ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ଡିଜିସିଏର ନୂଆ ଗାଇଡଲାଇନ

ନୂଆଦିଲ୍ଲୀ,୩୦ ।୧୧: କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡି ଦେଇଛି । ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଏହି ଭାରିଏଣ୍ଟ ଏବେ ବିଶ୍ୱର ପ୍ରାୟ ୧୩ ଦେଶକୁ ବ୍ୟାପୀ ସାରିଲାଣି । ଏହାର ଭୟାବହତାକୁ ଦେଖି ଡିଜିସିଏ ନୂଆ ଗାଇଡଲାଇନ ଜାରି କରିଛି । ବିଶେଷ କରି ବିଦେଶରୁ ଭାରତକୁ ଆସୁଥିବା ବିମାନଯାତ୍ରୀଙ୍କ ପାଇଁ ଏହା ଜାରି କAରାଯାଇଛି । ଏହି ଗାଇଡଲାଇନ ଅନୁଯାୟୀ, ଯାତ୍ରୀମାନେ ସେମାନଙ୍କର ୧୪ ଦିନର ସେଲ୍ଫ ଡିକଲାରେଶନ ଦେବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀମାନେ ଏୟାର ସୁବିଧା ପୋର୍ଟାଲରେ ନିଜର ୧୪ ଦିନର ସେଲ୍ଫ ଡିକ୍ଲାରେଶନ ଦେବା ଜରୁରୀ । ଅର୍ଥାତ୍ ଯାତ୍ରୀ କେଉଁ କେଉଁ ସ୍ଥାନକୁ ଯାତ୍ରା କରିବା ପରେ ଭାରତ ଆସିଛନ୍ତି । କଣ୍ଟାକ୍ଟ ଟ୍ରେସିଂ ପାଇଁ ଯାତ୍ରୀଙ୍କୁ ସମସ୍ତ ସୂଚନା ଦେବାକୁ ପଡିବ । ବିମାନବନ୍ଦରରେ ଭିନ୍ନ ଏକ ଆର୍‌ଟିପିସିଆର ଟେଷ୍ଟି ସୁବିଧା କରାଯିବ ଯେଉଁଠି ଯାତ୍ରୀମାନେ ଟେଷ୍ଟ କରିପାରିବେ । ଏହାସହ କୋଭିଡ ପ୍ରୋଟୋକଲର ପାଳନ ଜରୁରୀ କରାଯାଇଛି ।
ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରୁ ଆସୁଥିବା ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହାକୁ ନେଇ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ବି ଚେତାବନୀ ଜାରି କରି ସାରିଛି ।

Share