ସକ୍ରିୟ, ସଜାଗ ରହିବାକୁ ଡିଜିପିଙ୍କ ନିର୍ଦ୍ଦେଶ

କଟକ ଅଫିସ, ୨୮ା୫: ଜୁଲାଇ ୧ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ରୀତିନୀତି ବିଭିନ୍ନ ତାରିଖରେ ପାଳନ କରାଯିବ। ଗୁରୁତ୍ୱପୂର୍ଣ୍ଣ ରୀତିନୀତି ମଧ୍ୟରେ ଜୁନ୍‌ ୨୯ ତାରିଖରେ ନବଯୌବନ ଦର୍ଶନ, ଜୁଲାଇ ୧ ତାରିଖରେ ରଥଯାତ୍ରା, ୯ରେ ବାହୁଡ଼ା ଯାତ୍ରା, ୧୦ରେ ସୁନାବେଶ ଓ ୧୨ ତାରିଖରେ ନୀଳାଦ୍ରିବିଜେ ଉପଲକ୍ଷେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ପୁରୀ ଆସିବେ। ଏଥିପାଇଁ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଡିଜିପି ସୁନୀଲ ବଂଶଲ ଅଧ୍ୟକ୍ଷତା କରି ରଥଯାତ୍ରା ପାଇଁ ସକ୍ରିୟ ଓ ଅଧିକ ସଜାଗ ରହିବାକୁ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଭିନ୍ନ ସୁରକ୍ଷା ବନ୍ଦୋବସ୍ତ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ରଥଯାତ୍ରା ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା ସହ ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ବତନ୍ତ୍ର କାର୍ଯ୍ୟ ପାଇଁ ନିୟୋଜିତ ହେବେ। ସେହିପରି ଆବଶ୍ୟକତା ଅନୁଯାୟୀ ବମ୍‌ ନିଷ୍କ୍ରିୟକାରୀ ଦଳ, ଏଚ୍‌ଏଚ୍‌ଏମ୍‌ଡି, ଡିଏମ୍‌ଏଫ୍‌ଡି, ମେଟାଲ ଡିଟେକ୍ଟର ଓ କାଉଣ୍ଟର ଗୋଇନ୍ଦା ସ୍କ୍ବାଡ୍‌ଙ୍କୁ ନିୟୋଜିତ କରାଯିବ। ଭିଭିଆଇପିମାନଙ୍କ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ସିସିଟିଭି, ଏକ୍ସ-ରେ ବ୍ୟାଗେଜ୍‌ ସ୍କାନର ସ୍ଥାପନ ହେବ। ଟ୍ରାଫିକ୍‌ ସୁପରିଚାଳନା ନିମନ୍ତେ ରୋଡ୍‌ ଡିଭାଇଡର, ଡିଲିନେଟର ଓ ଟ୍ରାଫିକ୍‌ କୋନ୍ସ ବ୍ୟବସ୍ଥା କରାଯିବ। ସେହିପରି ସମୁଦ୍ର କୂଳରେ ପାଟ୍ରୋଲିଂ କଡାକଡି କରିବାକୁ ଦୃଷ୍ଟି ଦିଆଯିବ ଓ ଅସ୍ଥାୟୀ ପୋଲିସ ଆଉଟ୍‌ପୋଷ୍ଟ ଖୋଲାଯିବ। ଏହି ବୈଠକରେ ସ୍ବତନ୍ତ୍ର ଡିଜିପି (ଯୋଗାଯୋଗ) ଅରୁଣ କୁମାର ରାୟ, ଏଡିଜିପି (ରେଳବାଇ ଓ ଉପକୂଳ ସୁରକ୍ଷା) ଡ. ସୁଧାଂଶୁ ଷଡ଼ଙ୍ଗୀ, ଏଡିଜିପି ଆର୍‌. ପି. କୋଚେ, ଗୋଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, କ୍ରାଇମବ୍ରାଞ୍ଚ ଏଡିଜିି ଅରୁଣ ବୋଥ୍ରା, ଏଡିଜିପି ସଞ୍ଜୟ କୁମାର, ଆଇଜିପି ଅମିତାଭ ଠାକୁର, ଆଇଜିପି ଏସ୍‌. ଦେବଦତ୍ତ ସିଂ, ଆଇଜିପି ଏସ୍‌. ପ୍ରବୀଣ କୁମାର, ଆଇଜିପି ନରସିଂହ ଭୋଳ, ଆଇଜିପି ଅମିତେନ୍ଦ୍ର ନାଥ ସିହ୍ନା, ଡିଆଇଜି ଜୟନାରାୟଣ ପଙ୍କଜ, ଡିଆଇଜିପି ଅନିରୁଦ୍ଧ କୁମାର ସିଂ, ଡିଆଇଜିପି ଅନୁପ କୁମାର ସାହୁ ଓ ପୁରୀ ଏସ୍‌ପି କନୱର ବିଶାଲ ସିଂ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…

ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...

ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ନାବାଳକ, ଦେଖାକରିବାକୁ ଯାଇ…

ବିଞ୍ଝାରପୁର, ୨୦ା୧୨(ରାମକୃଷ୍ଣ ଦାସ): ପ୍ରେମ ପାଇଁ ଆସିଥିବା ଜଣେ ନାବାଳକ ପ୍ରେମିକଙ୍କ ଝୁଲନ୍ତା ମୃତଦେହକୁ ବିଞ୍ଝାରପୁର ଥାନା ଅଞ୍ଚଳର ପ୍ରେମିକାଙ୍କ ଘର ନିକଟରୁ ଶୁକ୍ରବାର ପୂର୍ବାହ୍ନରେ...

ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଛି ଗଛକଟା: ଉଦ୍‌ବେଗ ପ୍ରକାଶ କଲେ ପରିବେଶବିତ୍‌

ବାରିପଦା,୨୦ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ହଜାର ଗଛ କଟାଯାଉଛି। ଏହାକୁ...

୧୦ମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ , ବଳାତ୍କାର କରିବା ସହ…

କୁଆଁରମୁଣ୍ଡା,୨୦ା୧୨ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବୀରମିତ୍ରପୁର...

ଖୁସିଖବର ଦେଲେ ମୁଖ୍ୟମନ୍ତ୍ରୀ: ୫୬ହଜାର ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର,୨୦।୧୨(ରବିନାରାୟଣ ଜେନା):ଓଡ଼ିଶା ଦେଶର ବିକାଶର ଇଞ୍ଜିନ୍‌ ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ହାଇଦ୍ରାବାଦ୍‌ସ୍ଥିତ ଇନଭେଷ୍ଟର୍ସ ମିଟ୍‌ସର ଉଦ୍‌ଯାପନୀ ଅବସରରେ...

ଆଜି ଏହି 3 ରାଶି ଉପରେ ରହିବ ଶନିଦେବଙ୍କ କୃପା, ଆସିବ ଖୁସିର ସମୟ

ନୂଆଦିଲ୍ଲୀ,୨୦ା୧୨: ଆଜି ଏକ ସ୍ପଷ୍ଟ ଭାବପ୍ରବଣ ଏବଂ ମାନସିକ ପରିବର୍ତ୍ତନର ସଙ୍କେତ ଦେଉଛି। ଶୁକ୍ର ଧନୁ ରାଶିରେ ପ୍ରବେଶ କରିବା ଏବଂ ଚନ୍ଦ୍ର ସେଠାରେ ପୂର୍ବରୁ...

ବଦଳିଗଲେ ନବୀନ, ପ୍ରଥମରୁ ଏମିତି ନ ଥିଲେ…

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର):ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ସମ୍ପର୍କିତ ବିଲ୍‌ ଯାହା ବିଧାନସଭାରେ ପାରିତ ହୋଇଛି ସେଥିରେ ସଂଶୋଧନ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri