ପ୍ରଚାର ଅଭିଯାନ ସରଗରମ

ଧାମନଗର, ୧।୧୧(ଡି.ଏନ୍‌.ଏ.): ଧାମନଗର ଉପନିର୍ବାଚନ ପାଇଁ ଅସୁରାଳି ଜୋନ୍‌ରେ ପ୍ରଚାର ଅଭିଯାନ ବେଶ୍‌ ସରଗରମ ହେଉଛି। ବିରୋଧୀ ଦଳର ମୁଖ୍ୟ ସଚେତକ ତଥା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି ଓ ଭାଜପା ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ ସୋମବାର ଖପରପଦା ପଞ୍ଚାୟତର ସରପୁର ଅଞ୍ଚଳରେ ପ୍ରଚାର କରିଛନ୍ତି। ସେମାନେ ମିଳିତ ଭାବେ ଶତାଧିକ ପରିବାରକୁ ଭେଟି ବିଜେଡିର ଦୁର୍ନୀତି ସମ୍ପର୍କରେ ବୁଝାଇବା ସହ ବିଷ୍ଣୁ ସେଠୀଙ୍କ ବିଧାୟକ ସମୟରେ ସରପୁର ଗ୍ରାମର ସର୍ବାଙ୍ଗୀନ ବିକାଶ ହୋଇଥିବା ଦର୍ଶାଇ ତାଙ୍କ ପୁତ୍ର ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ନିର୍ବାଚନରେ ଜିତାଇବାକୁ ଭୋଟ ଭିକ୍ଷା କରିଥିଲେ। ଶତାଧିକ ମହିଳା ଓ ପୁରୁଷ ଭାଜପା ସମର୍ଥକ ସର୍ବେଶ୍ବର ମହାଦେବ ମନ୍ଦିରଠାରୁ ଶୋଭାଯାତ୍ରାରେ ବାହାରି ଘର ଘର ବୁଲି ଭୋଟରଙ୍କୁ ଭେଟିଥିଲେ। ଜିଲା ମିଡିଆ ସେଲ୍‌ର ଅଧ୍ୟକ୍ଷ ବୈକୁଣ୍ଠ ନାଥ ସାହୁ, ଶହୀଦ ମଣ୍ଡଳ ପ୍ରଭାରୀ ପ୍ରଦୀପ କୁମାର ବଳ, ପୂର୍ବତନ ଜିଲା ପରିଷଦ ସଭ୍ୟା ଉମାମଣି ସାହୁ, ସୁସ୍ମିତା ଲେଙ୍କା, ରଘୁନାଥ ବିଶ୍ୱାଳ, କେଶବ ଚନ୍ଦ୍ର ଦାଶ, ଉଜ୍ଜ୍ୱଳ ନାଥ, ତପନ ସାହୁ, ଯୁଧିଷ୍ଠିର ସାହୁ, ଗୋବିନ୍ଦ ସାହୁ, ରଞ୍ଜିତ ପତି, ମାନସ ଜେନା, ଯୋଗେନ୍ଦ୍ର ସାହୁ, ରଶ୍ମିତା ସାହୁ, ଆରତି ସେଠୀ, ମିନତି ସେଠୀ, ସସ୍ମିତା ସାହୁ, ବିଶ୍ୱଜିତ ସାହୁ, ଦିବାକର ସାହୁ, ମଧୁସୂଦନ ସେଠୀ, ନରହରି ବିଶ୍ୱାଳ ପ୍ରମୁଖ ପ୍ରଚାରରେ ସାମିଲ ଥିଲେ।
ସେହିପରି ସୂର୍ଯ୍ୟବଂଶୀ କଲ୍ୟାଣୀ ପଞ୍ଚାୟତରେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଏକ ବିଶାଳ ମୋଟର ସାଇକଲ ରାଲିରେ ସମସ୍ତ ଗ୍ରାମ ବୁଲି ମା’, ଭଉଣୀ, ଗୁରୁଜନ ଏବଂ ବୁଦ୍ଧିଜୀବୀମାନଙ୍କଠାରୁ ଆଶୀର୍ବାଦ ନେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଭାଜପା ଯୁବମୋର୍ଚ୍ଚା ଦ୍ୱାରା ସୂର୍ଯ୍ୟବଂଶୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଦଳର ବରିଷ୍ଠ ନେତା ବଦ୍ରି ଧଳ, ରାଜ୍ୟ ଭାଜପାର ବରିଷ୍ଠ ନେତା ମୁରଲୀ ମନୋହର ଶର୍ମା, ଗ୍ରାମୀଣ ମଣ୍ଡଳ ସଭାପତି ଦୀପ୍ତି ରଞ୍ଜନ ଜେନା, ଜିଲା ଉପସଭାପତି ଜିତେନ୍ଦ୍ର ନାୟକ, ଯୁବମୋର୍ଚ୍ଚାର ରାଜ୍ୟ ସଂଯୋଜକ ପ୍ରକାଶ ମଲ୍ଲିକ, ଶକ୍ତିକେନ୍ଦ୍ର ପ୍ରମୁଖ ପ୍ରଶାନ୍ତ ଜେନାଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।