ଧନତେରସରେ କମିଯିବ ସୁନା! ଆସିଲା ବଡ଼ ଅପଡେଟ୍‌

ଧନତେରସ, ଦୀପାବଳିର ପ୍ରଥମ ଦିନ, ସୁନା ଓ ରୂପା କିଣିବା ପାଇଁ ଏକ ଶୁଭ ଅବସର ବୋଲି କୁହାଯାଏ। କିନ୍ତୁ ବଜାରରେ ଠିକ ଦାମରେ ଓ ଗୁଣବତ୍ତାଯୁକ୍ତ ସୁନା-ରୂପା କିଣିବା ପାଇଁ କିଛି ସରଳ ଉପାୟ ଜାଣିବା ଜରୁରୀ। ଏହି ଧନତେରସରେ ଆପଣଙ୍କୁ ଶସ୍ତା ଓ ଖାଣ୍ଟି ଜିନିଷ କିଣିବାରେ ସାହାଯ୍ୟ କରିବ।

ବଜାର ଦର ପୂର୍ବରୁ ଯାଞ୍ଚ କରନ୍ତୁ। ସୁନା ଓ ରୂପାର ଦାମ ପ୍ରତିଦିନ ବଦଳୁଛି। ତେଣୁ କିଣିବା ପୂର୍ବରୁ ଅନଲାଇନ ପୋର୍ଟାଲ କିମ୍ବା ଖବରକାଗଜ ମାଧ୍ୟମରେ ଆନ୍ତର୍ଜାତୀୟ ଓ ସ୍ଥାନୀୟ ବଜାର ଦର ଜାଣି ନିଅନ୍ତୁ। ଏହା ଆପଣଙ୍କୁ ଦୋକାନୀଙ୍କ ସହ ଦର ଦାମ କରିବାରେ ସାହାଯ୍ୟ କରିବ।

ହଲମାର୍କ ଓ ଶୁଦ୍ଧତା ଯାଞ୍ଚ କରନ୍ତୁ। ସୁନା କିଣୁଥିଲେ ବିଆଇଏସ (BIS) ହଲମାର୍କ ଥିବା ଅଳଙ୍କାର ନିଶ୍ଚିତ କରନ୍ତୁ। ୨୨ କ୍ୟାରେଟ କିମ୍ବା ୨୪ କ୍ୟାରେଟ ସୁନାର ଶୁଦ୍ଧତା ଯାଞ୍ଚ କରିବା ପାଇଁ ଦୋକାନୀଙ୍କୁ କ୍ୟାରେଟ ପରୀକ୍ଷା କରିବାକୁ କୁହନ୍ତୁ। ରୂପା ପାଇଁ ମଧ୍ୟ ୯୨୫ ହଲମାର୍କ ଦେଖନ୍ତୁ।

ମେକିଂ ଚାର୍ଜ ଓ ଅନ୍ୟାନ୍ୟ ଖର୍ଚ୍ଚ ବୁଝନ୍ତୁ। ସୁନା-ରୂପାର ମୂଲ୍ୟ ସହ ମେକିଂ ଚାର୍ଜ, ଜିଏସ୍ଟି ଓ ଅନ୍ୟାନ୍ୟ ଖର୍ଚ୍ଚ ଯୋଗ ହୁଏ। ମେକିଂ ଚାର୍ଜ ସାଧାରଣତଃ ୧୦-୨୫% ହୋଇଥାଏ। ଏହାକୁ କମ କରିବା ପାଇଁ ବିଭିନ୍ନ ଦୋକାନରେ ଦାମ ତୁଳନା କରନ୍ତୁ ଓ ଦର ଦାମ କରନ୍ତୁ।

ଅଫର ଓ ଡିସକାଉଣ୍ଟର ଲାଭ ଉଠାନ୍ତୁ। ଧନତେରସ ଅବସରରେ ଅନେକ ଜୁଏଲରୀ ଦୋକାନ ଓ ଅନ୍ଲାଇନ ପ୍ଲାଟଫର୍ମ ଡିସକାଉଣ୍ଟ ଓ କ୍ୟାସବ୍ୟାକ ଅଫର ଦେଇଥାନ୍ତି। ଏହାକୁ ପୂର୍ବରୁ ଯାଞ୍ଚ କରି ସବୁଠୁ ଲାଭଦାୟକ ଅଫର ବାଛନ୍ତୁ। ଅନଲାଇନ କିଣୁଥିଲେ ରିଟର୍ଣ୍ଣ ନୀତି ଓ ଶିପିଂ ଖର୍ଚ୍ଚ ବିଷୟରେ ଜାଣି ନିଅନ୍ତୁ।

ବିଲ ଓ ସାର୍ଟିଫିକେଟ ନିଶ୍ଚିତ ନିଅନ୍ତୁକିଣା ପରେ ସୁନା-ରୂପାର ଶୁଦ୍ଧତା ଓ ଓଜନ ଉଲ୍ଲେଖ ଥିବା ବିଲ ଓ ସାର୍ଟିଫିକେଟ ନିଅନ୍ତୁ। ଏହା ଭବିଷ୍ୟତରେ ବିକ୍ରି କିମ୍ବା ବଦଳାଇବା ସମୟରେ କାମରେ ଆସିବ।

ଅଳଙ୍କାର ବଦଳାଇବା ନୀତି ଜାଣନ୍ତୁ। ଅନେକ ଦୋକାନୀ ଧନତେରସ ଅବସରରେ ଅଳଙ୍କାର ବଦଳାଇବା କିମ୍ବା ଫେରାଇ ଦେବାର ସୁବିଧା ଦେଇଥାନ୍ତି। ଏହି ନୀତି ବିଷୟରେ ପୂର୍ବରୁ ଜାଣି ନିଅନ୍ତୁ, ଯାହା ଆପଣଙ୍କ କିଣାକୁ ଅଧିକ ନିରାପଦ କରିବ।

ବଜେଟ ର୍ନିଦ୍ଧାରଣ କରନ୍ତ। କିଣିବା ପୂର୍ବରୁ ନିଜର ବଜେଟ ଠିକ କରି ରଖନ୍ତୁ। ଅତ୍ୟଧିକ ଖର୍ଚ୍ଚ କରିବା ଏଡାଇବା ପାଇଁ କେବଳ ଆବଶ୍ୟକୀୟ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ।ଏହି ଟ୍ରିକ୍ସ ଆପଣାଇ ଆପଣ ଧନତେରସରେ ସସ୍ତା ଓ ଖାଣ୍ଟି ସୁନା-ରୂପା କିଣି ପାରିବେ।

Dharitri – Odisha’s No.1 Trusted Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri