ଦେବଗଡ଼ରେ ଭିନ୍ନକ୍ଷମ ଦିବସ ପାଳିତ

ଦେବଗଡ଼,୪ା୧୨(ଡି.ଏନ୍‌.ଏ.)-ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ା ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅନୁମୋଦନକ୍ରମେ କାଳିପଥରର ସୁମିତ୍ରା ମାଝି ଓ ସଞ୍ଜୟ କୁମାର ବେହେରା, ପରାର ହେମଲତା ବେହେରା ଓ ଦୁଃଖବନ୍ଧୁ ନାଏକ ଏବଂ ବିନୋତି ନାଏକ ଓ ଜୟନ୍ତ କୁମାର ନାଏକଙ୍କୁ ବିବାହ ପ୍ରୋସତ୍ାହନ ରାଶି ସ୍ବରୂପ ପ୍ରତି ଦମ୍ପତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ା ସେହିଭଳି ଖିଲେଇ ନିବାସୀ ଲୋକନାଥ ସାହୁ ଓ ବିଶ୍ୱନାଥ ଗଡତିଆଙ୍କୁ ସେମାନଙ୍କ ଅର୍ଥନୈତିକ ବିକାଶ ନିମନ୍ତେ ବ୍ୟାଙ୍କ ଜରିଆରେ ପ୍ରତ୍ୟେକଙ୍କୁ ୧୫ହଜାର ଟଙ୍କା ଲେଖାଏଁ ଋଣ ମଞ୍ଜୁର କରାଯାଇଛି ା ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲାପାଳ ଧରମ ହାଁସଦା ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ ା ଏହି ଅବସରରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧୀର କୁମାର ନଇ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଜନ୍‌ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ା