ନିର୍ବନ୍ଧ ସରିଛି କହି ପ୍ରଶଂସକଙ୍କୁ ଭୁଆଁ ବୁଲାଇଲେ ଏହି ଅଭିନେତ୍ରୀ, ପରେ କହିଲେ…

ବମ୍ବେ: ନିର୍ବନ୍ଧ ହେବା କହି ଲୋକଙ୍କୁ ଭୁଆଁ ବୁଲାଇଲେ ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀ। ବୁଧବାର ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଏବଂ ବିଶାଲ ସିଂହ ପ୍ରପୋଜ ସହ ନିର୍ବନ୍ଧର ଭିଡିଓ ଶେୟାର କରିଥିଲେ। ଏହା ବେଶ ଭାଇରାଲ ହୋଇଥିଲା। ପ୍ରଶଂସକଙ୍କ ସହ ସାଥୀ କଳାକାରମାନେ ଏହାକୁ ନେଇ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ହେଲେ ସମସ୍ତଙ୍କୁ ଚମକାଇ ଏହାକୁ ଡ୍ରାମା ବୋଲି କହିଛନ୍ତି ଦେବୋଲିନା।

ଆଗାମୀ ଦିନରେ ଉଭୟଙ୍କ ଏକ ମ୍ୟୁଜିକ୍‌ ଭିଡିଓ ଆସିବାକୁ ଯାଉଛି। ଏହା ଏକ ରୋମାଣ୍ଟିକ୍‌ ଟ୍ରାକ୍‌। ଗୀତଟିର ପ୍ରମୋଶନ କରିବାକୁ ନିଆରା ଉପାୟ ଭାବି ଏଭଳି କିଛି କରିଥିଲେ ଦେବୋଲିନା। ହେଲେ ଉଭୟ ପରସ୍ପରର ଭଲ ବନ୍ଧୁ । ପ୍ରଶଂସକଙ୍କ ସମର୍ଥନ ଦେଖି ସେ ବହୁତ ଖୁସି ହୋଇଛନ୍ତି। ଏହିଭଳି ଭାବେ ଗୀତକୁ ଭଲପାଇବା ଦେବେ ବୋଲି ସେ କହି ନିର୍ବନ୍ଧ କଥାକୁ ଏଡ଼ାଇ ଯାଇଛନ୍ତି।

ଟେଲି ଧାରାବାହିକ ‘ସାଥ୍‌ ନିଭାନା ସାଥୀୟା’ ସେଟ୍‌ରେ ବିଶାଲଙ୍କୁ ଭେଟିଥିଲେ ଦେବୋଲିନା। ଏହାପରଠାରୁ ୧୦ ବର୍ଷ ହେଲାଣି ସେମାନେ ପରସ୍ପରର ଭଲ ବନ୍ଧୁ। ନିକଟରେ ଦେବୋଲିନା ବିଗ୍‌ ବସ୍‌ରେ ପ୍ରତିଯୋଗୀ ଭାବେ ଯୋଗ ଦେଇଥିଲେ। ଏହି ସମୟରେ ସମର୍ଥନ ଦେଇଥିଲେ ବିଶାଲ।

Share