ଭକ୍ତ-ଭଗବାନ ଦର୍ଶନ ପ୍ରତିବନ୍ଧକ ହଟୁ

ପୁରୀ ଅଫିସ,୫।୮: ଦେଶର ପ୍ରମୁଖ ମନ୍ଦିର ମଧ୍ୟରୁ ଶ୍ରୀମନ୍ଦିର ଅନ୍ୟତମ। ଏଠାକୁ ପ୍ରତ୍ୟହ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଆସିଥାନ୍ତି। ସାଧାରଣ ଦିନଗୁଡ଼ିକରେ ପ୍ରାୟ ୬୦ରୁ ୭୦ ହଜାର ଦର୍ଶନାର୍ଥୀ ଆସୁଥିବାବେଳେ ଛୁଟି ତଥା ବିଭିନ୍ନ ପର୍ବପର୍ବାଣିରେ ଏହି ସଂଖ୍ୟା ଲକ୍ଷେ ଟିପିଯାଇଥାଏ। ମହାପ୍ରଭୁଙ୍କ ପ୍ରତି ଥିବା ଆସ୍ଥା ଓ ବିଶ୍ୱାସକୁ ନେଇ କାହିଁ କେତେଦୂରରୁ ଶ୍ରଦ୍ଧାଳୁ ଛୁଟିଆସନ୍ତି ଶ୍ରୀକ୍ଷେତ୍ର। ହେଲେ ମହାମାରୀ କରୋନା ଏଥିରେ ପ୍ରତିବନ୍ଧକ ସାଜିଛି। କିଛିଦିନ କି କିଛି ମାସ ନୁହେଁ, ସାଢେ ୪ ମାସରୁ ଊର୍ଦ୍ଧ୍ୱ ହେବ ଭକ୍ତଙ୍କୁ ମନ୍ଦିର ପ୍ରବେଶ ବାରଣ କରାଯାଇଛି। ଏପରି କି ରଥଯାତ୍ରାରେ ବି ଭକ୍ତଙ୍କୁ ପ୍ରତ୍ୟକ୍ଷ ଦର୍ଶନ ସୁଯୋଗ ଦିଆଗଲା ନାହିଁ। ଏତେଦିନ ଧରି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚତ୍ତ ରହି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଧୈର୍ଯ୍ୟ ଭାଙ୍ଗିଲାଣି। ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ ବ୍ୟଥିତ ହେଲାଣି। ତେଣୁ ଯଥାଶୀଘ୍ର ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ଦେବା ସହ ରାଜ୍ୟର ଅନ୍ୟ ଧର୍ମୀୟପୀଠ ଖୋଲିବାକୁ ଅନୁମତି ଦେବାକୁ ପୁରୀର ତ୍ରିଲୋଚନ ରଥ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା କରିଛନ୍ତି।
ସେ ଦର୍ଶାଇଛନ୍ତି ଯେ, କେନ୍ଦ୍ର ସରକାର ଅନ୍‌ଲକ୍‌-୧ରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ଇତିମଧ୍ୟରେ ଅନ୍‌ଲକ୍‌-୩ରେ ପ୍ରାୟ ଅନେକ ଅନୁଷ୍ଠାନ ଖୋଲିଗଲାଣି। ମଦ ଦୋକାନ, ମଲ୍‌, ଜିମ୍‌, ଯୋଗକେନ୍ଦ୍ର ଆଦି ଖୋଲିପାରୁ ଥିବାବେଳେ ମନ୍ଦିର ଖୋଲିବାରେ ଅସୁବିଧା କେଉଁଠି ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି। ହାଇକୋର୍ଟରେ ଜନସ୍ବାର୍ଥ ମାମଲା ପରେ ଶ୍ରୀମନ୍ଦିର ଖୋଲିବା ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଭକ୍ତ ଦିଲୀପ ବରାଳ କହିଛନ୍ତି, ତାଙ୍କ ଭଳି ପ୍ରତ୍ୟହ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ଦର୍ଶନାର୍ଥୀ ଧୈର୍ଯ୍ୟ ହରାଇଲେଣି। କେତେଦିନ ଆଉ ଅପେକ୍ଷା କରିବେ। ମନ ବ୍ୟଥିତ ହେଲାଣି। କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରି କିପରି ମହାପ୍ରଭୁଙ୍କୁ ଦର୍ଶନ କରିହେବ ସେହି ବ୍ୟବସ୍ଥା କରାଯିବା ଦରକାର। ଏଥିପାଇଁ ସରକାର ପଦକ୍ଷେପ ନିଅନ୍ତୁ।
ଏ ସମ୍ପର୍କରେ ଶ୍ରୀମନ୍ଦିର ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ସାଢେ ୪ ମାସରୁ ଊର୍ଦ୍ଧ୍ୱ ହେଲାଣି ଦର୍ଶନ ବନ୍ଦ ରହିଛି। ଏହାଦ୍ୱାରା ଭକ୍ତଙ୍କ ମନରେ ଅସନ୍ତୋଷ ବୃଦ୍ଧିପାଇଥିବା ବେଳେ ସେବାୟତ ପରିବାରର ଆର୍ଥିକ ସ୍ଥିତି ବି ଦୋହଲି ଗଲାଣି। ତଥାପି ଜୀବନ ଓ ଜୀବିକା ଦୁଇଟିକୁ କିପରି ସମାନ୍ତରାଳ ଭାବେ ସୁରକ୍ଷା ଦେଇହେବ ସେ ନେଇ ରାଜ୍ୟ ସରକାର ବ୍ୟବସ୍ଥା କରିବା ଦରକାର। କୋଭିଡ୍‌ ଗାଇଡ୍‌ଲାଇନ ପାଳନ ସହ ଭକ୍ତମାନେ ମହାପ୍ରଭୁଙ୍କୁ ଯେପରି ଦର୍ଶନ କରିପାରିବେ ସେ ବ୍ୟବସ୍ଥା ହେବା ଉଚିତ। ସମସ୍ତେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ରକ୍ଷା, ମନ୍ଦିର ପ୍ରବେଶ ପୂର୍ବରୁ ହାତ ସାଇଟାଇଜ୍‌, ମନ୍ଦିର ପରିସରରେ କୌଣସି ସ୍ଥାନକୁ ସ୍ପର୍ଶ ନ କରିବା ଏମିତି ଏକାଧିକ କଟକଣା କରାଯାଇ ଯଦି ଦର୍ଶନ ସୁଯୋଗ ମିଳେ ତେବେ ଭାବୁଛି କିଛି ସମସ୍ୟା ହେବ ନାହିଁ। ଆଉ ଗୋଟେ କଥା, ଏବେ ପୁରୀରେ ସଂକ୍ରମିତଙ୍କ ସଂଖ୍ୟା ବି ବଢୁଛି। ତେଣୁ ସବୁ ଦିଗକୁ ବିଚାର କରି ନିଷ୍ପତ୍ତି ନେବା ଶ୍ରେୟସ୍କର ବୋଲି ଦାସମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri