ହରିଶଙ୍କର ବୈଶାଖ ମେଳାରେ ଶ୍ରଦ୍ଧାଳୁଙ୍କୁ ମିଳିଲା ଅନ୍ନସେବା

ବଲାଙ୍ଗୀର,୨।୫(ସୁନିଲ କୁମାର ମହାନ୍ତି): ଓଡ଼ିଶାର ପବିତ୍ର ତୀର୍ଥସ୍ଥଳୀ ହରିଶଙ୍କର ପୀଠରେ ବୈଶାଖମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୁବ କୁଲୁତା ସମାଜ ଖପ୍ରାଖୋଲ ଏବଂ ପଶ୍ଚିମ ଓଡ଼ିଶା କୁଲୁତା ସମାଜର ସହଯୋଗରେ ୫ଦିନ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନସେବାର ବ୍ୟବସ୍ଥା କରାଯାଇଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଆସିଥିବା ଶ୍ରଦ୍ଧାଳୁ ଅନ୍ନସେବା ଲାଭ କରିଥିଲେ।

କୁଲୁତା ସମାଜର ମା’ ଭଉଣୀଙ୍କଠୁ ଆରମ୍ଭ କରି ବୟୋଜ୍ୟେଷ୍ଠ, କନିଷ୍ଠ, ଯୁବବନ୍ଧୁ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଲୋକଙ୍କ ଅନ୍ନସେବା ଯୋଗାଇ ଦେଇଥିଲେ। ମେଳାରେ ସମାଜର ସମର୍ପଣ ସେବାକ ସ୍ଥାନୀୟ ଅଞ୍ଚଳବାସୀ ଏବଂ ଶ୍ରଦ୍ଧାଳୁ ପ୍ରଶଂସା କରିଛନ୍ତି।

ସଭାପତି ଅକ୍ଷୟ ପ୍ରଧାନ, ସମ୍ପାଦକ ଜପକୃଷ୍ଣ ଭୋଇ, କୋଷାଧ୍ୟକ୍ଷ ସୁଦୀପ କୁମାର ପଧାନ ପ୍ରମୁଖ ଅନ୍ନସେବାର ନେତୃତ୍ୱ ନେଇଥିଲେ। କାର୍ଯ୍ୟକ୍ରମରେ ବଲାଙ୍ଗୀର, ବରଗଡ଼ ତଥା ନୂଆପଡ଼ା ଅଞ୍ଚଳର କୁଲୁତା ସମାଜର ସ୍ୱେଚ୍ଛାସେବୀ ସକ୍ରିୟ ଅଂଶଗ୍ରହଣ କରି ସହଯୋଗ କରିଥିଲେ। ସମସ୍ତଙ୍କ ସହଯୋଗ ରହିଲେ ଆଗାମୀ ଦିନରେ ଆଗକୁ ଏପରି ଆୟୋଜନ ହୋଇପାରିବ ବୋଲି ସମାଜ ପକ୍ଷରୁ କୁହାଯାଇଛି।

Share