କଟକଣା ମଧ୍ୟରେ ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କଲେ ଭକ୍ତ

କେନ୍ଦୁଝର,୧୦।୮(ସ୍ବ.ପ୍ର.): ଘଟଗାଁ ମା’ ତାରିଣୀ ପୀଠ ମଙ୍ଗଳବାରଠାରୁ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଛି। କୋଭିଡ୍‌ କଟକଣା ଓ ଗାଇଡଲାଇନ୍‌ ଭିତରେ ଭକ୍ତ ମାନେ ମା’ ଙ୍କ ଦର୍ଶନ କରୁଛନ୍ତି । ଟ୍ରଷ୍ଟ ପକ୍ଷରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ସକାଳ ସାଢ଼େ ୭ଟାରୁ ସାଢ଼େ ୧୨ଟା ଓ ଅପରାହ୍ଣ ୪ଟାରୁ ରାତି ୭ଟା ଯାଏ ଭକ୍ତ ମା’ ତାରିଣୀଙ୍କ ଦର୍ଶନ ପାଇପାରିବେ। ବିନା ମାସ୍କରେ ମନ୍ଦିରରେ ଦର୍ଶନ ବାରଣ କରାଯାଇଛି। ମନ୍ଦିର ଭିତରକୁ ଭୋଗ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ନେବା ପାଇଁ ବାରଣ କରାଯାଇଛି। ଏହାସହ ଆଜିଠୁ ଜିଲାର ସବୁ ମନ୍ଦିର ଓ ଧର୍ମାନୁଷ୍ଠାନ କୋଭିଡ ଗାଇଡ ଲାଇନକୁ ମାନି ଖୋଲିଛି।