ପଦାରେ ପଡୁଛି ଚାଇନାର ଚାଲାକି

ନୂଆଦିଲ୍ଲୀ,୨୪ ।୧: ଚାଇନା ତା’ର ଚତୁରତା ପାଇଁ ସାରା ବିଶ୍ୱରେ ବେଶ୍ ପରିଚିତ । ଗୋଟିଏ ପଟେ ଭାରତର ସହୃଦୟ ଦେଖି ଚାଇନା ନିଜ ପଡୋଶୀ ଦେଶ ବାଂଲାଦେଶକୁ ମାଗଣାରେ ଲକ୍ଷ ଲକ୍ଷ ଡୋଜ କରୋନା ଟିକା ପଠାଇଥିବା ଜଣାପଡିଛି । ଅନ୍ୟପଟେ ନିଜକୁ ଶକ୍ତିଶାଳୀ ଦେଶ ବୋଲି କହୁଥିବା ଚାଇନା ନିଜ ପଡୋଶୀ ଦେଶକୁ ଭ୍ୟାକ୍ସିନ ଟ୍ରାଏଲରେ ହୋଇଥିବା ଖର୍ଚ୍ଚର କିଛି ଅଂଶ ମାଗୁଥିବା ଜଣାପଡିଛି । ଏହା ଜାଣିବା ପରେ ବାଂଲାଦେଶ ଚାଇନାର ଟିକା ଗ୍ରହଣ ନ କରି ବରଂ ଭାରତକୁ କରୋନା ଟିକା ମାଗିଥିବା କୁହାଯାଏ । ସୂଚନାଯୋଗ୍ୟ, ଭାରତ ବାଂଲାଦେଶକୁ ପ୍ରଥମ ପର୍ଯ୍ୟାୟରେ ମାଗଣାରେ ୨୦ ଲକ୍ଷ ଡୋଜ ମାଗଣା ଭ୍ୟାକ୍ସିନ ଯୋଗାଇ ଦେଇଛି । ଏହାସହ ଚୁକ୍ତି ଅନୁଯାୟୀ ପରେ ଭାରତ ବାଂଲାଦେଶକୁ ୩ କୋଟି ଡୋଜ ଯୋଗାଇ ଦେବ । ସିରମ ଇନଷ୍ଟିଚ୍ୟୁଟ ପୁଣେ ଦ୍ୱାରା ପ୍ରସ୍ତୁତ କୋଭିସିଲଡ ଭ୍ୟାକ୍ସିନକୁ ଭାରତ ବାଂଲାଦେଶକୁ ପଠାଇଛି । ଏହାକୁ ନେଇ ୧୭ ଡିସେମ୍ବର ୨୦୨୦ରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଥିଲେ । ସେତେବେଳେ ମୋଦି କଥା ଦେଇଥିଲେ କି ଯେ କୌଣସି ଜରୁରୀ ପରିସ୍ଥିତିରେ ସେ ବାଂଲାଦେଶକୁ ସହଯୋଗ କରିବେ । ଆଉ ଏବେ କରୋନା ଭ୍ୟାକ୍ସିନ ମାଧ୍ୟମରେ ମୋଦି ବାଂଲାଦେଶକୁ ସହଯୋଗର ହାତ ବଢାଇଛନ୍ତି ।

Share