ଧନତେରସରେ ସୁନା-ରୂପା କିଣିବାକୁ ଟଙ୍କା ନାହିଁ କି? ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ବର୍ଷସାରା ଟଙ୍କାର ଅଭାବ ରହିବନି

ହିନ୍ଦୁ ଧର୍ମରେ ଧନତେରେସ ଦିନ ନୂଆ ଜିନିଷ କିଣିବାର ବହୁତ ମହତ୍ତ୍ୱ ରହିଛି। ଏହି ଦିନ ମାଆ ଲକ୍ଷ୍ମୀ, ଭଗବାନ ଗଣେଶ, ଭଗବାନ କୁବେର ଏବଂ ଭଗବାନ ଧନ୍ୱନ୍ତରିଙ୍କ ପୂଜା କରାଯାଏ। ଏହା ସହିତ କିଛି ବିଶେଷ ଉପାୟ ମଧ୍ୟ କରାଯାଇଥାଏ।

Dhanteras 2026

ହିନ୍ଦୁ ଧର୍ମରେ ଧନତେରେସର ମହତ୍ତ୍ୱ ବହୁତ ଅଧିକ। ଏହି ପର୍ୱ ପ୍ରତିବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଧନତେରେସ ଦିନଟି କିଣାକିଣି କରିବା ଏବଂ ନୂଆ ସାମଗ୍ରୀ ଘରକୁ ଆଣିବା ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ କିଛି ର୍ନିଦ୍ଦିଷ୍ଟ ଉପାୟ କରିବା ଦ୍ୱାରା ଆର୍ଥିକ ଅଟକଟ ଓ ଦାରିଦ୍ର୍ୟ ଦୂର ହୋଇଥାଏ।

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ, ଧନତେରେସ ଦିନ ମାଆ ଲକ୍ଷ୍ମୀ, ଭଗବାନ ଗଣେଶ, ଭଗବାନ କୁବେର ଏବଂ ଭଗବାନ ଧନ୍ୱନ୍ତରିଙ୍କ ପୂଜା ଅର୍ଚ୍ଚନା କରାଯାଏ। ଏହି ଦିନ ବିଧିବଦ୍ଧ ଭାବରେ ପୂଜା କରିବା ଉଚିତ୍। ଏହା ସହିତ କିଛି ଉପାୟ ଆପଣାଇଲେ ପୂରା ବର୍ଷ ଧନର ଅଭାବ ହୁଏ ନାହିଁ ଏବଂ ଘରେ ସୁଖ-ଶାନ୍ତି ବଜାୟ ରହିଥାଏ।

ଲୋକମାନେ ଏହି ଦିନ ନୂଆ ଗାଡ଼ି, ବିଦ୍ୟୁତ୍ତ ସାମଗ୍ରୀ ଏବଂ ସୁନା-ରୂପାର ଜିନିଷ ପ୍ରଚୁରମାତ୍ରାରେ କିଣିଥାନ୍ତି। ଧନତେରେସରେ କ’ଣ କିଣିବା ଉଚିତ

ସୁନାରେ ପ୍ରସ୍ତୁତ ଅଳଙ୍କାର କିଣିବା ଧନତେରେସରେ ଅତ୍ୟନ୍ତ ଶୁଭ ହୋଇଥାଏ। ସୁନା ଧାତୁକୁ ଧନ, ବୈଭବ, ସ୍ଥିରତା ଏବଂ ସମୃଦ୍ଧିର ପ୍ରତୀକ ଭାବେ ବିବେଚନା କରାଯାଏ। ଆପଣ ସୁନାର ମୁଦ୍ରା, ଚେନ, ମୁଦି କିଣି ପାରିବେ। ସୁନା କିଣିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ।

ଆପଣ ଧନତେରେସ ପର୍ୱ ଅବସରରେ ରୂପାର ମୁଦ୍ରା କିମ୍ୱା ରୂପାରେ ପ୍ରସ୍ତୁତ ଅଳଙ୍କାର କିଣି ପାରିବେ। ରୂପା ମୁଦ୍ରାକୁ ଶୁଭ ଏବଂ ସମୃଦ୍ଧିର ପ୍ରତୀକ ଭାବେ ମାନାଯାଏ। ଆପଣମାନେ ରୂପା ବାସନ ମଧ୍ୟ କିଣି ପାରିବେ।

ପିତ୍ତଳ ଏବଂ ତମ୍ୱା
ଧନତେରେସ ପର୍ୱରେ ପିତ୍ତଳ ଏବଂ ତମ୍ୱା ଧାତୁର ବାସନ କିଣିବା ଶୁଭ ଅଟେ। ଆପଣ ବଜାରରୁ ପିତ୍ତଳ-ତମ୍ୱାର ବାସନ କିଣି ପାରିବେ। ଏହା କରିବା ଦ୍ୱାରା ଆପଣଙ୍କୁ ଶୁଭ ଫଳ ମିଳିଥାଏ। ଏହି ବାସନରେ ଖାଦ୍ୟ ଖାଇବା ଦ୍ୱାରା ସୱାସ୍ଥ୍ୟଗତ ଲାଭ ମଧ୍ୟ ମିଳିଥାଏ।

ଝାଡ଼ୁ ଦ୍ୱାରା ଆମେ ଘରର ସଫାସୁତୁରା କରିଥାଉ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହାକୁ ଶୁଭତା ଏବଂ ସକାରାତ୍ମକତା ସହିତ ଯୋଡ଼ି ଦେଖାଯାଏ। ଆପଣଙ୍କୁ ଧନତେରେସ ଦିନ ନୂଆ ଝାଡ଼ୁ କିଣି ଘରକୁ ଆଣିବା ଉଚିତ।

ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗୋମତୀ ଚକ୍ରକୁ ମାଆ ଲକ୍ଷ୍ମୀଙ୍କର ଏକ ରୂପ ବା ପ୍ରତୀକ ଭାବେ ବିବେଚନା କରାଯାଏ। ଧନତେରେସ ଦିନ ଗୋମତୀ ଚକ୍ର ଘରକୁ ଆଣିବା ଦ୍ୱାରା ଧନର ଦେବୀ ମାଆ ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇଥାଏ।

Share