ଧାମନଗର ଉପନିର୍ବାଚନ: ଅଭିଯୋଗ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଆସନ୍ତା ୩ ତାରିଖରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ପ୍ରାର୍ଥୀମାନେ ନିଜର ଦଳୀୟକର୍ମୀଙ୍କ ସହ ଜୋରଦାର ପ୍ରଚାର କରୁଛନ୍ତି। ଏହି ସମୟରେ ଭୋଟରକୁ ଲାଞ୍ଚ ଦେବା, ଭୋଟ ପାଇଁ ଧମକାଇବା ଭଳି ଅଭିଯୋଗ ଆସିବା ପରେ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି ନିର୍ବାଚନ କମିଶନର। ତେବେ ଆଦର୍ଶ ଆଚରଣ ବିଧି ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ କହିଛନ୍ତି। ଏହାସହ ସି. ଭିଜିଲ ଆପ ଜରିଆରେ ଅଭିଯୋଗ କରିବାକୁ ମଧ୍ୟ ଅପିଲ କରିଛନ୍ତି। ଅଭିଯୋଗକ୍ରମେ ୧୦୦ ମିନିଟ୍‌ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି।