Categories: ଜାତୀୟ

ଏୟାର ଭିସ୍ତାରାକୁ ବଡ଼ ଝଟ୍‌କା: ୭୦ଲକ୍ଷ ଜରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ,୬।୨: ବେସାମରିକ ବିମାନ ଚଳାଚଳ ନିୟାମକ ମହାନିର୍ଦ୍ଦେଶକ ବିମାନ ଚଳାଚଳ (ଡିଜିସିଏ) ଏୟାର ଭିସ୍ତାରାକୁ ଏକ ବଡ଼ ଝଟ୍‌କା ଦେଇଛି। ଭିସ୍ତାରା ଉପରେ ଡିଜିସିଏ ୭୦ଲକ୍ଷ ଟଙ୍କା ଜୋରିମାନା ଲଗାଇଥିବା ଜଣାପଡ଼ିଛି। ଦେଶର ଉତ୍ତର-ପୂର୍ବ ଅଞ୍ଚଳର ସର୍ବନିମ୍ନ ସେବା ପାଇଁ ନ୍ୟୁନତମ ସଂଖ୍ୟକ ବାଧ୍ୟତାମୂଳକ ବିମାନ ଚଳାଚଳ ନ କରିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କମ୍ପାନୀ ଉଡାନ ଯୋଜନାକୁ ଅଣଦେଖା କରିଥିବା ଅଭିଯୋଗ କରିଛି। ଏୟାର ଭିସ୍ତାରା ଉତ୍ତର-ପୂର୍ବ ଅଞ୍ଚଳରେ ସର୍ବନିମ୍ନ ବିମାନ ଚଳାଚଳ କରିବାର ଥିଲା କିନ୍ତୁ କମ୍‌ କରିଥିବା କୁହାଯାଉଛି।

Share