ସ୍ପାଇସ୍‌ ଜେଟ୍‌କୁ ଡିଜିସିଏର କାରଣ ଦର୍ଶାଅ ନୋଟିସ୍‌, ୧୮ ଦିନରେ ୮ ଘଟଣାର ଜବାବ ଲୋଡ଼ିଲା…

ନୂଆଦିଲ୍ଲୀ, ୬।୭ : ସ୍ପାଇସଜେଟ ବିମାନଗୁଡ଼ିକରେ କ୍ରମାଗତ ଯାନ୍ତ୍ରିକ ତ୍ରୁଟି ପରେ ବୁଧବାର ବେସମାରିକ ବିମାନ ଚଳାଚଳ ମହାନିୟନ୍ତ୍ରକ (ଡିଜିସିଏ) ଦ୍ୱାରା ଏକ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଗତ ୧୮ ଦିନ ମଧ୍ୟରେ ଆଠଟି ବୈଷୟିକ ତ୍ରୁଟି ପରେ ଡିଜିସିଏ ଏହି ପଦକ୍ଷେପ ନେଇଛି। ସେପ୍ଟେମ୍ବର ୨୦୨୧ରେ ଡିଜିସିଏ ଦ୍ୱାରା ହୋଇଥିତ୍ବା ସ୍ପାଇସଜେଟର ଅଡିଟ ଜାଣିବାକୁ ମିଳିଥିଳା ଯେ ଅତିରିକ୍ତ ଯୋଗାଣକାରୀଙ୍କୁ ନିୟମିତ ଭାବରେ ଦରମା ଦିଆଯାଉ ନାହିଁ, ଯାହା ଫଳରେ ସ୍ପେୟାର ଅଭାବ ଦେଖାଦେଇଛି।

ଡିଜିସିଏ କହିଛି ଯେ ବିମାନ ନିୟମ, ୧୯୩୭ ଅନୁଯାୟୀ ସ୍ପାଇସଜେଟ ନିରାପଦ, ଦକ୍ଷ ଏବଂ ନିର୍ଭରଯୋଗ୍ୟ ବିମାନ ସେବା ନିଶ୍ଚିତ କରିବାରେ ବିଫଳ ହୋଇଛି। ମଙ୍ଗଳବାର ଦିଲ୍ଲୀ-ଦୁବାଇ ବିମାନ ଇନ୍ଧନ ସୂଚକ ତ୍ରୁଟିପୂର୍ଣ୍ଣ ହେବା ପରେ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରିଥିଲା। ସେହିପରି ଓ୍ବିଣ୍ଡ ଶିଲ୍ଡରେ ଫାଟ ସୃଷ୍ଟି ହେବା ଯୋଗୁ କାଣ୍ଡଲା-ମୁମ୍ବାଇ ବିମାନ ମହାରାଷ୍ଟ୍ରର ରାଜଧାନୀରେ ଅବତରଣ କରିଥିଲା।

ଡିଜିସିଏ ଅନୁଯାୟୀ ଏହି ସବୁ ଘଟଣାର ତଦନ୍ତ ଚାଲିଛି। ସୂଚନାଯୋଗ୍ୟ, ସ୍ପାଇସଜେଟ ଏୟାରଲାଇନ୍ସ ଗତ ତିନିବର୍ଷ ଧରି କ୍ଷତିରେ ଚାଳିଛି।

ଶସ୍ତା ସେବା ଯୋଗାଉଥିବା ସ୍ପାଇସଜେଟର ୨୦୧୮-୧୯ରେ ୩୧୬ କୋଟି, ୨୦୧୯-୨୦ ରେ ୯୩୪ କୋଟି ଏବଂ ୨୦୨୦-୨୧ରେ ୯୯୮ କୋଟି ଟଙ୍କା କ୍ଷତି ହୋଇଛି। ବିମାନ ଚଳାଚଳ କ୍ଷେତ୍ର କରୋନା ମହାମାରୀ ପ୍ରଭାବର ଧିରେଧିରେ ସ୍ବାଭାବିକ ହେବାରେ ଲାଗିଛି।

ବିମାନ ଚଳାଚଳ ପରାମର୍ଶଦାତା ସଂସ୍ଥା ସିଏପିଏ ଜୁନ ୨୯ ରେ କହିଛି ଯେ ୨୦୨୧-୨୨ରେ ଭାରତୀୟ ବିମାନ ସେବାଗୁଡିକର କ୍ଷତି ୩ ବିଲିୟନ ଡ଼ଲାର ହୋଇଛି। ୨୦୨୨-୨୩ରେ ଏହା ହ୍ରାସ ପାଇ ୧.୪ ରୁ ୧.୭ ବିଲିୟନ ମଧ୍ୟରେ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri