷ ଟଙ୍କା ଗହଣା କିଣିଲେ ଏକ କାର ଓ ୭ ଲକ୍ଷ ଟଙ୍କାର ଗହଣା କିଣିଲେ ଗୋଟିଏ ଇଲେକ୍ଟ୍ରିକ ସ୍କୁଟର ମାଗଣାରେ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଥିଲା। ଅଫର ଘୋଷଣାର ପ୍ରଥମ ଦିନରେ ହିଁ କେନ୍ଦୁଝର ସହରର ତପନ କୁମାର ଘୋଷ ୭ ଲକ୍ଷ ଟଙ୍କାର ଗହଣା କିଣି ଏକ ଇଲେକ୍ଟ୍ରିକ ସ୍କୁଟର ଉପହାରରେ ନେଇଛନ୍ତି। ଅଫର ଘୋଷଣା ପରେ କନକ ଜୁଏଲେରିରେ ଗ୍ରାହକଙ୍କ ପ୍ରବଳ ଗହଳି ପରିଲିକ୍ଷିତ ହେଉଛି।