Categories: ଖେଳ

ବିଶ୍ୱକପ୍‌ ଟିମ୍‌ରେ ସ୍ବାମୀଙ୍କୁ ସ୍ଥାନ ମିଳିନି; ତଥାପି ଭାରତୀୟ ଜର୍ସି ପିନ୍ଧି ଏଭଳି ସମର୍ଥନ ଜଣାଇଲେ ଧନଶ୍ରୀ…

ନୂଆଦିଲ୍ଲୀ,୨୧।୧୦: ଭାରତୀୟ କ୍ରିକେଟ ଟିମ୍‌ର ବୋଲର ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ଜଣେ ନୃତ୍ୟଶିଳ୍ପୀ। ସେ ପ୍ରାୟତଃ ନିଜ ସୋସିଆଲ ମିଡିଆରେ ନିଜର ଡ୍ୟାନ୍ସର ଭିଡିଓ ଶେୟାର କରିଥାନ୍ତି। ଏହି କ୍ରମରେ ସେ ଏବେ ଭାରତୀୟ ଦଳର ଜର୍ସି ପିନ୍ଧି ଦଳକୁ ଚିଅରଅପ୍‌ କରୁଥିବାର ଏକ ଭିଡିଓ ଶେୟାର କରିଛନ୍ତି। ଏହା ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ୟୁଜବେନ୍ଦ୍ର କମେଣ୍ଟ କରି ଭାରତର ତ୍ରୀରଙ୍ଗା ସହ ହୃଦୟ ଇମୋଜି ପୋଷ୍ଟ କରିଛନ୍ତି।

କହିରଖୁଛୁ, ୟୁଜବେନ୍ଦ୍ରଙ୍କୁ ଭାରତୀୟ ବିଶ୍ୱକପ୍‌ ଟିମ୍‌ରେ ସାମିଲ କରାଯାଇନାହିଁ। ଏନେଇ ଘୋଷଣା ହେବା ପରେ ଧନଶ୍ରୀ ଏକ ଭାବବିହ୍ବଳ ପୋଷ୍ଟ କରି ଲେଖିଥିଲେ, ମା କହେ, ଏ ସମୟ ବିତିଯିବ। ଏଥିପାଇଁ ମୁଣ୍ଡ ଟେକି ବଞ୍ଚ। କାରଣ ଭଲ କର୍ମ ଏବଂ ନିଜର କଳା ସବୁବେଳେ ସାଙ୍ଗରେ ରହିଥାଏ। ଗଡ ଇଜ୍‌ ଗ୍ରେଟ୍‌।

Share