Categories: ଖେଳ

ଚହଲ ହ୍ୟାଟ୍ରିକ୍‌ ନେବା ପରେ ସ୍ତ୍ରୀଙ୍କ ଥିଲା ଏମିତି ପ୍ରତିକ୍ରିୟା: ଦେଖନ୍ତୁ ଭିଡିଓ

ମୁମ୍ବାଇ,୧୯।୪: ଆଇପିଏଲ୍‌ ୨୦୨୨ରେ ରାଜସ୍ଥାନ ରୟାଲ୍ସ ବୋଲର୍‌ ୟୁଜଭେନ୍ଦ୍ର ଚହଲ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ହ୍ୟାଟ୍ରିକ ନେଇଛନ୍ତି। ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଚହଲ ଚଳିତ ଆଇପିଏଲ୍‌ର ପ୍ରଥମ ହ୍ୟାଟ୍ରିକ୍‌ ନେଇ ନିଜ ଦଳକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଚହଲ ହ୍ୟାଟ୍ରିକ୍‌ ନେବା ପରେ ଷ୍ଟ୍ରଡିୟମରେ ଉପସ୍ଥିତ ଥିବା ତାଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ପ୍ରତିକ୍ରିୟାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ସ୍ବାମୀଙ୍କ ସଫଳତା ଦେଖି ଖୁସିରେ ଡେଇଁ ପଡିଥିଲେ। ଚହଲ ମଧ୍ୟରେ ଖୁସିରେ କ୍ୟାମେରା ପୋଜ୍‌ ଦେଇଥିଲେ।
କୋଲକାତା ବିପକ୍ଷରେ ଜିତିବା ପାଇଁ ରାଜସ୍ଥାନ ୨୧୮ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏକ ସମୟରେ ଲାଗୁଥିଲା ଯେ ମ୍ୟାଚ ରାଜସ୍ଥାନର ହାତରୁ ଚାଲିଯିବ। କିନ୍ତୁ ଚାହଲ ୧୭ ତମ ଓଭରରେ ମ୍ୟାଚକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ। ଚହଲ କୋଲକାତା ଅଧିନାୟକ ଶ୍ରେୟାସ ଆୟର, ଶିବମ ମାଭି ଏବଂ ପ୍ୟାଟ କମିନ୍ସଙ୍କୁ ଆଉଟ୍‌ କରି ଏହି ଓଭରରେ ନିଜର ହ୍ୟାଟ୍ରିକ ନେଇଥିଲେ। ସେହି ସେ ୪ଟି ଉଇକେଟ୍‌ ନେଇଥିଲେ। ଚଳିତ ସିଜନରେ ହ୍ୟାଟ୍ରିକ ନେଇଥିବା ଚହଲ ପ୍ରଥମ ବୋଲର ହୋଇଛନ୍ତି। ସେ ମ୍ୟାଚରେ ୪ ଓଭରରେ ୪୦ ରନ ଦେଇ ୫ ଉଇକେଟ ନେଇଥିଲେ ଏବଂ ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଥିଲା।

Share