ବାହୁଙ୍ଗି ନେଇ ଧବଳେଶ୍ୱର ପୀଠକୁ ଯାଇପାରିବେନି କାଉଡିଆ

ଆଠଗଡ଼,୧୫।୭(ଡି.ଏନ୍‌.ଏ): ଧବଳେଶ୍ୱର ପୀଠ ଭିତରକୁ କାଉଡିଆ ବାହୁଙ୍ଗି ଆଣିବାକୁ ବାରଣ କଲେ ଆଠଗଡ଼ ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ । କାଉଡିଆମାନେ କେବଳ ମାନସିକ କଳସ ଓ ଭୋଗ ନେଇ ଭିତରକୁ ଯାଇପାରିବେ। ଏ ନେଇ ଉପଜିଲାପାଳ ଶୁକ୍ରବାର ସୂଚନା ଦେଇଛନ୍ତି। କେବଳ ଝୁଲାପୋଲ ପର୍ଯ୍ୟନ୍ତ କାଉଡିଆ ବାହୁଙ୍ଗି ଆଣିପାରିବେ ଏବଂ ସେଠାରେ ହିଁ ରଖିବେ ବୋଲି ଉପଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଝୁଲାପୋଲ ଦେଇ କେବଳ ପାଣି କଳସ ଏବଂ ଭୋଗ ନେଇ ଶ୍ରଦ୍ଧାଳୁ ପୀଠ ଭିତରକୁ ଯାଇପାରିବେ। ଶ୍ରଦ୍ଧାଳୁ କିଭଳି ଭାବେ ଶୃଙ୍ଖଳିତ ଦର୍ଶନ କରିବେ, ସେନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ଉପଜିଲାପାଳ କହିଛନ୍ତି।