ଉନ୍ନୟନ କାର୍ଯ୍ୟ ପ୍ରଭାବିତ, ବଢୁଛି ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୩ା୯: ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ ୮ଟି ରାଜସ୍ବ ଗ୍ରାମକୁ ନେଇ ୧୯୬୦ ମସିହା ଜୁଲାଇ ୧୨ ରେ ଖୋର୍ଦ୍ଧା ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହୋଇଥିଲା। ଜନସଂଖ୍ୟା ଏବଂ କାର୍ଯ୍ୟକାରିତାର ବୃଦ୍ଧିକୁ ନେଇ ସରକାରଙ୍କ ପୁନଃ ଚିଠି ଅନୁଯାୟୀ ଖୋର୍ଦ୍ଧା ଏନ୍‌ଏସିର ୨୨ଟି ଓ୍ବାର୍ଡକୁ ନେଇ ୨୦୦୦ ମସିହାରେ ପୌର ପରିଷଦର ମାନ୍ୟତା ମିଳିଥିଲା। ଇତି ମଧ୍ୟରେ ଖୋର୍ଦ୍ଧା ପୌର ପରିଷଦ ୬୩ ବର୍ଷରେ ପଦାର୍ପଣ କରିଛି। ରାଜଧାନୀ ଜିଲା ଖୋର୍ଦ୍ଧା ସଦର ମହାକୁମା ଭୁବନେଶ୍ୱର ଠାରୁ ୩୦କିମି ଦୂରରେ ଅବସ୍ଥିତ। କଳା, ସଂସ୍କୃତି, ଭାସ୍କର୍ଯ୍ୟ, ପ୍ରାଚୀନ କୀର୍ତ୍ତିରାଜୀ, ଐତିହ୍ୟରେ ଭରପୁର ଖୋର୍ଦ୍ଧା। ତଥାପି ଦୀପ ତଳ ଅନ୍ଧାର ଭଳି ଖୋର୍ଦ୍ଧା ସହରର ଉନ୍ନୟନ କାର୍ଯ୍ୟର ବିକାଶ ହୋଇପାରୁ ନାହିଁ। ଏନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦୁଇ ବିଧାୟକଙ୍କ ମଧ୍ୟରେ କ୍ଷମତା ଲାଲସାକୁ ନେଇ ଚାଲିଥିବା ଛକାପଞ୍ଝା ମଧ୍ୟରେ ଖୋର୍ଦ୍ଧା ସହରର ବିକାଶ ବାଧକ ସାଜିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ପାଇକ ବୀରଙ୍କ ପାଇଁ ଏ ମାଟିର ଗୌରବ ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରସ୍ତାବିତ ପାଇକ ଏକାଡେମୀ ପ୍ରତିଷ୍ଠା ହୋଇପାରିଲା ନାହିଁ। ୧୮୧୭ର ପାଇକ ବିଦ୍ରୋହ ଓଡ଼ିଶା ତଥା ଜାତୀୟ ସ୍ତରରେ ଇତିହାସରେ ଲିପିବଦ୍ଧ ହୋଇରହିଛି। ଏହି ଐତିହାସିକ ସଂଗ୍ରାମର ଶୌର୍ଯ୍ୟ, ବିକ୍ରମ ଓ ତ୍ୟାଗର ଏକ ଗୌରବମୟ ଗାରିମା ରହିଛି। ୨୦୧୯ ଡିସେମ୍ବର ୮ରେ ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିଳାନ୍ୟାସ କରିଥିଲେ। ୩ ବର୍ଷ ବିତିଲାଣି। ହେଲେ ଇଟାଖଣ୍ଡ ପଡିପାରିଲା ନାହିଁ। ଗଡ଼ଖୋର୍ଦ୍ଧା ଏବଂ ଏହାର ସଲଗ୍ନ ପାର୍ଶ୍ୱରେ ରହିଥିବା ଐତିହ୍ୟ ମଠ, ମନ୍ଦିର, ପୋଖରୀ ବିପର୍ଯ୍ୟସ୍ତ ହୋଇ ରହିଛି। ଓଡ଼ିଶା ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ର ହେଉଛି ବରୁଣେଇ ପୀଠ। ମା ବରୁଣେଇ ଓ କରୁଣେଇଙ୍କ ମହିମା ଏବଂ ପାହାଡ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଗର। ପାହାଡ ଉପରେ ସୀତାକୁଣ୍ଡ, ଗୁମ୍ଫା ଏବଂ ବୌଦ୍ଧ କୀର୍ତ୍ତିିରାଜୀର ଦୁଇହାଜର ବର୍ଷ ତଳର ଶୀଳଲେଖା ରହିଥିବା ଗବେଷକ ମାନେ ମତପ୍ରକାଶ କରିଛନ୍ତି॥ ପାହାଡ ଉପରୁ ଶ୍ରୀମନ୍ଦିର ନୀଳଚକ୍ର ଦେଖାଯାଏ ବୋଲି ବିଶ୍ୱାସ ରହିଛି। ତେବେ ଏହା ଉପରକୁ ଯିବା ପାଇଁ କୌଣସି ଚଲା ରାସ୍ତା ନିର୍ମାଣ କରାଯାଇନାହିଁ। ପ୍ରସ୍ତାବିତ ରୋପଓ୍ବେ ପ୍ରସ୍ତାବରେ ଅଟକି ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ ଗଡଖୋର୍ଦ୍ଧା ସ୍ଥିତ କୁଞ୍ଜବିହାରୀ ମଠ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ଅବହେଳିତ ଅବସ୍ଥାରେ ରହିଛି। ଖୋର୍ଦ୍ଧା ସ୍ଥିତ ବିଜେବି ହାଇସ୍କୁଲ ଆସନ୍ତା ବର୍ଷ ୧୨୫ବର୍ଷରେ ପଦାର୍ପଣ କରିବ। ଏହି ଶିକ୍ଷାନୁଷ୍ଠାନକୁ ଜାତୀୟ ସ୍ତରୀୟ ବିଦ୍ୟାଳୟ ମାନ୍ୟତା ପାଇଁ ବାରମ୍ବାର ଦାବି ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏହି ବିଦ୍ୟାଳୟର ଖେଳପଡିଆ ଏକ ଘରୋଇ କ୍ରୀଡାନୁଷ୍ଠାନ ହାତରେ ରହିଛି। ସେହିପରି ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଦାବି ସତ୍ତ୍ୱେ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଜିଲା ମୁଖ୍ୟଚିକିତ୍ସାଳୟରେ ଭୂତ୍ତିଭୂମି ଓ ଆବଶ୍ୟକ ଡାକ୍ତର ଅଭାବରୁ ରୋଗୀ ଉପଯୁକ୍ତ ସେବାରୁ ବଞ୍ଚିତ ହେଉଛନ୍ତି। ଜିଲାର ବହୁ ମୂଲ୍ୟବାନ ଲଘୁଖଣିଜ ସମ୍ପଦ ମାଫିଆଙ୍କ ଦ୍ୱାରା ହରିଲୁଟ ଚାଲିଛି। ଖୋର୍ଦ୍ଧାର ବିକାଶରେ ଅନ୍ୟତମ ବାଧକ ହେଉଛି ଉଠାଦୋକାନ ଏବଂ କ୍ୟାବିନ। ଉଠାଦୋକାନୀଙ୍କୁ ଥଇଥାନ ଲାଗି ଦୀର୍ଘ ବର୍ଷ ଧରି ଚାଲିଥିବା ସମସ୍ୟା ସମାଧାନ ହୋଇପାରୁନାହିଁ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ପ୍ରଶାସନିକ ଅବହେଳା ଏଥିରେ ବାଧକ ସାଜିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି କୁହନ୍ତି, ଖୋର୍ଦ୍ଧା ସହରର ବିକାଶ ଲାଗି ଗୁରୁତ୍ୱ ଦିଆଯାଉଛି। ଅନ୍ୟପକ୍ଷରେ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି, ଖୋର୍ଦ୍ଧା ସହରକୁ ଏକ ସବୁଜ ସୁନ୍ଦର ସହର ଭାବେ ଗଢି ତୋଳିବାକୁ ଚେଷ୍ଟା ଜାରି ରହିଛି। ସହର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ବିଭିନ୍ନ ଯୋଜନାରେ ସହରର ଦ୍ରୁତ ବିକାଶ ଘଟିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri