ଅଗରତାଲା,୨୦।୭: ରାଜ୍ୟ ପୋଲିସ ମୁଖ୍ୟାଳୟରୁ ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଖବର ପୋଲିସ ବିଭାଗରେ ଭୟର ଲହରୀ ଖେଳିଯାଇଛି। ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି । ତଥାପି, ଅନୁରାଗ ଧନଖର କାହିଁକି ଏହି ଚରମ ପଦକ୍ଷେପ ନେଲେ ସେ ସମ୍ପର୍କରେ ଠୋସ୍ ସୂଚନା ଏପର୍ଯ୍ୟନ୍ତ ମିଳାପାରି ନାହିଁ । ଅନୁରାଗ ଧନଖର ଉତ୍ତର ପ୍ରଦେଶର ବାଗପତ ଜିଲାର ବାସିନ୍ଦା ।
ଧନଖର ୧୯୯୪ ବ୍ୟାଚର ଆଇପିଏସ୍ ଅଧିକାରୀ ଥିଲେ। ତାଙ୍କ ମୃତ୍ୟୁ ପରେ, ଏଜେନ୍ସିଗୁଡ଼ିକ ତଦନ୍ତ ଆରମ୍ଭ କରିଛନ୍ତି। ଧନଖର ତାଙ୍କ ସର୍ଭିସ୍ ପିସ୍ତଲରେ ନିଜକୁ ଗୁଳି କରିଥିବା ବିଶ୍ୱାସ କରାଯାଉଛି। ଘଟଣା ପରେ, ତାଙ୍କୁ ତୁରନ୍ତ ଗୋବିନ୍ଦ ବଲ୍ଲଭ ପନ୍ତ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଡିଜିପି ଧନଖରଙ୍କ ଆତ୍ମହତ୍ୟାର କାରଣ ଅଜଣା ରହିଛି ଏବଂ ଏହି ଘଟଣାର ତଦନ୍ତ ଚାଲିଛି।
ଅନୁରାଗ ଧନଖର ୨୦୨୫ ମସିହାରେ ତ୍ରିପୁରାର ଡିଜିପି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ଆତ୍ମହତ୍ୟା ପଛର କାରଣ ବର୍ତ୍ତମାନ ତଦନ୍ତ କରାଯାଉଛି। ଡିଜିପି ନିଜକୁ ଗୁଳି କରିଥିବା ସୂଚନା ପାଇବା ପରେ, ତାଙ୍କୁ ତୁରନ୍ତ ଅଗରତାଲାର ଗୋବିନ୍ଦ ବଲ୍ଲଭ ପନ୍ତ (ଜିବି) ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।