ସେବା, ସାହିତ୍ୟ ପ୍ରତି ସମର୍ପିତ

ସେବା ଓ ସାହିତ୍ୟ ପ୍ରତି ସମର୍ପିତ ତାଙ୍କ ସମଗ୍ର ଜୀବନ। ଓଡ଼ିଆ ସାହିତ୍ୟ ଜଗତରେ କେବଳ ସେ ଜଣେ ଆଗଧାଡ଼ିର ସାହିତି୍ୟକା ନୁହନ୍ତି, ଉଭୟ ଅଧ୍ୟାପନା ଓ ସମାଜ ସେବାରେ ତାଙ୍କର ରହିଛି ଯଥେଷ୍ଟ କୃତିତ୍ୱ। ସେ ହେଲେ କବୟିତ୍ରୀ ଅମିୟବାଳା ପଟ୍ଟନାୟକ। ୧୯୪୯ ମସିହାରେ ଗଞ୍ଜାମ ଜିଲାର ବ୍ରହ୍ମପୁର ସହରରେ ତାଙ୍କ ଜନ୍ମ । ସେହିଠାରେ ହିଁ ଶିକ୍ଷା ଓ କର୍ମମୟ ଜୀବନର ଆରମ୍ଭ। ବାପା ଭିକାରୀ ଚରଣ ପଟ୍ଟନାୟକ ଓ ବୋଉ ରଜନୀରାଣୀ ପଟ୍ଟନାୟକ। ୩ ଭାଇଭଉଣୀଙ୍କ ମଧ୍ୟରୁ ସେ ଥିଲେ ବଡ଼। ପିଲାଦିନୁ ପାଠପଢ଼ା ପ୍ରତି ଥିଲା ତାଙ୍କର ଗଭୀର ଆକର୍ଷଣ। ପାଠପଢ଼ା ସହ ଖେଳିବା ବୁଲିବାରେ ଆଗ୍ରହୀ ଥିବା ଅମିୟବାଳା ସମୟେ ସମୟେ ନୀରବରେ ବସି ବିଭିନ୍ନ କଥା ଚିନ୍ତା କରନ୍ତି। ବଡ଼ ହୋଇ ସମାଜ ପାଇଁ କିଛି ଭଲ କାମ କରିବାର ଲକ୍ଷ୍ୟ ଖୁବ୍‌ ଛୋଟ ବେଳୁ ଉଙ୍କି ମାରୁଥିଲା ତାଙ୍କ ମନରେ। ସ୍କୁଲ ଦିଦିମାନଙ୍କୁ ଦେଖି ସେ ଭାବି ବସନ୍ତି, ମୁଁ ମଧ୍ୟ ବଡ଼ ହୋଇ ଏହିପରି ପାଠ ପଢ଼ାଇବି ।
ବୟସ ବୃଦ୍ଧି ସହ ଆସ୍ତେ ଆସ୍ତେ ତାଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଲା ସେ ବୁଝିଲେ ଯେ, ପ୍ରକୃତ ଶିକ୍ଷା ଦ୍ବାରା ମନୁଷ୍ୟର ଅନ୍ତର୍ନିହିତ ଶକ୍ତି ବିକଶିତ ହୁଏ ଓ ସୁସ୍ଥ ସମାଜ ଗଠନ ପାଇଁ ଶିକ୍ଷାର ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହାପରେ ସେ ଶିକ୍ଷକତା ପାଇଁ ମନ ବଳାଇଲେ। ଇତିମଧ୍ୟରେ ସେ ସ୍କୁଲ ଶିକ୍ଷା ସମାପ୍ତକରି ବ୍ରହ୍ମପୁର ସରକାରୀ ମହାବିଦ୍ୟାଳୟରେ ଅଧ୍ୟୟନ ଜାରି ରଖିଥିଲେ। ପଞ୍ଚମ, ଷଷ୍ଠରେ ପଢୁଥିବା ସମୟରେ ଛୋଟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଗପ, କବିତା ଓ ବଡ଼ଲୋକଙ୍କ ଜୀବନୀ ପଢିବା ପରେ ଲେଖାଲେଖି ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ସେ କୁହନ୍ତି, ‘ମୋ ଲେଖା ଲଖି ଦିଗରେ ବାପା,ବୋଉଙ୍କର ଢେର ପ୍ରେରଣା ରହିଥିଲା। ୧୯୭୧ରେ ବ୍ରହ୍ମପୁର ମହିଳା ମହାବିଦ୍ୟାଳୟର ଛାତ୍ରୀ ଥିବାବେଳେ ମୁଁ ଓଡ଼ିଆ ସାହିତ୍ୟ ସମାଜର ସମ୍ପାଦିକା ଓ ୧୯୭୪ ମସିହାରେ ଭାସ୍କର ଗନ୍ତାୟତଙ୍କ ପ୍ରତିଷ୍ଠିତ ଆର୍ଯ୍ୟାବର୍ତାର ସୌଜନ୍ୟ ସମ୍ପାଦକ ଥିଲି। ୧୯୭୫ ମସିହାରେ ମୋର ପ୍ରଥମ କବିତା ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା।
ଏହାପରେ ଧରିତ୍ରୀ, ସମାଜ, ସମ୍ବାଦ, ଝଙ୍କାର, ନବରବି, ଆସନ୍ତାକାଲି ଇତ୍ୟାଦି ଓଡ଼ିଶାର ବହୁ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ହେଲା।’ ଅଦ୍ୟାବଧି ସେ ଓଡ଼ିଆ ବାଣୀଭଣ୍ଡାରକୁ ଭେଟି ଦେଇଛନ୍ତି ଅନେକ କବିତା ଓ ଅନୁବାଦ ପୁସ୍ତକ। ନୀରବତାର ସ୍ବରଲିପି, ଅମୃତାକ୍ଷର, ବସନ୍ତ ରାଗ, ଚିତ୍ରିତ ଶାମୁକା, ହୃଦୟ ଗଙ୍ଗା, ଏକତ୍ର, ତସ୍‌ଲିମାର ଚାନ୍ଦ, ରାଗ ବିରାଗ, ବସନ୍ତ ରାଗ, କଲ୍ୟାଣୀ, ଜୟନ୍ତୀ, ଅପରାଜିତା, ଅମୃତା, ତ୍ରିଶୂଳ,ଜଳ,ଅରଣ୍ୟର ଅଧିକାର,ଭାଗ୍ୟ ଇତ୍ୟାଦି। ଏହା ପାଠକାଦୃତ ହେବା ସହ ତାଙ୍କୁ ଦେଇଛି ଏକ ଭିନ୍ନ ପରିଚୟ। ଅମିୟବାଳା ୧୯୭୪ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ସ୍ନାତକୋତ୍ତର ସହ ଏମ୍‌ଏଡ୍‌ ଡିଗ୍ରୀ ହାସଲ କରିଛନ୍ତି । ସେ କୁହନ୍ତି, ‘ଶିକ୍ଷକତା କରିବାର ଅଭିଳାଷ ରଖି ମୁଁ ଆଗେଇ ଚାଲିଥାଏ। ସେତେବେଳେ ଆମ ଘର ପାଖରେ ୪ ଜଣ ଦୃଷ୍ଟିବାଧିତ ପିଲାଙ୍କୁ ନେଇ ବିଜୟ ରଥ ନାମକ ଜଣେ ଶିକ୍ଷକ ପାଠ ପଢ଼ାଉଥାଆନ୍ତି। ଏମିତି ଦିନେ ବୁଲି ବୁଲି ସେଠାରେ ପହଞ୍ଚିଥିଲି । ସେଠାକାର ପରିବେଶ ଖୁବ୍‌ ଭଲ ଲାଗିଲା। ପିଲା ମାନଙ୍କୁ ଦେଖି ଇଚ୍ଛା ହେଲା ସେହିଠାରୁ ଶିକ୍ଷକତା ଜୀବନ ଆରମ୍ଭ କରିବି। ପ୍ରଥମ ଦିନରୁ ହିଁ ମୋ ମନରେ ଏକ ବିରାଟ ପରିବର୍ତ୍ତନ ଆସିଲା। ନିଜକୁ ନିଜେ ପ୍ରଶ୍ନକଲି ସାଧାରଣ ପିଲାମାନଙ୍କୁ ପଢ଼ାଇବା ପାଇଁ ଅନେକ ସ୍କୁଲ କଲେଜ ରହିଛି। ସେମାନେ ସମାଜରେ ପ୍ରତିଷ୍ଠିତ ହେବା ଖୁବ୍‌ ସହଜ। କିନ୍ତୁ ଭିନ୍ନକ୍ଷମ ପିଲା ପକ୍ଷରେ ଏହା କଷ୍ଟକର। ଯଦି ମୁଁ ଏମାନଙ୍କୁ ଶିକ୍ଷାଦାନ କରି ସମାଜରେ ପ୍ରତିଷ୍ଠିତ ଓ ଆତ୍ମନିର୍ଭରଶୀଳ କରିବାରେ ସହଯୋଗ କରିପାରିବି ତେବେ ମୋ ଜୀବନରେ କୌଣସି ଏକ ଭଲ କାମ କରିଛି ଭାବି ଅନ୍ତିମ ସମୟ ଆନନ୍ଦରେ କାଟିପାରିବି। ସେହିଦିନଠାରୁ ଆରମ୍ଭହେଲା ଏକ ନୂତନ ପ୍ରୟାସ। ସେଇ ଛୁଆମାନଙ୍କୁ କୋଳେଇ ଏକ ବିରାଟ ପରିବାରର ସ୍ବପ୍ନ ଦେଖିଥିଲି, ସାରା ଜୀବନ ଅବିବାହିତ ରହିବାର ନିଷ୍ପତ୍ତି ନେଇ। କାହିଁକି ନା ବିବାହ ମୋତେ ସେମାନଙ୍କଠାରୁ ଦୂରେଇଦେବ। ଡ. ସତ୍ୟନାରାୟଣ ରାଓଙ୍କ ସହଯୋଗରେ ଆମେ ବିଦ୍ୟାଳୟ ଖୋଲିଲୁ। ଭିନ୍ନକ୍ଷମ ପିଲାଙ୍କୁ ପଢ଼ାଇବାର ସ୍ବତନ୍ତ୍ର ଶିକ୍ଷା ମୁଁ କଲିକତାରୁ ଶେଷକରି ୧୯୭୫ ମସିହାରେ ସ୍କୁଲରେ ନିଯୁକ୍ତି ପାଇଲି। ମୋ ଜୀବନର ଅନେକ ଖୁସି ମୁହୂର୍ତ୍ତ ସେଠାରେ ବିତିଛି ପିଲାମାନଙ୍କ ସ୍ନେହ ଆଦରରେ, ମନ ଆତ୍ମତୃପ୍ତିରେ ଭରିଯାଇଛି। ଦୃଷ୍ଟିବାଧିତ ପିଲାଟି ସମାଜରେ ପ୍ରତିଷ୍ଠିତ ହୋଇ ନିଜସ୍ବ ପରିଚୟ ସୃଷ୍ଟିକଲେ ସେହି ମୁହୂର୍ତ୍ତ ମୋ ପାଇଁ ଶ୍ରେଷ୍ଠ ମୁହୂର୍ତ୍ତ ପାଲଟିଯାଏ। ଶିକ୍ଷକତା ସମୟ ମଧ୍ୟରେ ମୁଁ ଗୋଟିଏ ବର୍ଷ ଆନ୍ଧ୍ରପ୍ରଦେଶର ଦେବରାପଲ୍ଲୀସ୍ଥିତ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷା ଭାବେ କାର୍ଯ୍ୟ ନିର୍ବାହ କରିଥିଲି। କିନ୍ତୁ ଏଇ ପିଲାମାନଙ୍କର ମମତାରେ ଭିଡ଼ି ହୋଇ ପୁନଶ୍ଚ ମୁଁ ବ୍ରହ୍ମପୁର ଫେରିଆସିଲି।
ଇତିମଧ୍ୟରେ ଶିକ୍ଷୟିତ୍ରୀ ଜୀବନରୁ ଅବସର ନେଇ ସାରିଛନ୍ତି ଅମିୟବାଳା। ଓଡ଼ିଶା ସାହିତ୍ୟ ଏକାଡେମୀ, ଜନଶିକ୍ଷା ସାଧନା କେନ୍ଦ୍ର ଭୁବନେଶ୍ବରର ପୂର୍ବତନ ସଦସ୍ୟା ଓ ବ୍ରହ୍ମପୁର କଳିଙ୍ଗ ସାହିତ୍ୟ ସମାଜ, ଓଡ଼ିଶା ଲେଖିକା ସଂସଦ, ବ୍ରହ୍ମପୁର ପୁସ୍ତକମେଳା କମିଟି ଓ ରେଡ୍‌କ୍ରସ୍‌ର ଆଜୀବନ ସଦସ୍ୟା କବୟିତ୍ରୀ ଅମିୟବାଳା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ ପୁସ୍ତକ ), କଳିଙ୍ଗ ସାହିତ୍ୟ ସମାଜ ବ୍ରହ୍ମପୁର, କସ୍ତୁରୀ ସମ୍ମାନ, ଉପେନ୍ଦ୍ର ଭଞ୍ଜ ଫାଉଣ୍ଡେଶନ ସମ୍ମାନ, ଉତ୍କଳ ସାହିତ୍ୟ ସମାଜ ସତ୍ୟବାଦୀ ସମ୍ମାନ, ଚଲାପଥ ସମ୍ମାନ, ଅନୁବାଦ ପାଇଁ ଝଙ୍କାର ସମ୍ମାନ ଇତ୍ୟାଦି ନିଜର ସାହିତ୍ୟ ସାଧନା ନିମନ୍ତେ ବହୁ ଅନୁଷ୍ଠାନ ତରଫରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି ।
-ପ୍ରିୟମ୍ବଦା ରଥ
ଆର୍‌.କେ.ପୁରମ୍‌ , ସେକ୍ଟର ୪,ନୂଆଦିଲ୍ଲୀ
ମୋ:୦୮୬୮୮୯୫୭୮୦୦


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

ଘରେ କେବେ ବି ରଖନ୍ତୁ ନି ଏପରି ଗଛ, ବଢ଼ିବ ଦୁର୍ଭାଗ୍ୟ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ସାଙ୍ଗକୁ ପରିବେଶକୁ ଶୁଦ୍ଧି କରିବାରେ ଗଛର ଥାଏ ଅନେକ ଭୂମିକା। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଗଛ ରହିଛି; ଯାହାକୁ…

ଆଲୋଭେରା ଗଛ ଲଗାଇବାରେ କରନ୍ତୁନି ଏପରି ଭୁଲ, ନ ହେଲେ ଘରକୁ ମାଡ଼ିଆସିବ…

ଆଲୋଭେରାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଯଥେଷ୍ଟ ରହିଥିବା ହେତୁ ଅନେକେ ଏହାକୁ ଘରେ ଲଗାଇଥାନ୍ତି। ହେଲେ ଜାଣନ୍ତି କି ବାସ୍ତୁ ଅନୁଯାୟୀ, ଯଦି ଏହି ଗଛକୁ ଠିକ୍‌ ଦିଗରେ…

ବିଶ୍ୱର ସବଠୁ ଖୁସି ଦେଶ କିଏ ଜାଣନ୍ତି: ଏହି ସ୍ଥାନରେ ଅଛି ଭାରତ

ଲଣ୍ଡନ,୨୦ା୩:ଫିନ୍‌ଲାଣ୍ଡ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ଭାବେ ନିଜର ମାନ୍ୟତା ବଜାୟ ରଖିଛି। କ୍ରମାଗତ ଭାବେ ୯ମ ଥର ପାଇଁ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ସୂଚୀ…

ଶରୀର ପାଇଁ ଉପକାରୀ ପଖାଳ: ମିଳିବ ଏସବୁ ଫାଇଦା

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri