ଧନତେରସରେ ଗ୍ରହମାନଙ୍କ ଚଳନ ଯୋଗୁ ସୃଷ୍ଟି ହେଉଛି ଶୁଭ ମାଲବ୍ୟ ରାଜଯୋଗ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶୁକ୍ର ଗ୍ରହ ନିଜସ୍ବ ରାଶି ତୁଳାରେ ଅବସ୍ଥାନ କରିବା ଫଳରେ ଏହି ରାଜଯୋଗ ଗଠିତ ହେଉଛି। ତେବେ ଅପରାହ୍ନ ପରେ ଶୁକ୍ର କର୍କଟ ରାଶିକୁ ଗୋଚର କରିବେ। ଏହି ଶୁଭ ଯୋଗର ପ୍ରଭାବ ୪ଟି ରାଶିର ଜାତକଙ୍କ ପାଇଁ ବିଶେଷ ଫଳଦାୟକ ରହିବ ବୋଲି ଜ୍ୟୋତିଷୀୟ ଆକଳନ କରାଯାଉଛି। ଏହି ରାଶିର ଲୋକଙ୍କୁ ଧନଲାଭ ସହ ସୁଖ, ସମୃଦ୍ଧି ଓ ଉନ୍ନତିର ସୁଯୋଗ ମିଳିପାରେ। ଆସନ୍ତୁ ଜାଣିବା କେଉଁ ୪ ରାଶି ପାଇଁ ଶୁଭ ରହିବ ଏହି ମାଲବ୍ୟ ରାଜଯୋଗ।
ମେଷ ରାଶିର ଜାତକଙ୍କ ପାଇଁ ମାଲବ୍ୟ ରାଜଯୋଗ ଆର୍ଥିକ ଦୃଷ୍ଟିରୁ ଶୁଭ ଫଳ ଆଣିପାରେ। ଦୀର୍ଘଦିନ ଧରି ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହେବାର ସମ୍ଭାବନା ରହିଛି। ଆୟର ନୂଆ ଉତ୍ସ ମିଳିପାରେ। ଧନଲାଭ ଯୋଗୁ ମନ ପ୍ରସନ୍ନ ରହିବ। ଜୀବନରେ ସୁଖ ଓ ସମୃଦ୍ଧି ବଢ଼ିପାରେ।
କନ୍ୟା ରାଶିର ଲୋକଙ୍କ ପାଇଁ ଏହି ରାଜଯୋଗ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇପାରେ। ହଠାତ୍ ଧନଲାଭର ଯୋଗ ରହିଛି। କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବା ସହ ଚାକିରିଆଙ୍କ ଦରମା ବୃଦ୍ଧି ହୋଇପାରେ। ନିବେଶରୁ ମଧ୍ୟ ଲାଭ ମିଳିବାର ସମ୍ଭାବନା ରହିଛି। ଆପଣଙ୍କ ପରିଶ୍ରମର ଉଚିତ୍ ଫଳ ମିଳିପାରେ।
ତୁଳା ରାଶିରେ ଶୁକ୍ରଙ୍କ ଅବସ୍ଥାନ ଯୋଗୁ ଏହି ରାଶିର ଜାତକଙ୍କ ପାଇଁ ମାଲବ୍ୟ ରାଜଯୋଗ ବିଶେଷ ଶୁଭ ରହିବ। ଜୀବନରେ ନୂଆ ଦାୟିତ୍ୱ ମିଳିପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଧନଲାଭର ଯୋଗ ରହିଛି। ଦୀର୍ଘଦିନ ଧରି ଅଟକି ରହିଥିବା କାମ ସଫଳ ହୋଇପାରେ। ସମାଜରେ ମାନ-ସମ୍ମାନ ମଧ୍ୟ ବଢ଼ିପାରେ।
ମକର ରାଶିର ଜାତକଙ୍କ ପାଇଁ ମାଲବ୍ୟ ରାଜଯୋଗ ଉନ୍ନତିର ନୂଆ ରାସ୍ତା ଖୋଲିପାରେ। ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି। ଆୟ ବୃଦ୍ଧି ହେବା ସହ ଆର୍ଥିକ ସ୍ଥିତି ମଜବୁତ ହୋଇପାରେ। ବ୍ୟବସାୟ କରୁଥିବା ଲୋକଙ୍କୁ ମଧ୍ୟ ଲାଭ ମିଳିବାର ସମ୍ଭାବନା ରହିଛି।