ବିନା ଭିତ୍ତିଭୂମିରେ ଚାଲିଛି ଧାନକିଣା

ସୋନପୁର,୧୯।୧୧(ନି.ପ୍ର.): କ୍ଷେତରୁ ଧାନ ଅମଳ ଆରମ୍ଭ ହୋଇଗଲାଣି । ନଭେମ୍ବର ୩୦ ତାରିଖରୁ ସୁବର୍ଣ୍ଣପୁର ଜିଲାରେ ଖରିଫ୍‌ ଧାନ କିଣା ଆରମ୍ଭ ହେବ। ୬୩ଟି ପ୍ୟାକ୍ସ ଓ ୩୮ଟି ଏସ୍‌ଏଚ୍‌ଜି ଜରିଆରେ ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ଚାଷୀଙ୍କ ନିକଟରୁ ଧାନ କିଣିବ। ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି। ଅଧିକ ୫ଟି ଏସ୍‌ଏଚ୍‌ଜିଙ୍କୁ ଚଳିତ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରିବାକୁ ମଧ୍ୟ ଯୋଜନା ଚାଲିଛି। ତେବେ ବିନା ଭିତ୍ତିଭୂମିରେ ଜିଲାରେ ଧାନ କିଣା ଯାଉଥିବା ନେଇ ଅଭିଯୋଗ ହେଉଛି। ଗୋଦାମ ଘର ନ ଥିବାରୁ ଧାନ କିଣା ସମୟରେ ବର୍ଷା ହେଲେ ଚାଷୀଙ୍କ ଧାନ ଓଦା ହେଉଛି। ମାତ୍ର ପ୍ରଶାସନର ଏଥିପ୍ରତି ଦୃଷ୍ଟି ନାହିଁ। ଭିତ୍ତିଭୂମି ନ ଥାଇ ଏସ୍‌ଏଚ୍‌ଏଜିଙ୍କୁ ଧାନ କିଣା ପ୍ରକ୍ରିୟାରେ ସାମିଲ କରାଯାଉଛି। ଚାଷୀ ଓ ଚାଷୀ ସଙ୍ଗଠନଗୁଡିକ ଏହାକୁ ବିରୋଧ କରୁଛନ୍ତି।
ଜିଲାରୁ ଖରିଫରେ ପ୍ରାୟ ୩୪ ଲକ୍ଷ କୁଇଣ୍ଟାଲ ଓ ରବିରେ ୨୫ ଲକ୍ଷ କୁଇଣ୍ଟାଲ ଧାନ ସରକାର କିଣୁଛନ୍ତି । ୩୮ଟି ଏସ୍‌ଏଚ୍‌ଜି ଜରିଆରେ ବାର୍ଷିକ ପ୍ରାୟ ୧୨ ଲକ୍ଷ କୁଇଣ୍ଟାଲ ଧାନ କିଣାଯାଉଛି। ଉଲୁଣ୍ଡା ବ୍ଲକରେ ସର୍ବାଧିକ ୧୩ଟି ଏସ୍‌ଏଚ୍‌ଜିଙ୍କୁ ଧାନ କିଣା ପ୍ରକ୍ରିୟାରେ ସାମିଲ କରାଯାଇଥିବା ବେଳେ ଡୁଙ୍ଗୁରିପାଲିରେ ୯ଟି, ବିନିକାରେ ୬ଟି, ବୀରମହାରାଜପୁରରେ ୫ଟି, ତରଭାରେ ୩ଟି ଓ ସୋନପୁର ବ୍ଲକରେ ୨ଟି ଏସ୍‌ଏଚ୍‌ଜି ଧାନ କିଣୁଛନ୍ତି। ତେବେ ଏସ୍‌ଏଚ୍‌ଜି କିଣୁ ଥିବା ୩୮ରୁ ୩୨ଟି ମଣ୍ଡିରେ ଆବଶ୍ୟକ ଭିତ୍ତିଭୂମି ଓ ଗୋଦାମ ଘର ନାହିଁ । ଉଲୁଣ୍ଡାରେ ୧୩ଟି ଏସ୍‌ଏଚ୍‌ଜି ଧାନ କିଣୁଥିବା ବେଳେ ୧୧ଟି ମଣ୍ଡିରେ ଆଦୌ ଭିତ୍ତିଭୂମି ନାହିଁ । ଖୋଲା ଆକାଶ ତଳେ ଅବା ରାସ୍ତା ଉପରେ ଧାନ କିଣାଯାଉଛି। ଧାନ କିଣାରେ ଲକ୍ଷାଧିକ ଟଙ୍କା କମିଶନ ମିଳୁଥିବା ବେଳେ ମଣ୍ଡି ବ୍ୟବସ୍ଥାର ବିକଳ ଚିତ୍ର ପ୍ରତିବର୍ଷ ଦେଖିବାକୁ ମିଳୁଛି। ଉଲୁଣ୍ଡା ବ୍ଲକର କେବଳ ମୁଣ୍ଡୋଘାଟ ଜିପିଏଲଏଫ ଧର୍ମଶାଳା ସ୍ଥିତ ଆରଏମସି ମାର୍କେଟ୍‌ ୟାର୍ଡ ଓ ଡାଲଡବା ଓଁ ସାଇ ଏସ୍‌ଏଚଜି ପୋଢଟିକିରା ସ୍ଥିତ ଆରଏମ୍‌ସି ମାର୍କେଟ୍‌ ୟାର୍ଡରେ ଧାନ କିଣୁଛି। ଡୁଙ୍ଗୁରିପାଲି ବ୍ଲକର ୯ଟି ମଣ୍ଡିରେ ଏସ୍‌ଏଚ୍‌ଜି ଧାନ କିଣୁଥିବା ବେଳେ ଦିଗଶିରା, ସାରସମାଲ ଓ ପଣ୍ଡକିଟାଲରେ ଆର୍‌ଏମ୍‌ସି ମାର୍କେଟ୍‌ ୟାର୍ଡରେ ଧାନ କିଣାଯାଉଛି। କିନ୍ତୁ ଭୀମଟିକିରା, ସରଗୁଲ, ନଙ୍ଗଳକଟା, କର୍ଲାଜୁରି, ଲିଙ୍ଗମାର୍ଣ୍ଣି, ଟାଙ୍ଗରକର୍ଲେ ଭଳି ମଣ୍ଡିରେ ଚାଷୀଙ୍କ ପାଇଁ ସର୍ବନିମ୍ନ ସୁବିଧା ନାହିଁ। ବିନିକା ବ୍ଲକର ପଲସାପାଲି, ଅଇଁଳାମୁଣ୍ଡା ଓ ମେଘଲା ଭଳି ମଣ୍ଡିରେ ଅସ୍ଥାୟୀ ଭାବେ ପଲିଥିନ ଢାଙ୍କି ଧାନ କିଣାଯାଉଛି। ସୋନପୁର ବ୍ଲକର ବଲାଡି ଓ ବାଲପୁର ମଣ୍ଡିରେ ଗୋଦାମ ଘର ନାହିଁ। ଭିତ୍ତିଭୂମି ନ ଥିବା ବେଳେ କେବଳ ସରକାରୀ ନିର୍ଦ୍ଦେଶ ଓ ଲୋକ ପ୍ରତିନିଧିଙ୍କ ସୁପାରିଶ କ୍ରମେ ଅଧିକାଂଶ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଧାନ କିଣା ପ୍ରକ୍ରିୟାରେ ସାମିଲ କରାଯାଇଛି। ମହିଳା ଗୋଷ୍ଠୀ ନାଁରେ କିଛି ବ୍ୟବସାୟୀ ମଣ୍ଡିରେ ଧାନ କିଣା ପରିଚାଳନା କରୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଅଢେଇ ବର୍ଷ ହେଲା ମହିଳା ଗୋଷ୍ଠୀଙ୍କୁ ଧାନ କିଣାରେ ନିୟୋଜିତ କରା ଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଭିତ୍ତିଭୂମିର ବ୍ୟବସ୍ଥା କରା ଯାଇନାହିଁ । ନିୟମ ଅନୁଯାୟୀ ଧାନ ରଖିବା ପାଇଁ ଗୋଦାମ ଘର, ଧାନ କିଣିବା ପାଇଁ ପକ୍କା ପିଣ୍ଡି, ଧାନର ମାନ ନିର୍ଦ୍ଧାରଣ ପାଇଁ ୨ଟି ଲେଖାଏଁ ମେସିନ, ରିପୋର୍ଟ ପ୍ରସ୍ତୁତ କରିବାପାଇଁ କମ୍ପ୍ୟୁଟର, ପ୍ରିଣ୍ଟର, ବିଦ୍ୟୁତିକରଣ, ଚାଷୀଙ୍କ ପାଇଁ ବିଶ୍ରାମ ଗୃହ, ପାନୀୟ ଜଳ ଓ ପରିଶ୍ରାଗାର ରହିବା କଥା । ମାତ୍ର ଅଧିକାଂଶ ମଣ୍ଡିରେ ଏହି ସବୁ ସୁବିଧା ନାହିଁ । ଏଭଳି ସ୍ଥିତିରେ ଜିଲାରେ ଧାନ କିଣା କିପରି ହେଉଥିବା ତାହା ସହଜରେ ଅନୁମେୟ । ପୂର୍ବରୁ କେବଳ ପ୍ୟାକ୍ସ ଦ୍ୱାରା ଧାନ କିଣା ଯାଉଥିବା ବେଳେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଏସ୍‌ଏଚ୍‌ଜି ମାନଙ୍କୁ ଏହି ପ୍ରକ୍ରିୟାରେ ସାମିଲ ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଜିଲା ପ୍ରଶାସନର ଖାମଖିଆଲ ମନୋଭାବ ଯୋଗୁ ମଣ୍ଡିର ସୁବ୍ୟବସ୍ଥା ହୋଇପାରିନି। ପରୋକ୍ଷରେ କିଛି ଧାନ ବେପାରି ମଣ୍ଡି ମାଲିକ ସାଜିଥିବା ବେଳେ ଚାଷୀ ଶୋଷଣର ଶିକାର ହେଉଛନ୍ତି । ଚଳିତ ଥର ଧାନ ବିକ୍ରି କରିବା ପାଇଁ ଜିଲାର ୬୫ ହଜାର ୫୨୩ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ତେଣୁ ପ୍ରଶାସନ ମଣ୍ଡି ଖୋଲିବା ପୂର୍ବରୁ ଭିତ୍ତିଭୂମି ଓ ଚାଷୀଙ୍କ ପାଇଁ ସର୍ବନିମ୍ନ ସୁବିଧା କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri