Posted inଜାତୀୟ

ଦୈବୀଶକ୍ତି ବନାମ ଅସୁର ଶକ୍ତି

ହାଇଦ୍ରାବାଦ/ନୂଆଦିଲ୍ଲୀ,୧୯ା୩: ଇଣ୍ଡିଆ ବ୍ଲକ୍‌ର ଇସ୍ତାହାର କେବଳ ‘ଶକ୍ତି’କୁ ଶେଷ କରିଦେବା ଉପରେ ଗୁରୁତ୍ୱ ଦେଉଛି। ଏହି ଲଢ଼େଇ ଦୁଇଟି ପକ୍ଷ ମଧ୍ୟରେ ଚାଲିଛି। ଗୋଟିଏ ପକ୍ଷ ‘ଶକ୍ତି’କୁ ଧ୍ୱଂସ କରିଦେବାକୁ ଚାହୁଁଥିବାବେଳେ ଅନ୍ୟ ପକ୍ଷ ଶକ୍ତିକୁ ‘ଦୈବୀଶକ୍ତି’ ବିବେଚନା କରି ପୂଜା କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନାର ଜଗତିଆଲରେ ବିରୋଧୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ରବିବାର ମୁମ୍ବାଇର ଶିବାଜୀ ପାର୍କରେ ଇଣ୍ଡି ମେଣ୍ଟର ରାଲି ବେଳେ ବିରୋଧୀ ନିଜ ଇସ୍ତାହାର ଘୋଷଣା କରିଥିଲେ। ସେମାନେ କହିଥିଲେ, ସେମାନଙ୍କ ଲଢ଼େଇ ହେଉଛି ‘ଶକ୍ତି’ ବିରୋଧରେ। କିନ୍ତୁ ମୁଁ ଭାରତ ମାତାର ପୂଜାରୀ। ମୁଁ ଭାରତର ପ୍ରତ୍ୟେକ ମା’ ଓ ଝିଅଙ୍କୁ ପୂଜା କରିଥାଏ। ଦେଶ ‘ଚନ୍ଦ୍ରୟାନ’ ସଫଳତାର ଶ୍ରେୟ ‘ଶିବଶକ୍ତି’କୁ ଦେଇଥିବାବେଳେ ବିରୋଧୀ ଦଳଗୁଡ଼ିକ ‘ଶକ୍ତି’ର ବିନାଶ ଚାହୁଁଛନ୍ତି। ଏହି ଚ୍ୟାଲେଞ୍ଜକୁ ମୁଁ ଗ୍ରହଣ କରୁଛି। ଦେଶମାତୃକାର ସୁରକ୍ଷା ପାଇଁ ମୁଁ ନିଜ ଜୀବନକୁ ତ୍ୟାଗ କରିବାକୁ ପ୍ରସ୍ତୁତ ବୋଲି ମୋଦି କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, କଂଗ୍ରେସ ତେଲଙ୍ଗାନାକୁ ଏଟିଏମ୍‌ ରାଜ୍ୟରେ ପରିଣତ କରିଦେଇଛି। ଏଠାରୁ ଲୁଟ୍‌ ହୋଇଥିବା ଟଙ୍କା ଦିଲ୍ଲୀକୁ ଯାଉଛି।
ଯେ, ମୁମ୍ବାଇରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ସମାପନ ରାଲିରେ ରାହୁଲ କହିଥିଲେ, ରାଜାଙ୍କ ଆମତ୍ା ଇଭିଏମ୍‌ରେ ରହିଛି। ଇଭିଏମ୍‌, ଇଡି, ସିବିଆଇ ଏବଂ ଆୟ କର ବିଭାଗ ବିନା ପ୍ରଧାନମନ୍ତ୍ରୀ ଏହି ଲୋକ ସଭା ନିର୍ବାଚନ ଜିତିପାରିବେ ନାହିଁ। ମୋଦି ହେଉଛନ୍ତି ଜଣେ ‘ମାସ୍କ’, ଯିଏକି ଏକ ‘ଶକ୍ତି’ ପାଇଁ କାର୍ଯ୍ୟ କରୁଛନ୍ତି। ସେ ଜଣେ ଉପରଠାଉରିଆ ବ୍ୟକ୍ତି। ତାଙ୍କର ୫୬ ଇଞ୍ଚ୍‌ ଛାତି ନାହିଁ। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଘେରିବା ପରେ ରାହୁଲ ସଫେଇ ଦେଇ କହିଛନ୍ତି, ସେ କୌଣସି ‘ଦୈବୀଶକ୍ତି’ କଥା ଉଲ୍ଲେଖ କରିନାହାନ୍ତି। ମୋଦି ଯେଉଁ ଶକ୍ତିର ମୁଖାବରଣ ପିନ୍ଧିଛନ୍ତି, ତା’ ଉପରେ ସେ କହିଥିଲେ। ମୋଦି ତାଙ୍କ କଥାକୁ ପସନ୍ଦ କରନ୍ତି ନାହିଁ। ତେଣୁ ତାକୁ ମୋଡ଼ିତୋଡ଼ି ଉପସ୍ଥାପନ କରୁଛନ୍ତି। ପ୍ରଧାନମନ୍ତ୍ରୀ ସେହି ଶକ୍ତିକୁ ବ୍ୟବହାର କରି ଭାରତୀୟ ବ୍ୟାଙ୍କଗୁଡ଼ିକର ଅନେକ କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି, ଯେତେବେଳେ କି ଅଳ୍ପ କିଛି ହଜାର ଟଙ୍କାର ଋଣ ଶୁଝି ନ ପାରି ଚାଷୀମାନେ ଆମତ୍ହତ୍ୟା କରୁଛନ୍ତି। ତେଣୁ ଦେଶକୁ ‘ଅସୁର ଶକ୍ତି’ ନା ‘ଦୈବୀଶକ୍ତି’ ଶାସନ କରିବ, ତାହା ଏହି ନିର୍ବାଚନ ସ୍ଥିର କରିବ ବୋଲି ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ପାଲଟା ଜବାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri