Posted inଜାତୀୟ

‘ପ୍ରେମ ଦୋକାନରେ ନୁହେଁ, ଆମ ହୃଦୟରେ ରହିବା ଦରକାର’, ରାହୁଲଙ୍କୁ ଟାର୍ଗେଟ କଲେ ଫଡନାଭିସ

ମୁମ୍ବାଇ,୧୪।୧୦: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଶୁକ୍ରବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯଦି କଂଗ୍ରେସ ଯେତିକି ଜନସଂଖ୍ୟା, ଯେତିକି ଅଂଶଗ୍ରହଣ ନୀତିରେ ବିଶ୍ୱାସ କରେ ତା’ହେଲେ ତାଙ୍କ ଶାସନ କାଳରେ ଗୋଟିଏ ପରିବାରରୁ ସଂଖ୍ୟକ ପ୍ରଧାନମନ୍ତ୍ରୀ ହେବେ ନାହିଁ।
ମହାରାଷ୍ଟ୍ରର ୱାଶିମ ଜିଲାରେ ଭାରତୀୟ ଜନତା ପାର୍ଟିର ଓବିସି ମୋର୍ଚ୍ଚା ଦ୍ୱାରା ଆୟୋଜିତ ‘ଓବିସି ଜାଗର ଯାତ୍ରା’କୁ ସମ୍ବୋଧିତ କରି ଫଡନାଭିସ କହିଛନ୍ତି ଯେ ଭାଜପା ଶାସନ ଅଧୀନରେ ଅନ୍ୟ ପଛୁଆ ବର୍ଗମାନେ ରାଜନୈତିକ ଶକ୍ତି ତଥା କଲ୍ୟାଣକାରୀ ସୁବିଧା ପାଇଁ ପର୍ଯ୍ୟାପ୍ତ ଅଂଶ ଗ୍ରହଣ କରୁଛନ୍ତି। ଦେଶରେ ଜାତି ଭିତ୍ତିକ ଜନଗଣନା ଉପରେ ଗୁରୁତ୍ୱ ଦେଉଥିବା କଂଗ୍ରେସ ‘ଅଧିକ ଜନସଂଖ୍ୟା, ଅଧିକ ଅଂଶଗ୍ରହଣ’ ସ୍ଲୋଗାନ ବ୍ୟବହାର କରୁଛି। ଏହି ସ୍ଲୋଗାନ ବିଷୟରେ ସେ ପଚାରିଥିଲେ, ତେବେ ଏତେ ସଂଖ୍ୟକ ପ୍ରଧାନମନ୍ତ୍ରୀ କେବଳ ଗୋଟିଏ ପରିବାରରୁ କାହିଁକି ଆସିଛନ୍ତି ବୋଲଇ ସେ ପ୍ରଶ୍ନ କରିଛନ୍ତି। ସେ ଦାବି କରିଛନ୍ତି ଯେ କଂଗ୍ରେସ ଏବଂ ଉଦ୍ଧବ ଠାକରେଙ୍କ ଦଳ (ଶିବସେନା) ଥରେ ମଣ୍ଡଳ କମିଶନଙ୍କ ରିପୋର୍ଟକୁ ବିରୋଧ କରିଥିଲେ।
କଂଗ୍ରେସ କାର୍ଯ୍ୟକ୍ରମରେ ସ୍ଥାନୀୟ ଦଳର ନେତାଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ସମ୍ପର୍କରେ ଫଡନାଭିସ କହିଛନ୍ତି ଯେ (କଂଗ୍ରେସ ନେତା) ରାହୁଲ ଗାନ୍ଧୀ ପ୍ରେମ ଦୋକାନ ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ ପ୍ରେମ ଏକ ଦୋକାନରେ ନୁହେଁ ବରଂ ଏହା ଆମ ହୃଦୟରେ ରହିବା ଆବଶ୍ୟକ। ସେ କହିଛନ୍ତି ଯେ କଂଗ୍ରେସର ୧୭ପ୍ରତିଶତ ମୁଖ୍ୟମନ୍ତ୍ରୀ ଓବିସି ଥିବାବେଳେ ଭାଜପା କ୍ଷେତ୍ରରେ ଏହି ଅନୁପାତ ୩୧ ପ୍ରତିଶତ। ଫଡନାଭିସ କହିଛନ୍ତି ଯେ ଓବିସି ପାଇଁ ଭାଜପା ଏକ ପୃଥକ ମନ୍ତ୍ରଣାଳୟ ଆରମ୍ଭ କରିଛି। ସେ ନିଶ୍ଚିତ କରିଛନ୍ତି ଯେ ମହାରାଷ୍ଟ୍ରରେ ମରାଠା ଏବଂ ଧଙ୍ଗର ସମ୍ପ୍ରଦାୟ ସଂରକ୍ଷଣ ପାଇବେ ବୋଲି ଭାଜପା ନିଶ୍ଚିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri