ପ୍ରଚାର ଅଭିଯାନ ସରଗରମ

ଧାମନଗର, ୧।୧୧(ଡି.ଏନ୍‌.ଏ.): ଧାମନଗର ଉପନିର୍ବାଚନ ପାଇଁ ଅସୁରାଳି ଜୋନ୍‌ରେ ପ୍ରଚାର ଅଭିଯାନ ବେଶ୍‌ ସରଗରମ ହେଉଛି। ବିରୋଧୀ ଦଳର ମୁଖ୍ୟ ସଚେତକ ତଥା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି ଓ ଭାଜପା ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ ସୋମବାର ଖପରପଦା ପଞ୍ଚାୟତର ସରପୁର ଅଞ୍ଚଳରେ ପ୍ରଚାର କରିଛନ୍ତି। ସେମାନେ ମିଳିତ ଭାବେ ଶତାଧିକ ପରିବାରକୁ ଭେଟି ବିଜେଡିର ଦୁର୍ନୀତି ସମ୍ପର୍କରେ ବୁଝାଇବା ସହ ବିଷ୍ଣୁ ସେଠୀଙ୍କ ବିଧାୟକ ସମୟରେ ସରପୁର ଗ୍ରାମର ସର୍ବାଙ୍ଗୀନ ବିକାଶ ହୋଇଥିବା ଦର୍ଶାଇ ତାଙ୍କ ପୁତ୍ର ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ନିର୍ବାଚନରେ ଜିତାଇବାକୁ ଭୋଟ ଭିକ୍ଷା କରିଥିଲେ। ଶତାଧିକ ମହିଳା ଓ ପୁରୁଷ ଭାଜପା ସମର୍ଥକ ସର୍ବେଶ୍ବର ମହାଦେବ ମନ୍ଦିରଠାରୁ ଶୋଭାଯାତ୍ରାରେ ବାହାରି ଘର ଘର ବୁଲି ଭୋଟରଙ୍କୁ ଭେଟିଥିଲେ। ଜିଲା ମିଡିଆ ସେଲ୍‌ର ଅଧ୍ୟକ୍ଷ ବୈକୁଣ୍ଠ ନାଥ ସାହୁ, ଶହୀଦ ମଣ୍ଡଳ ପ୍ରଭାରୀ ପ୍ରଦୀପ କୁମାର ବଳ, ପୂର୍ବତନ ଜିଲା ପରିଷଦ ସଭ୍ୟା ଉମାମଣି ସାହୁ, ସୁସ୍ମିତା ଲେଙ୍କା, ରଘୁନାଥ ବିଶ୍ୱାଳ, କେଶବ ଚନ୍ଦ୍ର ଦାଶ, ଉଜ୍ଜ୍ୱଳ ନାଥ, ତପନ ସାହୁ, ଯୁଧିଷ୍ଠିର ସାହୁ, ଗୋବିନ୍ଦ ସାହୁ, ରଞ୍ଜିତ ପତି, ମାନସ ଜେନା, ଯୋଗେନ୍ଦ୍ର ସାହୁ, ରଶ୍ମିତା ସାହୁ, ଆରତି ସେଠୀ, ମିନତି ସେଠୀ, ସସ୍ମିତା ସାହୁ, ବିଶ୍ୱଜିତ ସାହୁ, ଦିବାକର ସାହୁ, ମଧୁସୂଦନ ସେଠୀ, ନରହରି ବିଶ୍ୱାଳ ପ୍ରମୁଖ ପ୍ରଚାରରେ ସାମିଲ ଥିଲେ।
ସେହିପରି ସୂର୍ଯ୍ୟବଂଶୀ କଲ୍ୟାଣୀ ପଞ୍ଚାୟତରେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଏକ ବିଶାଳ ମୋଟର ସାଇକଲ ରାଲିରେ ସମସ୍ତ ଗ୍ରାମ ବୁଲି ମା’, ଭଉଣୀ, ଗୁରୁଜନ ଏବଂ ବୁଦ୍ଧିଜୀବୀମାନଙ୍କଠାରୁ ଆଶୀର୍ବାଦ ନେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଭାଜପା ଯୁବମୋର୍ଚ୍ଚା ଦ୍ୱାରା ସୂର୍ଯ୍ୟବଂଶୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଦଳର ବରିଷ୍ଠ ନେତା ବଦ୍ରି ଧଳ, ରାଜ୍ୟ ଭାଜପାର ବରିଷ୍ଠ ନେତା ମୁରଲୀ ମନୋହର ଶର୍ମା, ଗ୍ରାମୀଣ ମଣ୍ଡଳ ସଭାପତି ଦୀପ୍ତି ରଞ୍ଜନ ଜେନା, ଜିଲା ଉପସଭାପତି ଜିତେନ୍ଦ୍ର ନାୟକ, ଯୁବମୋର୍ଚ୍ଚାର ରାଜ୍ୟ ସଂଯୋଜକ ପ୍ରକାଶ ମଲ୍ଲିକ, ଶକ୍ତିକେନ୍ଦ୍ର ପ୍ରମୁଖ ପ୍ରଶାନ୍ତ ଜେନାଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?