୭ ଘଣ୍ଟା ଉପାସ ରହିଲେ ମହାପ୍ରଭୁ

ପୁରୀ,୧୬ା୯(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ଶୁକ୍ରବାର ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ ଘଟିଛି। ଏପରିକି ଦୁଇଥର ବଡ଼ ମହାସ୍ନାନ କରାଯାଇଛି। ଫଳରେ ଦାରୁଦିଅଁଙ୍କୁ ଦୀର୍ଘ ୭ଘଣ୍ଟା ଉପବାସ ରହିବାକୁ ପଡ଼ିଛି। ସେହିପରି ଜଗତ ଠାକୁରଙ୍କ ଦର୍ଶନ ଓ ମହାପ୍ରସାଦ ନ ପାଇ ଅନେକ ଭକ୍ତଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଛି। ଜଣେ ସେବାନିବୃତ୍ତ ସିଂହାରୀ ସେବକଙ୍କ ପାଇଁ ନୀତିରେ ବିଭ୍ରାଟ ଉପୁଜିଥିବା କୁହାଯାଉଥିବାବେଳେ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ବୟ ଅଭାବକୁ ଭକ୍ତମାନେ ଦାୟୀ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଣେ ସେବାନିବୃତ୍ତ ସେବାୟତ କିପରି ରତ୍ନସିଂହାସନ ପର୍ଯ୍ୟନ୍ତ ପହଞ୍ଚିଲେ  ଏବଂ ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, କମାଣ୍ଡର କିମ୍ବା ଜେଟିପି କେହି ଜାଣିପାରିଲେ ନାହିଁ ତାହା ପ୍ରଶ୍ନବାଚୀ ହୋଇଛି। ଏ ନେଇ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଭକ୍ତ ଓ ସେବାୟତଙ୍କ ପକ୍ଷରୁ ଦାବି ହେଉଛି।
ସୂଚନା ଅନୁଯାୟୀ, ଶୁକ୍ରବାର ଭୋର ୫.୫୫ରେ ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ଦ୍ୱାରଫିଟା ନୀତି ହୋଇଥିଲା। ପରେ ୬.୩୫ରେ ଭିତରଶୋଧ, ୬.୫୫ରେ ମଙ୍ଗଳ ଆଳତି, ୭ଟାରେ ରୋଷହୋମ ଓ ୭.୦୫ରେ ମଇଲମ ହୋଇଥିଲା। ମାତ୍ର ତା’ ପରଠାରୁ ବିଶୃଙ୍ଖଳା ଯୋଗୁ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ପ୍ରାୟ ୭ଘଣ୍ଟା ଧରି ବନ୍ଦ ରହିଥିଲା। ସେବାୟତଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ସିଂହାରୀ ସେବାୟତ ଶଙ୍ଖମିତ୍ର ସିଂହାରୀଙ୍କୁ ସେବାରୁ ନିବୃତ୍ତ କରାଯାଇଥିଲା। ଏହାସତ୍ତ୍ୱେ ସେ ଶୁକ୍ରବାର ଶ୍ରୀମନ୍ଦିରରେ ପହଞ୍ଚତ୍ ରତ୍ନସିଂହାସନ ନିକଟକୁ ଯାଇ ସୁଭଦ୍ରାଙ୍କ ବାଡ଼ରେ ମଙ୍ଗଳ ଆଳତି କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହେବା ସହ ଉଗ୍ର ରୂପ ନେଇଥିଲା। ସମ୍ପୃକ୍ତ ସିଂହାରୀ ସେବକ ଅନ୍ୟ ଏକ ଜାତିରେ ବିବାହ କରିଥିବାରୁ ନିଯୋଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଏହାସତ୍ତ୍ୱେ ସେ ମହାପ୍ରଭୁଙ୍କ ସେବା କରିବାରୁ ବିବାଦ ଘନେଇଥିଲା। ଏଥିଯୋଗୁ ନୀତିକାନ୍ତି ସବୁ ସେଇଠୁ ବନ୍ଦ ରହିଥିଲା। ପ୍ରାୟ ୭ଘଣ୍ଟା ଧରି ଏଭଳି ସ୍ଥିତି ଲାଗିରହିଥିଲା। ବିବାଦ ବଢୁଥିବା ଓ ନୀତିକାନ୍ତିରେ ବିଳମ୍ବ ହେଉଥିବା ଖବର ପାଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମନ୍ଦିରକୁ ଯାଇ ସେବାୟତମାନଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ନୀତିକାନ୍ତି ସ୍ବାଭାବିକ ହୋଇଥିଲା। ତେବେ ସକାଳ ୮ଟାରେ ଗୋପାଳବଲ୍ଲଭ ନୀତି ହେବା ପରିବର୍ତ୍ତେ ବହୁ ବିଳମ୍ବରେ ଅର୍ଥାତ ସନ୍ଧ୍ୟା ୫ଟା ପରେ ହୋଇଥିଲା। ସେହିପରି ଅନ୍ୟାନ୍ୟ ନୀତିରେ ମଧ୍ୟ ବିଳମ୍ବ ଘଟିଥିଲା। ସପ୍ତପୁରୀ ନୀତି ଦିନ ପରିବର୍ତ୍ତେ ରାତି ପ୍ରାୟ ୭ଟାରେ ହୋଇଥିଲା। ଅପରାହ୍ନ ୨ଟାରେ ଥରେ ବଡ଼ମହାସ୍ନାନ ହୋଇ ନୀତି ଆଗଉଥିଲା। ତେବେ ଏହି ସମୟରେ କେହି ବାନ୍ତି କରିଦେବାରୁ ନୀତି ବନ୍ଦ ରଖାଯାଇ ପୁଣି ଠାକୁରଙ୍କ ବଡ଼ମହାସ୍ନାନ କରାଯାଇଥିଲା। ଏହି ନୀତି ବିଭ୍ରାଟ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି ଯେ, ଅନେକ ଲୋକ ଧୋତି ପିନ୍ଧିକି ଯାଉଛନ୍ତି। ତେଣୁ ଗର୍ଭଗୃହକୁ କିଏ କେତେବେଳେ ଯାଉଛନ୍ତି ତାହା ଜାଣିବା ସମ୍ଭବ ହେଉନାହିଁ। ସମ୍ପୃକ୍ତ ସେବାୟତ କିଭଳି ମନ୍ଦିରକୁ ଯାଇ ପାଳି କଲେ ସେନେଇ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ। ନୀତିକାନ୍ତି ବିଳମ୍ବ ଘଟଣାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ନିଯୋଗଗୁଡ଼ିକ ମଧ୍ୟରେ ଯେଉଁ ଭୁଲ ବୁଝାମଣା ହୋଇଥିଲା ତାହା ଆଲୋଚନା କରାଯାଇ ସମାଧାନ କରାଯାଇଛି। ସମ୍ପୃକ୍ତ ସେବକ ବାସନ୍ଦ ନେଇ କୌଣସି ତଥ୍ୟ ଉପସ୍ଥାପିତ ହୋଇନାହିଁ। ତଦନ୍ତରେ ସେ ସବୁ ଜଣାପଡିବ। ମହାପ୍ରଭୁଙ୍କ ମହାସ୍ନାନ ପରେ ନୀତି ପୁଣି ଆଗେଇଥିଲା ବୋଲି ଦାସ ପ୍ରକାଶ କରିଛନ୍ତି। ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ରଙ୍କ ସମେତ ଅନେକ ସେବାୟତ ଏହି ଘଟଣାକୁ ସ୍ବୀକାର କରିଛନ୍ତି। ସେମାନେ ପ୍ରଶାସନ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ଅପରପକ୍ଷରେ ସେବା ନିବୃତ୍ତ ବା ବାସନ୍ଦ ନେଇ ସେ ନିଯୋଗ ପକ୍ଷରୁ କିଛି ଚିଠି ପାଇ ନ ଥିବା ସମ୍ପୃକ୍ତ ସେବାୟତ ଶଙ୍ଖମିତ୍ର ସିଂହାରୀ କହିଛନ୍ତି। ତାଙ୍କର ଆଜି ପାଳି ଥିବାରୁ ସେ ପାଳି ଖଟିବାକୁ ଯାଇଥିଲେ। ସେ ଅନ୍ୟ ଜାତିରେ ବିବାହ କରିଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି।
ସେ ଶାଢ଼ିବନ୍ଧା ସେବକଙ୍କ ଝିଅଙ୍କୁ ବିବାହ କରିଥିବା ଶଙ୍ଖମିତ୍ର କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଅନେକଥର ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ହେଇଥିବା ବେଳେ କେବଳ ତଦନ୍ତ ଓ ତର୍ଜମା କଥା କହି ଶ୍ରୀମନ୍ଦିର ପ୍ରଶାସନ ନିଜ ମୁଣ୍ଡରୁ ଦୋଷ ଛଡାଇ ଦେଉଛି। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଫଳରେ ପରବର୍ତ୍ତୀ ସମୟରେ ପୁଣି ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ ଘଟୁଛି ଓ ବିଭିନ୍ନ ନୀତି ବିଳମ୍ବ ହେଉଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ନୀତିକାନ୍ତିରେ ବିଭ୍ରାଟ କରୁଥିବା ସେବାୟତ ଏବଂ ଅଧିକାରୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ଅନେକ ଭକ୍ତ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri