ଭୁବନେଶ୍ୱରରେ ଦିଗ୍‌ବିଜୟ, ଜୟରାମ

ଭୁବନେଶ୍ୱର୧୮।୯(ବ୍ୟୁରୋ): କଂଗ୍ରେସ ଏମ୍‌ପି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ଏବଂ ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଶନିବାର ସାରେ ଭୁବନେଶ୍ୱରରେ ପହଞ୍ଚଛନ୍ତି। ରବିବାର ପୂର୍ବାହ୍ନରେ କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି(ପିସିସି ) ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଂଗ୍ରେସ ନେତୃମଣ୍ଡଳୀମାନଙ୍କ ବୈଠକରେ ‘ଭାରତ ଯୋଡ଼ୋ ଯାତ୍ରା- ଓଡ଼ିଶା’ ସମ୍ପର୍କରେ ଉଭୟ ନେତା ବିଚାରବିମର୍ଶ କରିବେ । ଏହାପରେ ମଧ୍ୟାହ୍ନ ୧୨ ଘଟିକା ସମୟରେ ଏକ ଖବରଦାତା ସମ୍ମିଳନୀରେ ଉଦ୍‌ବୋଧନ ଦେବେ। ଏହାଛଡ଼ା ଗଣମାଧ୍ୟମ ବିଭାଗର ଏକ ସ୍ବତନ୍ତ୍ର ବୈଠକରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏ ସମସ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ଏମ୍‌ପି ଏ. ଚେଲ୍ଲାକୁମାର,ଏଆଇସିସି ସମ୍ପାଦକ ରୁଦ୍ରରାଜୁ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ସୂଚନା ଦେଇଛନ୍ତି।