ବିନା ଭିତ୍ତିଭୂମିରେ ଚାଲିଛି ଧାନକିଣା

ସୋନପୁର,୧୯।୧୧(ନି.ପ୍ର.): କ୍ଷେତରୁ ଧାନ ଅମଳ ଆରମ୍ଭ ହୋଇଗଲାଣି । ନଭେମ୍ବର ୩୦ ତାରିଖରୁ ସୁବର୍ଣ୍ଣପୁର ଜିଲାରେ ଖରିଫ୍‌ ଧାନ କିଣା ଆରମ୍ଭ ହେବ। ୬୩ଟି ପ୍ୟାକ୍ସ ଓ ୩୮ଟି ଏସ୍‌ଏଚ୍‌ଜି ଜରିଆରେ ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ଚାଷୀଙ୍କ ନିକଟରୁ ଧାନ କିଣିବ। ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି। ଅଧିକ ୫ଟି ଏସ୍‌ଏଚ୍‌ଜିଙ୍କୁ ଚଳିତ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରିବାକୁ ମଧ୍ୟ ଯୋଜନା ଚାଲିଛି। ତେବେ ବିନା ଭିତ୍ତିଭୂମିରେ ଜିଲାରେ ଧାନ କିଣା ଯାଉଥିବା ନେଇ ଅଭିଯୋଗ ହେଉଛି। ଗୋଦାମ ଘର ନ ଥିବାରୁ ଧାନ କିଣା ସମୟରେ ବର୍ଷା ହେଲେ ଚାଷୀଙ୍କ ଧାନ ଓଦା ହେଉଛି। ମାତ୍ର ପ୍ରଶାସନର ଏଥିପ୍ରତି ଦୃଷ୍ଟି ନାହିଁ। ଭିତ୍ତିଭୂମି ନ ଥାଇ ଏସ୍‌ଏଚ୍‌ଏଜିଙ୍କୁ ଧାନ କିଣା ପ୍ରକ୍ରିୟାରେ ସାମିଲ କରାଯାଉଛି। ଚାଷୀ ଓ ଚାଷୀ ସଙ୍ଗଠନଗୁଡିକ ଏହାକୁ ବିରୋଧ କରୁଛନ୍ତି।
ଜିଲାରୁ ଖରିଫରେ ପ୍ରାୟ ୩୪ ଲକ୍ଷ କୁଇଣ୍ଟାଲ ଓ ରବିରେ ୨୫ ଲକ୍ଷ କୁଇଣ୍ଟାଲ ଧାନ ସରକାର କିଣୁଛନ୍ତି । ୩୮ଟି ଏସ୍‌ଏଚ୍‌ଜି ଜରିଆରେ ବାର୍ଷିକ ପ୍ରାୟ ୧୨ ଲକ୍ଷ କୁଇଣ୍ଟାଲ ଧାନ କିଣାଯାଉଛି। ଉଲୁଣ୍ଡା ବ୍ଲକରେ ସର୍ବାଧିକ ୧୩ଟି ଏସ୍‌ଏଚ୍‌ଜିଙ୍କୁ ଧାନ କିଣା ପ୍ରକ୍ରିୟାରେ ସାମିଲ କରାଯାଇଥିବା ବେଳେ ଡୁଙ୍ଗୁରିପାଲିରେ ୯ଟି, ବିନିକାରେ ୬ଟି, ବୀରମହାରାଜପୁରରେ ୫ଟି, ତରଭାରେ ୩ଟି ଓ ସୋନପୁର ବ୍ଲକରେ ୨ଟି ଏସ୍‌ଏଚ୍‌ଜି ଧାନ କିଣୁଛନ୍ତି। ତେବେ ଏସ୍‌ଏଚ୍‌ଜି କିଣୁ ଥିବା ୩୮ରୁ ୩୨ଟି ମଣ୍ଡିରେ ଆବଶ୍ୟକ ଭିତ୍ତିଭୂମି ଓ ଗୋଦାମ ଘର ନାହିଁ । ଉଲୁଣ୍ଡାରେ ୧୩ଟି ଏସ୍‌ଏଚ୍‌ଜି ଧାନ କିଣୁଥିବା ବେଳେ ୧୧ଟି ମଣ୍ଡିରେ ଆଦୌ ଭିତ୍ତିଭୂମି ନାହିଁ । ଖୋଲା ଆକାଶ ତଳେ ଅବା ରାସ୍ତା ଉପରେ ଧାନ କିଣାଯାଉଛି। ଧାନ କିଣାରେ ଲକ୍ଷାଧିକ ଟଙ୍କା କମିଶନ ମିଳୁଥିବା ବେଳେ ମଣ୍ଡି ବ୍ୟବସ୍ଥାର ବିକଳ ଚିତ୍ର ପ୍ରତିବର୍ଷ ଦେଖିବାକୁ ମିଳୁଛି। ଉଲୁଣ୍ଡା ବ୍ଲକର କେବଳ ମୁଣ୍ଡୋଘାଟ ଜିପିଏଲଏଫ ଧର୍ମଶାଳା ସ୍ଥିତ ଆରଏମସି ମାର୍କେଟ୍‌ ୟାର୍ଡ ଓ ଡାଲଡବା ଓଁ ସାଇ ଏସ୍‌ଏଚଜି ପୋଢଟିକିରା ସ୍ଥିତ ଆରଏମ୍‌ସି ମାର୍କେଟ୍‌ ୟାର୍ଡରେ ଧାନ କିଣୁଛି। ଡୁଙ୍ଗୁରିପାଲି ବ୍ଲକର ୯ଟି ମଣ୍ଡିରେ ଏସ୍‌ଏଚ୍‌ଜି ଧାନ କିଣୁଥିବା ବେଳେ ଦିଗଶିରା, ସାରସମାଲ ଓ ପଣ୍ଡକିଟାଲରେ ଆର୍‌ଏମ୍‌ସି ମାର୍କେଟ୍‌ ୟାର୍ଡରେ ଧାନ କିଣାଯାଉଛି। କିନ୍ତୁ ଭୀମଟିକିରା, ସରଗୁଲ, ନଙ୍ଗଳକଟା, କର୍ଲାଜୁରି, ଲିଙ୍ଗମାର୍ଣ୍ଣି, ଟାଙ୍ଗରକର୍ଲେ ଭଳି ମଣ୍ଡିରେ ଚାଷୀଙ୍କ ପାଇଁ ସର୍ବନିମ୍ନ ସୁବିଧା ନାହିଁ। ବିନିକା ବ୍ଲକର ପଲସାପାଲି, ଅଇଁଳାମୁଣ୍ଡା ଓ ମେଘଲା ଭଳି ମଣ୍ଡିରେ ଅସ୍ଥାୟୀ ଭାବେ ପଲିଥିନ ଢାଙ୍କି ଧାନ କିଣାଯାଉଛି। ସୋନପୁର ବ୍ଲକର ବଲାଡି ଓ ବାଲପୁର ମଣ୍ଡିରେ ଗୋଦାମ ଘର ନାହିଁ। ଭିତ୍ତିଭୂମି ନ ଥିବା ବେଳେ କେବଳ ସରକାରୀ ନିର୍ଦ୍ଦେଶ ଓ ଲୋକ ପ୍ରତିନିଧିଙ୍କ ସୁପାରିଶ କ୍ରମେ ଅଧିକାଂଶ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଧାନ କିଣା ପ୍ରକ୍ରିୟାରେ ସାମିଲ କରାଯାଇଛି। ମହିଳା ଗୋଷ୍ଠୀ ନାଁରେ କିଛି ବ୍ୟବସାୟୀ ମଣ୍ଡିରେ ଧାନ କିଣା ପରିଚାଳନା କରୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଅଢେଇ ବର୍ଷ ହେଲା ମହିଳା ଗୋଷ୍ଠୀଙ୍କୁ ଧାନ କିଣାରେ ନିୟୋଜିତ କରା ଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଭିତ୍ତିଭୂମିର ବ୍ୟବସ୍ଥା କରା ଯାଇନାହିଁ । ନିୟମ ଅନୁଯାୟୀ ଧାନ ରଖିବା ପାଇଁ ଗୋଦାମ ଘର, ଧାନ କିଣିବା ପାଇଁ ପକ୍କା ପିଣ୍ଡି, ଧାନର ମାନ ନିର୍ଦ୍ଧାରଣ ପାଇଁ ୨ଟି ଲେଖାଏଁ ମେସିନ, ରିପୋର୍ଟ ପ୍ରସ୍ତୁତ କରିବାପାଇଁ କମ୍ପ୍ୟୁଟର, ପ୍ରିଣ୍ଟର, ବିଦ୍ୟୁତିକରଣ, ଚାଷୀଙ୍କ ପାଇଁ ବିଶ୍ରାମ ଗୃହ, ପାନୀୟ ଜଳ ଓ ପରିଶ୍ରାଗାର ରହିବା କଥା । ମାତ୍ର ଅଧିକାଂଶ ମଣ୍ଡିରେ ଏହି ସବୁ ସୁବିଧା ନାହିଁ । ଏଭଳି ସ୍ଥିତିରେ ଜିଲାରେ ଧାନ କିଣା କିପରି ହେଉଥିବା ତାହା ସହଜରେ ଅନୁମେୟ । ପୂର୍ବରୁ କେବଳ ପ୍ୟାକ୍ସ ଦ୍ୱାରା ଧାନ କିଣା ଯାଉଥିବା ବେଳେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଏସ୍‌ଏଚ୍‌ଜି ମାନଙ୍କୁ ଏହି ପ୍ରକ୍ରିୟାରେ ସାମିଲ ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଜିଲା ପ୍ରଶାସନର ଖାମଖିଆଲ ମନୋଭାବ ଯୋଗୁ ମଣ୍ଡିର ସୁବ୍ୟବସ୍ଥା ହୋଇପାରିନି। ପରୋକ୍ଷରେ କିଛି ଧାନ ବେପାରି ମଣ୍ଡି ମାଲିକ ସାଜିଥିବା ବେଳେ ଚାଷୀ ଶୋଷଣର ଶିକାର ହେଉଛନ୍ତି । ଚଳିତ ଥର ଧାନ ବିକ୍ରି କରିବା ପାଇଁ ଜିଲାର ୬୫ ହଜାର ୫୨୩ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ତେଣୁ ପ୍ରଶାସନ ମଣ୍ଡି ଖୋଲିବା ପୂର୍ବରୁ ଭିତ୍ତିଭୂମି ଓ ଚାଷୀଙ୍କ ପାଇଁ ସର୍ବନିମ୍ନ ସୁବିଧା କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?