Categories: ଜାତୀୟ

ବଳାତ୍କାର ପାଇଁ ଦାୟୀ ଜନସଂଖ୍ୟା, ଇଣ୍ଟରନେଟ୍ : ଡିଜିପି

ଜଇପୁର,୫ ।୧୦: ହାଥରସ ଗଣବଳାତ୍କାର ସହ ଦେଶର ବିଭିନ୍ନ ସ୍ଥାନରେ ଘଟୁଥିବା ଏଭଳି ଘଟଣାକୁ ନେଇ ଏବେ ସାରା ଦେଶରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏହି ସମୟରେ ରାଜସ୍ଥାନ ଡିଜିପି ଭୁପେନ୍ଦ୍ର ସିଂ ଯାଦବ କହିଛନ୍ତି ଏବେ ଜମିବାଡି ମାମଲା କିମ୍ବା ପରସ୍ପର ମଧ୍ୟରେ କଳହ ହେଲେ ଏଥିରେ ବଳାତ୍କାରକୁ ଯୋଡି ଦିଆଯାଉଛି । ଯାହା ଏବେ ଏକ ଟ୍ରେଣ୍ଡ ପାଲଟି ଯାଇଛି । ଏଭଳି ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବାକୁ ସମୟ ଲାଗୁଛି । ସେ କହିଛନ୍ତି ଇଣ୍ଟରନେଟରେ ଆପରାଧିକ ସାମଗ୍ରୀ ବହୁ ମାତ୍ରାରେ ପ୍ରସାରିତ ହେବାରେ ଲାଗିଛି । ପୋଲିସ ଏମିତି ବହୁ ସାଇଟ୍‌କୁ ହଟାଇ ଦେଇଛି । ଏହାପରେ ବି ନୂଆ ନୂଆ ସାଇଟ୍ ଖୋଲି ଯାଉଛି । ଯାହା ଉପରେ ପୋଲିସ ବିଭାଗ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି । ରାଜସ୍ଥାନକୁ ନେଇ ସେ କହିଛନ୍ତି ଏଠାରେ ବି ବହୁପରିମାଣରେ ଅପରାଧ ମାମଲା ବଢିବାରେ ଲାଗିଛି । ଏହାର ମୁଖ୍ୟ କାରଣ ହେଉଛି ଜନସଂଖ୍ୟା, ବେକାରି ସମସ୍ୟା ଓ ଇଣ୍ଟରନେଟ । ତେଣୁ ପୋଲିସ ଏହା ଉପରେ ଫୋକସ କରି ଅଧିକରୁ ଅଧିକ ପିଲାଙ୍କୁ ଶିକ୍ଷିତ କରିବା ସହ ଅଭିଭାବକମାନଙ୍କୁ ମଧ୍ୟ ଏ ସମ୍ପର୍କରେ ବୁଝାଇବାକୁ ଚେଷ୍ଟା କରୁଛି । ତେବେ ଇଣ୍ଟରନେଟର ବ୍ୟବହାର ସକରାତ୍କକ କାର୍ଯ୍ୟ ପାଇଁ କରାଯାଇଛି ବୋଲି ପୋଲିସ ବୁଝାଉଛି । ଅନ୍ୟପଟେ ସାଇବର କ୍ରାଇମକୁ କମାଇବାକୁ ନୂଆ କାର୍ଯ୍ୟକ୍ରମ କରାଯାଉଥିବା ଡିଜିପି କହିଛନ୍ତି ।

Share