Categories: ଜାତୀୟ

ଅଯଥା ଘରୁ ନ ବାହାରିବାକୁ ଡିଜିପିଙ୍କ ଅନୁରୋଧ

ଚେନ୍ନାଇ:,୯।୧୧: ବର୍ଷାରେ ତାମିଲନାଡୁରେ ସ୍ଥିତି ବିଗିଡିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଥିବା ବେଳେ ଲୋକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଦିନକୁ ଦିନ ବର୍ଷାର ପରିମାଣ ବଢୁଥିବାରୁ ରାଜ୍ୟର ୯ଟି ଜିଲାରେ ସ୍କୁଲଗଡିକ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ସେହିପରି ଡିଜିପି ଶୈଳେନ୍ଦ୍ର ବାବୁ ଲୋକଙ୍କୁ ଅଯଥା ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି।

ବୁଧବାର ଓ ଗୁରୁବାର ରାଜ୍ୟର ଅନେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଅବପାତରେ ପରିଣତ ହେବ ଏ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ତେଣୁ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ବୁଧବାର କୁଡ୍ଡାଲୋର, ଭିଲ୍ଲାପୁରମ, ଶିବଗଙ୍ଗା, ରାମନାଥପୁରମ ଓ କାରାଇକାଲରେ ରେଡ୍‌ ଆଲଟ ଜାରି କରାଯାଇଛି।
ସେହିପରି ଚେନ୍ନାଇ, କାଞ୍ଚୀପୁର, ଚେଙ୍ଗାଲପାଟ୍ଟୁ, ଭିଲ୍ଲାପୁରମ ଓ ତିରୁଭାନ୍ନାମାଲାଇରେ ଗୁରୁବାର ପାଇଁ ଏସବୁ ଜିଲାରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ନଭେମ୍ବର ୧୩ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Share