ଜ୍ୱାଳାମୁଖୀ ମନ୍ଦିରରେ ୨ ହଜାର ଟଙ୍କିଆର ୮ ଲକ୍ଷ ଟଙ୍କା ଦାନ କଲେ ଭକ୍ତ…

ଶିମଲା,୨୩।୫ : ଭାରତରେ ୨୦୦୦ ଟଙ୍କିଆ ନୋଟ ଉପରେ ନିଷେଧାଦେଶ ଖବର ପାଇବା ପରେ ଜଣେ ଭକ୍ତ ହିମାଚଳ ପ୍ରଦେଶର ମା ଜ୍ୱାଳାମୁଖୀ ମନ୍ଦିରରେ ୨୦୦୦ ଟଙ୍କିଆ ନୋଟର ୪୦୦ ନୋଟ ଅର୍ଥାତ ୮ଲକ୍ଷ ଟଙ୍କା ଦାନ କରିଛନ୍ତି। ବର୍ତ୍ତମାନ ଏହି ପରିମାଣର ଦାନ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାପ୍ତ ଖବର ଅନୁଯାୟୀ ମନ୍ଦିରର ଆକବରଙ୍କ ଛତା ନିକଟରେ ରଖାଯାଇଥିବା ଦାନ ବାକ୍ସରେ ଏହି ରାଶି ଦାନ କରାଯାଇଥିଲା।

ମନ୍ଦିରର ଜୁନିଅର ଇଞ୍ଜିନିୟର ସୁରେଶ କୁମାର କହିଛନ୍ତି ଅନେକ ଭକ୍ତ ମା’ଙ୍କ ପାଖକୁ ଆସନ୍ତି। ଯେଉଁମାନେ ପ୍ରାୟତଃ ମା’ଙ୍କ ପାଦତଳେ ଏପରି ଭେଟି ଚଢ଼ାଇ ଥାନ୍ତି। ଦାନ କରାଯାଇଥିବା ଏହି ପରିମାଣ ମନ୍ଦିରରେ ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ ହେବ । ଏଥି ସହିତ ଜ୍ୱାଳାମୁଖୀ ମ୍ୟୁନିସିପାଲିଟି କାଉନସିଲର ଅଧ୍ୟକ୍ଷ ଧର୍ମେନ୍ଦ୍ର ଶର୍ମା କହିଛନ୍ତି ସେପ୍ଟେମ୍ବର ପର୍ଯ୍ୟନ୍ତ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ ବଦଳାଯାଇପାରିବ। ଏପରି ପରିସ୍ଥିତିରେ ଯଦି ମନ୍ଦିର ଦାନ ବାକ୍ସରେ ୨୦୦୦ ଟଙ୍କିଆ ନୋଟ ଜମା ହୁଏ, ତେବେ ନିଶ୍ଚିତ ଭାବରେ ଏହା ଦ୍ୱାରା ମନ୍ଦିରର ବିକାଶ ହେବ। ଏହି ଅର୍ଥ ମନ୍ଦିରର ବିକାଶ କାର୍ଯ୍ୟରେ ଖର୍ଚ୍ଚ ହେବ। ଏପରିସ୍ଥଳେ ଡିସି କାଙ୍ଗଡା ନିପୁନ ଜିନ୍ଦଲ କହିଛନ୍ତି ଏ ବାବଦରେ ଆମକୁ କୌଣସି ଖବର ମିଳି ନାହିଁ।

ଭାରତୀୟ ସେନାର ଡୋଗ୍ରା ରେଜିମେଣ୍ଟର ୨୦ ତମ ବାଟାଲିୟନର ଅଧିକାରୀ ଏବଂ ସୈନିକମାନେ ମେ ମାସରେ ମାଙ୍କ ମନ୍ଦିରରେ ୪୦୦ କିଲୋଗ୍ରାମ ଓଜନର ପିତ୍ତଳ ଧାତୁ ସିଂହ ଯୋଡା ସ୍ଥାପନ କରିଥିଲେ। ଏହି ଅବସରରେ ୨୦ ଡୋଗ୍ରାର କମାଣ୍ଡିଂ ଅଫିସର କଲୋନେଲ ସିଦ୍ଧାର୍ଥ ଭାନୋଟ, ସୁବେଦାର ମେଜର ଦାରା ସିଂ ଏବଂ ସମସ୍ତ ସେବାରତ ତଥା ଅବସରପ୍ରାପ୍ତ ସର୍ଦ୍ଦାର ସାହିବାନ ଏବଂ ସମସ୍ତ ଯବାନ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri