ସ୍ପାଇସ୍‌ ଜେଟ୍‌କୁ ଡିଜିସିଏର କାରଣ ଦର୍ଶାଅ ନୋଟିସ୍‌, ୧୮ ଦିନରେ ୮ ଘଟଣାର ଜବାବ ଲୋଡ଼ିଲା…

ନୂଆଦିଲ୍ଲୀ, ୬।୭ : ସ୍ପାଇସଜେଟ ବିମାନଗୁଡ଼ିକରେ କ୍ରମାଗତ ଯାନ୍ତ୍ରିକ ତ୍ରୁଟି ପରେ ବୁଧବାର ବେସମାରିକ ବିମାନ ଚଳାଚଳ ମହାନିୟନ୍ତ୍ରକ (ଡିଜିସିଏ) ଦ୍ୱାରା ଏକ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଗତ ୧୮ ଦିନ ମଧ୍ୟରେ ଆଠଟି ବୈଷୟିକ ତ୍ରୁଟି ପରେ ଡିଜିସିଏ ଏହି ପଦକ୍ଷେପ ନେଇଛି। ସେପ୍ଟେମ୍ବର ୨୦୨୧ରେ ଡିଜିସିଏ ଦ୍ୱାରା ହୋଇଥିତ୍ବା ସ୍ପାଇସଜେଟର ଅଡିଟ ଜାଣିବାକୁ ମିଳିଥିଳା ଯେ ଅତିରିକ୍ତ ଯୋଗାଣକାରୀଙ୍କୁ ନିୟମିତ ଭାବରେ ଦରମା ଦିଆଯାଉ ନାହିଁ, ଯାହା ଫଳରେ ସ୍ପେୟାର ଅଭାବ ଦେଖାଦେଇଛି।

ଡିଜିସିଏ କହିଛି ଯେ ବିମାନ ନିୟମ, ୧୯୩୭ ଅନୁଯାୟୀ ସ୍ପାଇସଜେଟ ନିରାପଦ, ଦକ୍ଷ ଏବଂ ନିର୍ଭରଯୋଗ୍ୟ ବିମାନ ସେବା ନିଶ୍ଚିତ କରିବାରେ ବିଫଳ ହୋଇଛି। ମଙ୍ଗଳବାର ଦିଲ୍ଲୀ-ଦୁବାଇ ବିମାନ ଇନ୍ଧନ ସୂଚକ ତ୍ରୁଟିପୂର୍ଣ୍ଣ ହେବା ପରେ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରିଥିଲା। ସେହିପରି ଓ୍ବିଣ୍ଡ ଶିଲ୍ଡରେ ଫାଟ ସୃଷ୍ଟି ହେବା ଯୋଗୁ କାଣ୍ଡଲା-ମୁମ୍ବାଇ ବିମାନ ମହାରାଷ୍ଟ୍ରର ରାଜଧାନୀରେ ଅବତରଣ କରିଥିଲା।

ଡିଜିସିଏ ଅନୁଯାୟୀ ଏହି ସବୁ ଘଟଣାର ତଦନ୍ତ ଚାଲିଛି। ସୂଚନାଯୋଗ୍ୟ, ସ୍ପାଇସଜେଟ ଏୟାରଲାଇନ୍ସ ଗତ ତିନିବର୍ଷ ଧରି କ୍ଷତିରେ ଚାଳିଛି।

ଶସ୍ତା ସେବା ଯୋଗାଉଥିବା ସ୍ପାଇସଜେଟର ୨୦୧୮-୧୯ରେ ୩୧୬ କୋଟି, ୨୦୧୯-୨୦ ରେ ୯୩୪ କୋଟି ଏବଂ ୨୦୨୦-୨୧ରେ ୯୯୮ କୋଟି ଟଙ୍କା କ୍ଷତି ହୋଇଛି। ବିମାନ ଚଳାଚଳ କ୍ଷେତ୍ର କରୋନା ମହାମାରୀ ପ୍ରଭାବର ଧିରେଧିରେ ସ୍ବାଭାବିକ ହେବାରେ ଲାଗିଛି।

ବିମାନ ଚଳାଚଳ ପରାମର୍ଶଦାତା ସଂସ୍ଥା ସିଏପିଏ ଜୁନ ୨୯ ରେ କହିଛି ଯେ ୨୦୨୧-୨୨ରେ ଭାରତୀୟ ବିମାନ ସେବାଗୁଡିକର କ୍ଷତି ୩ ବିଲିୟନ ଡ଼ଲାର ହୋଇଛି। ୨୦୨୨-୨୩ରେ ଏହା ହ୍ରାସ ପାଇ ୧.୪ ରୁ ୧.୭ ବିଲିୟନ ମଧ୍ୟରେ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri