ଭକ୍ତ-ଭଗବାନ ଦର୍ଶନ ପ୍ରତିବନ୍ଧକ ହଟୁ

ପୁରୀ ଅଫିସ,୫।୮: ଦେଶର ପ୍ରମୁଖ ମନ୍ଦିର ମଧ୍ୟରୁ ଶ୍ରୀମନ୍ଦିର ଅନ୍ୟତମ। ଏଠାକୁ ପ୍ରତ୍ୟହ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଆସିଥାନ୍ତି। ସାଧାରଣ ଦିନଗୁଡ଼ିକରେ ପ୍ରାୟ ୬୦ରୁ ୭୦ ହଜାର ଦର୍ଶନାର୍ଥୀ ଆସୁଥିବାବେଳେ ଛୁଟି ତଥା ବିଭିନ୍ନ ପର୍ବପର୍ବାଣିରେ ଏହି ସଂଖ୍ୟା ଲକ୍ଷେ ଟିପିଯାଇଥାଏ। ମହାପ୍ରଭୁଙ୍କ ପ୍ରତି ଥିବା ଆସ୍ଥା ଓ ବିଶ୍ୱାସକୁ ନେଇ କାହିଁ କେତେଦୂରରୁ ଶ୍ରଦ୍ଧାଳୁ ଛୁଟିଆସନ୍ତି ଶ୍ରୀକ୍ଷେତ୍ର। ହେଲେ ମହାମାରୀ କରୋନା ଏଥିରେ ପ୍ରତିବନ୍ଧକ ସାଜିଛି। କିଛିଦିନ କି କିଛି ମାସ ନୁହେଁ, ସାଢେ ୪ ମାସରୁ ଊର୍ଦ୍ଧ୍ୱ ହେବ ଭକ୍ତଙ୍କୁ ମନ୍ଦିର ପ୍ରବେଶ ବାରଣ କରାଯାଇଛି। ଏପରି କି ରଥଯାତ୍ରାରେ ବି ଭକ୍ତଙ୍କୁ ପ୍ରତ୍ୟକ୍ଷ ଦର୍ଶନ ସୁଯୋଗ ଦିଆଗଲା ନାହିଁ। ଏତେଦିନ ଧରି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚତ୍ତ ରହି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଧୈର୍ଯ୍ୟ ଭାଙ୍ଗିଲାଣି। ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ ବ୍ୟଥିତ ହେଲାଣି। ତେଣୁ ଯଥାଶୀଘ୍ର ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ଦେବା ସହ ରାଜ୍ୟର ଅନ୍ୟ ଧର୍ମୀୟପୀଠ ଖୋଲିବାକୁ ଅନୁମତି ଦେବାକୁ ପୁରୀର ତ୍ରିଲୋଚନ ରଥ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା କରିଛନ୍ତି।
ସେ ଦର୍ଶାଇଛନ୍ତି ଯେ, କେନ୍ଦ୍ର ସରକାର ଅନ୍‌ଲକ୍‌-୧ରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ଇତିମଧ୍ୟରେ ଅନ୍‌ଲକ୍‌-୩ରେ ପ୍ରାୟ ଅନେକ ଅନୁଷ୍ଠାନ ଖୋଲିଗଲାଣି। ମଦ ଦୋକାନ, ମଲ୍‌, ଜିମ୍‌, ଯୋଗକେନ୍ଦ୍ର ଆଦି ଖୋଲିପାରୁ ଥିବାବେଳେ ମନ୍ଦିର ଖୋଲିବାରେ ଅସୁବିଧା କେଉଁଠି ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି। ହାଇକୋର୍ଟରେ ଜନସ୍ବାର୍ଥ ମାମଲା ପରେ ଶ୍ରୀମନ୍ଦିର ଖୋଲିବା ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଭକ୍ତ ଦିଲୀପ ବରାଳ କହିଛନ୍ତି, ତାଙ୍କ ଭଳି ପ୍ରତ୍ୟହ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ଦର୍ଶନାର୍ଥୀ ଧୈର୍ଯ୍ୟ ହରାଇଲେଣି। କେତେଦିନ ଆଉ ଅପେକ୍ଷା କରିବେ। ମନ ବ୍ୟଥିତ ହେଲାଣି। କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରି କିପରି ମହାପ୍ରଭୁଙ୍କୁ ଦର୍ଶନ କରିହେବ ସେହି ବ୍ୟବସ୍ଥା କରାଯିବା ଦରକାର। ଏଥିପାଇଁ ସରକାର ପଦକ୍ଷେପ ନିଅନ୍ତୁ।
ଏ ସମ୍ପର୍କରେ ଶ୍ରୀମନ୍ଦିର ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ସାଢେ ୪ ମାସରୁ ଊର୍ଦ୍ଧ୍ୱ ହେଲାଣି ଦର୍ଶନ ବନ୍ଦ ରହିଛି। ଏହାଦ୍ୱାରା ଭକ୍ତଙ୍କ ମନରେ ଅସନ୍ତୋଷ ବୃଦ୍ଧିପାଇଥିବା ବେଳେ ସେବାୟତ ପରିବାରର ଆର୍ଥିକ ସ୍ଥିତି ବି ଦୋହଲି ଗଲାଣି। ତଥାପି ଜୀବନ ଓ ଜୀବିକା ଦୁଇଟିକୁ କିପରି ସମାନ୍ତରାଳ ଭାବେ ସୁରକ୍ଷା ଦେଇହେବ ସେ ନେଇ ରାଜ୍ୟ ସରକାର ବ୍ୟବସ୍ଥା କରିବା ଦରକାର। କୋଭିଡ୍‌ ଗାଇଡ୍‌ଲାଇନ ପାଳନ ସହ ଭକ୍ତମାନେ ମହାପ୍ରଭୁଙ୍କୁ ଯେପରି ଦର୍ଶନ କରିପାରିବେ ସେ ବ୍ୟବସ୍ଥା ହେବା ଉଚିତ। ସମସ୍ତେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ରକ୍ଷା, ମନ୍ଦିର ପ୍ରବେଶ ପୂର୍ବରୁ ହାତ ସାଇଟାଇଜ୍‌, ମନ୍ଦିର ପରିସରରେ କୌଣସି ସ୍ଥାନକୁ ସ୍ପର୍ଶ ନ କରିବା ଏମିତି ଏକାଧିକ କଟକଣା କରାଯାଇ ଯଦି ଦର୍ଶନ ସୁଯୋଗ ମିଳେ ତେବେ ଭାବୁଛି କିଛି ସମସ୍ୟା ହେବ ନାହିଁ। ଆଉ ଗୋଟେ କଥା, ଏବେ ପୁରୀରେ ସଂକ୍ରମିତଙ୍କ ସଂଖ୍ୟା ବି ବଢୁଛି। ତେଣୁ ସବୁ ଦିଗକୁ ବିଚାର କରି ନିଷ୍ପତ୍ତି ନେବା ଶ୍ରେୟସ୍କର ବୋଲି ଦାସମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri