Categories: ଜାତୀୟ

ଦେବସ୍ଥାନମ୍‌ ବୋର୍ଡ ଭଙ୍ଗ କଲେ ଧାମି ସରକାର…

ଡେରାଡୁନ୍‌,୩୦।୧୧: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସରକାର ଦେବସ୍ଥାନମ୍‌ ବୋର୍ଡ ଭଙ୍ଗ ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ଚାର ଧାମ୍‌ ଦେବସ୍ଥାନମ୍‌ ପ୍ରବନ୍ଧନ ବୋର୍ଡ ବିଧେୟକକୁ ଫେରାଇ ନେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ୨୦୧୯ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କ ସରକାରଙ୍କ ପକ୍ଷରୁ ଏହା ଗଠନ କରାଯାଇଥିଲା।

ଏହା ଅନ୍ତର୍ଗତ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଆଦି ଚାରି ଧାମ ସହିତ ୫୧ ମନ୍ଦିରର ପ୍ରବନ୍ଧନ ଦାୟିତ୍ୱ ସରକାର ନିଜ ହାତକୁ ନେଇଥିଲେ। ଏହା ଦ୍ୱାରା ତୀର୍ଥ ପୁରୋହିତଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିଲା। ୨୦୨୧ ସେପ୍ଟେମ୍ବର ୧୧ରେ ଧାମି ଦାୟିତ୍ୱ ଗ୍ରହଣ କରିବା ପରେ ଏହି ମାମଲାର ସମାଧାନ ୩୦ ଅକ୍ଟୋବର ସୁଦ୍ଧା କରାଯିବ ବୋଲି ତୀର୍ଥ ପୁରୋହିତଙ୍କୁ କହିଥିଲେ।
ଭାଜପା ନେତା ମନୋହର କାନ୍ତ ଧ୍ୱାନୀ ବୋର୍ଡ ଭଙ୍ଗ ହେବ ନାହି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହାକୁ ନେଇ ତୀର୍ଥ ପୁରୋହିତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା।

 

Share