ସମସ୍ୟା ଘେରରେ ଧାମନଗର କଲେଜ

ଧାମନଗର,୧୧।୧(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ମହାବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗି ରହିଛି। ଅଧ୍ୟାପକ, କର୍ମଚାରୀ ଅଭାବ ସାଙ୍ଗକୁ କଲେଜ ଜମି ଜବରଦଖଲ, ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିବା ଆଦି ନେଇ ଅସନ୍ତୋଷ ପ୍ରକାଶ ପାଉଛି। ମହାବିଦ୍ୟାଳୟରେ ସମସ୍ୟା ଅନେକ ରହିଥିବା ବେଳେ ସମାଧାନ ହେଉନାହିଁ। ୧୯୭୭ ଅଗଷ୍ଟ ୧୫ ଭଳି ଐତିହାସିକ ଦିନରେ ସ୍ବର୍ଗତ ହୃଦାନନ୍ଦ ମଲ୍ଲିକଙ୍କ ଉଦ୍ୟମରେ ଏହି ମହାବିଦ୍ୟାଳୟ ସ୍ଥାପିତ ହୋଇଥିଲା। ସ୍ବର୍ଗତ ମଲ୍ଲିକ ସେ ସମୟରେ ଏହି ଶିକ୍ଷାନୁଷ୍ଠାନକୁ ଏକ ଗ୍ରାମୀଣ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ସ୍ବପ୍ନ ଦେଖିଥିଲେ। ସରକାରୀ ଅନୁଦାନପ୍ରାପ୍ତ ଏହି କଲେଜରେ ଯୁକ୍ତ ୨ ଓ ୩ରେ କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗ ଥିବା ସହ ସମ୍ମାନ ଶ୍ରେଣୀ ରହିଛି। ପ୍ରାୟ ୧୫୦୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ଏହି ମହାବିଦ୍ୟାଳୟରେ ଅର୍ଥନୀତି ଓ ପ୍ରାଣୀ ବିଜ୍ଞାନ ବିଭାଗରେ କୌଣସି ଅଧ୍ୟାପକ ନାହାନ୍ତି। ସେହିପରି ରାଜନୀତି ବିଜ୍ଞାନ, ଓଡ଼ିଆ, ବାଣିଜ୍ୟ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଭଳି ଅନେକ ବିଷୟରେ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ବର୍ତ୍ତମାନ ୧୦ଜଣ ଅତିଥି ଅଧ୍ୟାପିକା ଅଧ୍ୟାପକଙ୍କ ସହାୟତାରେ ଶିକ୍ଷାଦାନ ଚାଲିଛି। ତିନିଜଣ ଅଫିସ ସହାୟକଙ୍କୁ ନେଇ ଅଫିସ କାର୍ଯ୍ୟ ଚାଲିଥିବା ବେଳେ ଲାଇବ୍ରେରୀ କାର୍ଯ୍ୟ ତୁଲାଇବା ପାଇଁ କର୍ମଚାରୀ ନାହାନ୍ତି। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅବସର ପରେ ପଦବୀ ଫାଙ୍କା ପଡ଼ିଛି। କଲେଜରେ ୨୧ଜଣ ଅଧ୍ୟାପିକା ଅଧ୍ୟାପକ ଆବଶ୍ୟକ ଥିବାବେଳେ ଖାଲିପଡ଼ିଛି ୧୦ ପଦବୀ। ମହାବିଦ୍ୟାଳୟ ନାମରେ ପ୍ରାୟ ୪୦ ଏକର ସମ୍ପତ୍ତି ଥିଲେ ମଧ୍ୟ ବାସ୍ତବରେ ୧୫ ଏକର ଜମି କଲେଜ ଦଖଲରେ ରହିଛି। ଅବଶିଷ୍ଟ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଥିବା ଜଣାପଡ଼ିଛି।
ମହାବିଦ୍ୟାଳୟ ପରିସରରେ ପ୍ରଥମ ପର୍ଯ୍ୟାୟରେ ୧ କୋଟି ୩୬ ଲକ୍ଷ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଲକ୍ଷ ବ୍ୟୟରେ ଏସ୍‌ସି, ଏସ୍‌ଟି ହଷ୍ଟେଲ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ତୃତୀୟ ପର୍ଯ୍ୟାୟରେ ବିଦ୍ୟୁତ୍‌କରଣ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ୭୫ ଲକ୍ଷ ଟଙ୍କା ଆସିଥିଲେ ମଧ୍ୟ କାମ ଆରମ୍ଭ ନ ହୋଇ ଦୀର୍ଘଦିନ ହେଲା ଉକ୍ତ ଘର ପଡ଼ି ରହିଛି। କ୍ୟାମ୍ପସ ପରିସରରେ ବଟନିକାଲ ଗ୍ରାମୀଣ ଉଦ୍ୟାନ ନିର୍ମାଣ ହେଉଥିଲେ ମଧ୍ୟ ପାଚେରୀ ଓ ମାଟି ପକାରେ ସୀମିତ ରହିଛି। କଲେଜ ମୁଖ୍ୟ ଫାଟକ ଦେଇ ଏକ ରାସ୍ତା ନୂଆପଡ଼ା ଗ୍ରାମକୁ ଯାଇଛି। ଜନସାଧାରଣଙ୍କଠାରୁ ଆରମ୍ଭ କରି ଗାଡ଼ି ମୋଟର ଉକ୍ତ ରାସ୍ତା ଦେଇ ଯାତାୟାତ କରୁଛନ୍ତି। ଫଳରେ ଛାତ୍ରୀଛାତ୍ର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏସ୍‌ଟି ଛାତ୍ରୀ ନିବାସ ପଛ ପାଖରେ ନିର୍ମାଣ ଚାଲିଥିବା ନୂତନ ରାସ୍ତାକୁ ସମ୍ପୂର୍ଣ୍ଣ କରାଯାଉ ନାହିଁ। ତୁରନ୍ତ ଉକ୍ତ ରାସ୍ତା କାର୍ଯ୍ୟ ସାରି ଯାତାୟାତ ଉପଯୋଗୀ କରାଯିବା ସହ ଉଚ୍ଚଶିକ୍ଷା ବିଭାଗ, ୫-ଟି ଓ ଜିଲାପାଳ ମହାବିଦ୍ୟାଳୟର ବହୁବିଧ ସମସ୍ୟା ପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଛାତ୍ରୀଛାତ୍ର ଦାବି କରିଛନ୍ତି।
ମହାବିଦ୍ୟାଳୟ ଅବ୍ୟବସ୍ଥା ସମ୍ପର୍କରେ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ କହିଛନ୍ତି, ଖାଲି ପଡ଼ିଥିବା ଅଧ୍ୟାପିକା, ଅଧ୍ୟାପକ ପଦବୀ ପୂରଣ ପାଇଁ ସରକାରଙ୍କୁ ଅବଗତ କରାଯାଇଛି। ତେବେ କର୍ମଚାରୀମାନଙ୍କ ଇପିଏଫ୍‌ର ବକେୟା ଦେୟ ପ୍ରଦାନ ସହ ମରାମତି, ରଙ୍ଗ ଦେବା, ଗେଟ ନବୀକରଣ ଭଳି କିଛି କାର୍ଯ୍ୟ ହୋଇଛି। ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ସହଯୋଗରେ କଲେଜ କ୍ୟାମ୍ପସରେ ପାନୀୟ ଜଳ ବ୍ୟବସ୍ଥା, କର୍ମଚାରୀଙ୍କ ସହଯୋଗରେ କଲେଜ କ୍ୟାମ୍ପସ ସୌନ୍ଦର୍ଯ୍ୟକରଣ ହୋଇଛି। ସରକାରୀ ସହାୟତାରେ କଲେଜ କ୍ୟାମ୍ପସ ଆଲୋକୀକରଣ, ସ୍ମାର୍ଟ କ୍ଲାସରୁମ୍‌, ଛାତ୍ରୀନିବାସ ନବୀକରଣ, କଲେଜ ରାସ୍ତା ନିର୍ମାଣ, କଲେଜ ଅର୍ଥରେ ଲାଇବ୍ରେରୀ ପ୍ରାଚୀର ନିର୍ମାଣ ଓ ଛାତ୍ରୀ କମନରୁମ୍‌ ନିର୍ମାଣ ଆଦି କରାଯାଇଛି। କଲେଜ କ୍ୟାମ୍ପସ ଚତୁଃପାର୍ଶ୍ୱରେ ପାଚେରି ନ ଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏ ସମ୍ପର୍କରେ ଏମ୍‌ପି, ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri