ଚିତ୍ରକୋଣ୍ଡାରେ ଡିଜିପି ଅଭୟ: ସମୀକ୍ଷା କଲେ ମାଓବାଦୀ ଗତିବିଧି

ଚିତ୍ରକୋଣ୍ଡା,୮।୧୧(ଡି.ଏନ୍‌.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଓପ୍ରବଣ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଲାଲଗଡ଼କୁ ରବିବାର ପୋଲିସ ଡିଜି ଅଭୟ ଗସ୍ତ କରିଛନ୍ତି। ସେ ଗୋରାସେତୁ ବିଏସ୍‌ଏଫ କ୍ୟାମ୍ପକୁ ଯାଇ ମାଓ ସ୍ଥିତି ଓ ଗତିବିଧିର ସମୀକ୍ଷା କରିଛନ୍ତି। ତାଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି। ଡିଜିପି ସ୍ବାଭିମାନ ଅଞ୍ଚଳ ବାସୀଙ୍କୁ ଲୁଗା, କମ୍ବଳ ଓ ପିଲାଙ୍କ ନିମନ୍ତେ ପୋଷାକ ସ୍କୁଲ ବ୍ୟାଗ୍‌ ବାଣ୍ଟିଥିଲେ। ପରେ ବିଏସଏଫ କ୍ୟାମ୍ପ ସୁରକ୍ଷା ବ୍ୟବସ୍ଥା ବୁଲି ଦେଖିବା ପରେ, ବିଏସଏଫ, ଏସଓଜି, ଡିଭିଏଫ ଯବାନଙ୍କ ସହ ବୈଠକ କରିଥିଲେ। ମାଓବାଦୀଙ୍କ ଦମନ ନେଇ ଡିଜି ସ୍ବତନ୍ତ୍ର ସମୀକ୍ଷା କରିଛନ୍ତି ।