ଅନ୍ଧଭକ୍ତି ନୁହେଁ ଈଶ୍ୱର ଭକ୍ତି

କିଛି ମାସ ତଳେ ଉତ୍ତରପ୍ରଦେଶର ହାଥ୍‌ରାସରେ ଏକ ସତ୍‌ସଙ୍ଗରେ ଦଳାଚକଟା ଘଟି ୧୨୧ ଜଣ ମୃତ ଏବଂ ୨୮ ଜଣ ଆହତ ହୋଇଥିଲେ; ଯେଉଁଥିରେ ମହିଳା ଓ ଶିଶୁଙ୍କ ସଂଖ୍ୟା ଅଧିକ ଥିଲା। ଉକ୍ତ ଦୁର୍ଘଟଣାରେ ମୃତ ଭକ୍ତଗଣଙ୍କୁ ସେହି ସମୟରେ ନା ଭଗବାନ୍‌ ସହାୟକ ହେଲେ ନା ସେ ଭଗବାନ୍‌ରୂପୀ ବାବା, ଯାହାଙ୍କ ପାଦଧୂଳି ନେବା ପାଇଁ ଭକ୍ତଙ୍କ ଭିତରେ ଦଳାଚକଟା ହୋଇଥିଲା । ତଥ୍ୟ କହୁଛି, ଭାରତରେ ଦୁର୍ଘଟଣା ଏବଂ ଯୁଦ୍ଧରେ ଯେତେ ଲୋକ ମୃତ୍ୟୁବରଣ କରନ୍ତି, ଅନ୍ଧଭକ୍ତି ଓ ଅନ୍ଧବିଶ୍ୱାସ ବଶବର୍ତ୍ତୀ ହୋଇ ସେତିକି ଲୋକ ଜୀବନ ହରେଇଥା’ନ୍ତି।
ଭାରତରେ ମନ୍ଦିର ଓ ଆଶ୍ରମ ଦର୍ଶନ ସମୟରେ ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବାରେ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ୨oo୫ରେ ମନ୍ଦାରଦେବୀ ମନ୍ଦିରରେ ୨୯୧ ଜଣ, ୨oo୮ରେ ନୈନାଦେବୀ ମନ୍ଦିରରେ ୧୪୬ ଜଣ, ୨o୧o କୁମ୍ଭମେଳାରେ ୭ ଜଣ ଏବଂ କୃପାଳୁ ମହାରାଜଙ୍କ ଆଶ୍ରମରେ ୬୩ ଜଣ, ୨o୧୧ରେ ସରୀମାଲାରେ ୧o୨ ଜଣ, ୨o୧୩ କୁମ୍ଭମେଳାରେ ୩୬ ଜଣ, ୨o୧୩ ରତ୍ନଗିରି ମନ୍ଦିରରେ ୧୧୫ ଜଣ ଓ ୨o୧୬ ରେ ପୁଟ୍ଟୀଙ୍ଗଲ ଦେବୀ ମନ୍ଦିରରେ ୧o୬ ଜଣ ଦଳାଚକଟାରେ ପ୍ରାଣ ହରାଇଥିବାର ଉଦାହରଣ ରହିଛି।
ଓଡ଼ିଶା କଥା ଦେଖାଗଲେ ପ୍ରତିବର୍ଷ କେବଳ ପୁରୀ ଶ୍ରୀମନ୍ଦିରରେ ବିଶେଷ ଦିନଗୁଡ଼ିକରେ କିମ୍ବା ପର୍ବପର୍ବାଣିରେ ଭକ୍ତଙ୍କ ଗହଳି ଯୋଗୁ ଦଳାଚକଟାଜନିତ ମୃତାହତ ହେବା ଅନେକ ଘଟଣା ନଜରକୁ ଆସିଛି। ଏହି ଦୁର୍ଘଟଣାଗୁଡ଼ିକ କ’ଣ ଭଗବାନ୍‌ଙ୍କୁ ଦର୍ଶନ ପାଇଁ ଇଚ୍ଛା କରୁଥିବା ସେହି ଭକ୍ତଗଣଙ୍କ ଭକ୍ତି ବା ବିଶ୍ୱାସରେ ଅଭାବର ପରିଣାମ? ଏ ପ୍ରଶ୍ନ ଏବେ ମଧ୍ୟ ତର୍କ, ଆଲୋଚନା ଓ ଯୁକ୍ତିର ପ୍ରସଙ୍ଗ ଅନ୍ତର୍ଗତ! ନା ଏହି ମୃତ୍ୟୁଗୁଡ଼ିକର କାରଣ ଭକ୍ତଗଣଙ୍କ ସେହି ଗେରୁଆ ଓ ଶୁଭ୍ର ବସ୍ତ୍ର ପରିଧାନକାରୀ ବାବାଙ୍କ ଉପରେ ଅନ୍ଧବିଶ୍ୱାସ ନା ନିଜର ନୈରାଶ୍ୟଭାବ? ଭକ୍ତମାନେ ଭଗବାନ୍‌ ଦର୍ଶନ କରିବାକୁ ଯାଇ ମନ୍ଦିର ପ୍ରାଙ୍ଗଣରେ, ମନ୍ଦିର ବେଢ଼ାରେ, ଭଗବାନ୍‌ଙ୍କ ପାଦ ତଳେ ମରଣ ଲାଭ କରନ୍ତି, ଏବଂ ଦୁଃଖର କଥା ଭଗବାନ୍‌ ମଧ୍ୟ ସେମାନଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା କରିପାରନ୍ତି ନାହିଁ। ସେମାନଙ୍କ ଆଶା, ଆଶାରେ ହିଁ ରହିଯାଏ। ଯେଉଁ ଉଦ୍ଦେଶ୍ୟ, କାମନା, ଇଚ୍ଛାପୂର୍ତ୍ତି ପାଇଁ ସେମାନେ ଯାଇଥାନ୍ତି; ତାହା ପୂରଣ ହୁଏ ନାହିଁ, ବରଂ ସେଇଠି ନିଜର ଜୀବନ ଓ ପରିବାର ହରେଇବା ଅତ୍ୟନ୍ତ ହୃଦୟବିଦାରକ।
ନିଜକୁ ଅଲୌକିକ ଶକ୍ତିର ଅଧିକାରୀ ଭାବୁଥିବା, ଭଗବାନ୍‌ଙ୍କ ଅନୁଗାମୀ ଏହି ବାବାମାନଙ୍କୁ ଅନ୍ଧ ଭାବରେ ଅନୁସରଣ କରି ତାଙ୍କ ଦର୍ଶନ ପାଇଁ, ପ୍ରବଚନ ଶୁଣିବା ପାଇଁ, ପାଦଧୂଳି ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲଗେଇବା ଭକ୍ତି ନୁହେଁ, ବରଂ ଅନ୍ଧଭକ୍ତି ବା ଅନ୍ଧବିଶ୍ୱାସ କହିଲେ ଭୁଲ ହେବ ନାହିଁ। ଏବେ ଆମ ସମାଜରେ ଏହି ଅନ୍ଧ ଭକ୍ତଙ୍କ ଭିତରେ ଭଗବାନ୍‌ଙ୍କ ସାନ୍ନିଧ୍ୟ ଏବଂ ଆଶୀର୍ବାଦ ଲାଭ କରିବା ପାଇଁ ତୀବ୍ର ଉତ୍କଣ୍ଠା ଦେଖାଦେଇଛି। ଏହି ପ୍ରତିଯୋଗିତାରେ ପ୍ରଥମେ ନ ପହଞ୍ଚତ୍ଲେ କବାଟ ବନ୍ଦ ହୋଇଯିବ, ରାଶନ ଦୋକାନରେ ରାଶନ ସରିଯିବ, ବସ୍‌/ଟ୍ରେନ ଛାଡ଼ି ଚାଲିଯିବ ଭଳି ଈଶ୍ବରଙ୍କ କୃପା ପ୍ରାପ୍ତିର ତତ୍ପରତାର ଏକ ଅଦ୍ଭୁତ ବିବର୍ତ୍ତନ ଲକ୍ଷ୍ୟ କରାଯାଉଛି।
ଉପରୋକ୍ତ କାର୍ଯ୍ୟକଳାପ, ଅଲୌକିକ ଘଟଣା ଉପରେ ଆମର ସ୍ଥାୟୀ ବିଶ୍ୱାସ ଏବଂ ଭଗବାନ୍‌ ଓ ନିଜକୁ ଭଗବାନ୍‌ଙ୍କ ଅନୁଗାମୀ କହୁଥିବା ବାବାଙ୍କ ପ୍ରତି ଆମର ଆବେଶ ବା ମୋହ ବିଷୟରେ ବର୍ଣ୍ଣନା କରୁଛି। ବାବାମାନଙ୍କ ଦ୍ୱାରା ପ୍ରଦର୍ଶନ ହେଉଥିବା ନକଲି ଦେଶପ୍ରେମ ଓ ସଂଖ୍ୟାଗରିଷ୍ଠତା ଏହାର ଚରମ ଉଦାହରଣ। ସ୍ବଭାବତଃ ଲୋକମାନେ ଚମତ୍କାରିତା ଉପରେ ବିଶ୍ୱାସ ରଖନ୍ତି; ସେହି ବିଶ୍ୱାସରେ ମନ୍ଦିର, ଆଶ୍ରମ, ସତ୍‌ସଙ୍ଗଗୁଡ଼ିକରେ ଗହଳି ଜମାନ୍ତି, ପରିଣାମ ବିଶୃଙ୍ଖଳା ଓ ଅବ୍ୟବସ୍ଥାଜନିତ ଦୁର୍ଘଟଣା ଘଟେ ଏବଂ ଲୋକ ପ୍ରାଣ ହରାନ୍ତି। ଦୁଃଖର ବିଷୟ, ବ୍ୟବସ୍ଥା ଓ ପ୍ରଶାସନର ଉପସ୍ଥିତିରେ ଏସବୁ ଘଟିଚାଲିଛି। ସଭା, ପ୍ରବଚନ କରିବା ଆଗରୁ କ’ଣ ପ୍ରଶାସନଠାରୁ ଅନୁମତି ନିଆଯାଉ ନାହିଁ, କେତେ ପରିମାଣର ଜାଗାରେ କେତେ ସଂଖ୍ୟକ ଲୋକ ସୁବିଧାରେ ଦର୍ଶନ କରିପାରିବେ, ତା’ର କ’ଣ କିଛି ମାନଦଣ୍ଡ ନାହିଁ? ବା ଥିଲେ ବି ତାକୁ ଅଣଦେଖା କରାଯାଉଛି! ଲୋକଙ୍କ ସୁଗମ ଯିବାଆସିବା ଏବଂ ବସିବା ପାଇଁ ଆୟୋଜକ କାହିଁକି ଯତ୍ନଶୀଳ ହେଉନାହାନ୍ତି? କେବଳ ହଜାର ହଜାର ଲୋକଙ୍କୁ ଡାକିଦେଇ କିଛି ବ୍ୟବସ୍ଥା ନ କରିବା ଦିଗରେ ପ୍ରଶାସନ କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏହି ଘଟଣାଗୁଡ଼ିକ ପାଇଁ ବାସ୍ତବରେ କିଏ ଦାୟୀ? ଯେଉଁଠି ଶାସନ ନୀତି ଯେତେ ଅପାରଗ, ସେଇଠି ଦଳାଚକଟା ସେତେ ଅଧିକ! ସତ ହେଉଛି, ହାଥରସରେ ସେଠି ଯେଉଁମାନେ ଦୁର୍ଘଟଣାରେ ମୃତ୍ୟୁବରଣ କଲେ; ସେମାନେ ନିଜ ସ୍ବାମୀ ଓ ପିଲାଙ୍କ ପାଇଁ ମରଣ ପରବର୍ତ୍ତୀ କୌଣସି ସ୍ବର୍ଗର ପରିକଳ୍ପନା କରିବାକୁ ଯାଇ ନ ଥିଲେ! ସେମାନେ ପ୍ରାର୍ଥନା କରିବାକୁ ଯାଇଥିଲେ ସୁଖୀ ଜୀବନ ବଞ୍ଚତ୍ବାର ଆଶା ନେଇ। ଅନ୍ଧବିଶ୍ୱାସ ଓ ଚମତ୍କାରର ଆକର୍ଷଣ ଆମ ଭାରତୀୟଙ୍କ ଜୀବନଶୈଳୀକୁ ଗେରୁଆ ଓ ଧଳାବସ୍ତ୍ରପିନ୍ଧା ବାବା ଓ ଗୁରୁଙ୍କ ଆଡ଼କୁ ଟାଣିନେଉଛି। ସେମାନେ ଦେଉଥିବା ଦିଗ୍‌ଦର୍ଶନ ଭକ୍ତମାନଙ୍କ ପାଇଁ ନାମକୁମାତ୍ର ଉପଯୋଗୀ, ତଥାପି ସେମାନଙ୍କ ଅନୁସରଣକାରୀଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି। ମଣିଷ ଯେବେ ତା’ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ପାଇଁ ଅସଫଳ ହୁଏ, ସେ ଧର୍ମ, ଉପାସନାର ମାର୍ଗକୁ ବାଛିନିଏ। ନିଜର ଆବଶ୍ୟକତା ପୂରଣ ନ ହେଲେ ପୂଜା, ମାନସିକ ଭଳି ପଦ୍ଧତି ପ୍ରତି ଆକର୍ଷିତ ହୁଏ। ଏହା ଦ୍ୱାରା ତାକୁ ସୁରକ୍ଷା, ସମର୍ଥନ ଏବଂ ଆର୍ଥିକ ସୁବିଧା ମିଳିବ ବୋଲି ଧାରଣା ରହିଥାଏ। ଉଦାହରଣ ରହିଛି ସମାଜରେ ଦେଖାଯାଉଥିବା ଆର୍ଥିକ ସଂକଟ, ରାଜନୈତିକ ଅସ୍ଥିରତା, ସାମାଜିକ ଅସମାନତା, ସାଂସ୍କୃତିକ ବିକୃତି ଏବଂ ପାରମ୍ପରିକ ମୂଲ୍ୟର ଅଧୋଗତି ଭଳି ସମସ୍ୟାରୁ ମୁକ୍ତି ପାଇଁ ଜନସାଧାରଣ ଧର୍ମ ଉପାସନାର ମାର୍ଗକୁ ବାଛି ନିଅନ୍ତି, ଯାହା ଅନ୍ଧବିଶ୍ୱାସ ଓ ଅନ୍ଧଭକ୍ତିକୁ ପ୍ରୋତ୍ସାହନ ଦିଏ। ନାଗରିକମାନଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ସମାଜକୁ ଦୃଢ଼ ଓ ସଂଗଠିତ ହେବା ଉଚିତ। ତା’ ପରେ ହିଁ ଅନ୍ଧବିଶ୍ୱାସ ଓ ଅନ୍ଧଭକ୍ତିର ଧାରାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ସମ୍ଭବ ହେବ।
ଭୁବନେଶ୍ୱର
ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri