ଇନ୍‌ଫ୍ଲୁଏଞ୍ଜା ବି’ ଭାଇରସରେ ସଂକ୍ରମିତ ହେଲେ ଦେବିନା ବାନାର୍ଜୀ

ମୁମ୍ବାଇ: ଟେଲିି ଅଭିନେତ୍ରୀ ଦେବିନା ବାନାର୍ଜୀ ଛୋଟ ପରଦାରୁ ଦୂରରେ ଥିଲେ ବି ତାଙ୍କର ପ୍ରଶଂସକ କମ୍‌ ନୁହଁନ୍ତି। ଅଭିନେତ୍ରୀ ତାଙ୍କ ଜୀବନ ସହ ଜଡିତ ପ୍ରତ୍ୟେକ ମୁହୂର୍ତ୍ତର ସମ୍ବାଦକୁ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କ ସହ ଜଡିତ ଏକ ଖବର ବାହାରକୁ ଆସୁଛି, ଯାହା ଶୁଣି ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଇନ୍‌ଫ୍ଲୁଏଞ୍ଜା ବି ଭାଇରସ ଦେବିନା ବାନାର୍ଜୀ ସଂକ୍ରମିତ ହୋଇଛନ୍ତି।

ନିକଟରେ ଦେବିନା ବାନାର୍ଜୀ ତାଙ୍କ ପରିବାର ସହିତ ଶ୍ରୀଲଙ୍କା ଯାଇଥିଲେ। ଶ୍ରୀଲଙ୍କାରୁ ଫେରିବା ପରେ ସେ କିଛି ଦିନ ଅସୁସ୍ଥ ଥିଲେ। ଚେକଅପ ସାରିବା ପରେ ସେ ଜାଣିବାକୁ ପାଇଲେ ଯେ ସେ ସଂକ୍ରମିତ ଅଛନ୍ତି। ତେବେ ଗୁରୁମିତ ଚୌଧୁରୀ ଏବଂ ତାଙ୍କର ଦୁଇ ଝିଅ ଏହି ସଂକ୍ରମିତ ହୋଇନାହାନ୍ତି।

Share