‘ଶିଶୁର ବିକାଶରେ ସଭ୍ୟତାର ବିକାଶ ସମ୍ଭବ’

ଭୁବନେଶ୍ୱର,୨୨ା୧୧: ୧ ୟୁନିଟ୍‌-୩ ନିକଟସ୍ଥ ସ୍କାଉଟ ଭବନ ପରିସରରେ ଶିଶୁ ସାହିତ୍ୟ ପତ୍ରିକା ମହକ ଭରା ‘ ବଉଳଫୁଲ’ ସାହିତ୍ୟ ସଂସଦର ୧୯ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସମ୍ପାଦକ ବ୍ରଜେଶ୍ୱରୀ ସିଂହଙ୍କ ଅଧ୍ୟକ୍ଷତାରେ ଏହି ଆଲୋଚନାଚକ୍ରରେ ଉଦ୍‌ଘାଟକ ଭାବେ ବିଶିଷ୍ଟ ହାସ୍ୟଭିନେତା ଶଙ୍କର୍ଷଣ ପ୍ରଧାନ, ମୁଖ୍ୟ ଅତିଥି ଭାବେ ପ୍ରଜ୍ଞାରଞ୍ଜନ ଖଟୁଆ, ସମ୍ମାନିତ ଅତିଥି ଭାବେ ରାଧେଶ୍ୟାମ ମିଶ୍ର ଅଧ୍ୟକ୍ଷ କଳକାହ୍ନୁ ଫାଉଣ୍ଡେଶନ ଅନିଲ କୁମାର ଦାସ, ସମ୍ପାଦକ- ଉଦୀୟମାନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ମୁଖ୍ୟବକ୍ତା ଭାବେ ପଣ୍ଡିତ ବିଶ୍ୱନାଥ ଶତପଥୀ, ଉପଦେଷ୍ଟା ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ, ସମ୍ମାନିତ ବକ୍ତା ବିମଳା ସିଂହ, ସମ୍ପାଦକ ଗୋଧୂଳି ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ଏବଂ ସଭାପତି ମନୋଜ ଜେନା ସଭାକାର୍ଯ୍ୟ ପରିଚାଳନା କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ପାଦିକା ବ୍ରଜେଶ୍ୱରୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଶିଶୁର ବିକାଶରେ ସଭ୍ୟତାର ବିକାଶ ସମ୍ଭବ। ଶିଶୁ ମନ ଭିତରେ ଏକ ସକାରାତ୍ମକ ଭାବ ଜାଗ୍ରତ କରିବା ଦରକାର ଯାହା ନିଜକୁ ଗଢ଼ିବା ସଙ୍ଗେ ସଙ୍ଗେ ଦେଶ ଓ ଜାତି ପାଇଁ ଚିନ୍ତା କରିବାକୁ ପ୍ରେରଣା ଯୋଗାଇବ। ଏଥିପାଇଁ ଶିଶୁ ସାହିତ୍ୟର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ତନ୍ମୟୀ ଅଗସ୍ତି, ଶୁକଦେବ ବେହେରା, ଜାନକୀ ପତ୍ରୀ, ମନୋରମା ମହାନ୍ତିଙ୍କୁ ସମ୍ବର୍ଦ୍ଧନା କରାଯିବା ସହ ଅନୁଷ୍ଠାନର ମୂଖପତ୍ର ‘ମହକଭରା ବଉଳଫୁଲ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଆଲୋଚନାଚକ୍ରରେ ମଞ୍ଚ ପରିଚାଳନା କରିଥିଲେ ଲେଖିକା ବୀଣାପାଣି ଚୌଧୁରୀ ଏବଂ ଧନ୍ୟବାଦ ଦେଇଥିଲେ ରବୀନ୍ଦ୍ର କୁମାର ମିଶ୍ର। ପ୍ରଥମ ଅଧିବେଶନରେ କବିତା ପାଠ କରାଯାଇଥିଲା। ସଭାପତି ସରୋଜିନୀ ପତିଙ୍କ ସଭାପତିତ୍ୱରେ କବିତାଗୁଡ଼ିକୁ ସୁଲେଖିକା ଡ. ଲିପିକା ବେହେରା, ସମୀକ୍ଷା କରିଥିବା ବେଳେ ସଂଯୋଜନା ବିଶ୍ୱରୂପା ପଣ୍ଡା ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ବେଦପାଠ କରିଥିଲେ ପଣ୍ଡିତ ନାରାୟଣ ଶତପଥୀ। ଶିକ୍ଷାବିତ୍‌ ମଦନ ମୋହନ ବେହେରା ଶିଶୁଙ୍କ ନିମନ୍ତେ ସାହିତ୍ୟର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ଜୟନ୍ତୀ ଜେନାଙ୍କ ଉପନ୍ୟାସ ‘ରାଗ ଓ ବିପ୍ଲବିନୀ’ ଓ ଶିଶୁପତ୍ରିକା ମହକଭରାକୁ ମଞ୍ଚାସୀନ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ପୁଣ୍ୟ ଅବସରରେ ଦେବସ୍ମିତା ପରିଡ଼ା, ଗଗନ ବିହାରୀ ନାୟକ, ଶରତ କୁମାରୀ ମିଶ୍ର, ରମେଶ ଚନ୍ଦ୍ର ନାୟକ, ସସ୍ମିତା ପଣ୍ଡା, ଅଧ୍ୟାପକ ପ୍ରକାଶ ଚନ୍ଦ୍ର ବେହେରା, ପ୍ରବୀଣା ପରିଡ଼ା, ପ୍ରିୟରଞ୍ଜନ ସାହୁ, ରାଜ କିଶୋର ସ୍ବାଇଁ, ହେମଲତା ଜେନା, ଡ. ଜାନକୀ ପାଢ଼ୀ, ଡ. ତନ୍ମୟୀ ଅଗସ୍ତି ଆଦି ୫୦ରୁ ଊର୍ଦ୍ଧ୍ୱ କବି କବୟିତ୍ରୀ ସ୍ବରଚିତ ଶିଶୁ କବିତା ପାଠ କରିଥିଲେ।

ପ୍ରଥମ ଅଧିବେଶନରେ ତରୁନ ବାଳା ମହାପାତ୍ର ଅତିଥି ପରିଚୟ ଦେଇଥିବା ବେଳେ ଦେଇଥିବା ବେଳେ ଦ୍ୱିତୀୟ ଅଧିବେଶନରେ ବୀଣାପାଣି ଚୌଧୁରୀ ଦେଇଥିଲେ। ସନ୍ତୋଷ କୁମାର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ବଉଳଫୁଲ ଶିଶୁ ସାହିତ୍ୟ ସଂସଦର ସଂଗଠନ ସମ୍ପାଦକ ନବଘନ ସ୍ବାଇଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାଇବର ଠକେଇ ଅଭିଯୋଗରେ ପୋବଳ ଗାଁରେ ପୋଲିସର ଚଢ଼ାଉ, ଲକ୍ଷାଧିକ ଟଙ୍କା ଜବତ ସହ ୩…

ଧର୍ମଶାଳା, ୨୦|୧ (ଶିବ ପ୍ରସାଦ ମହାନ୍ତି):  ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପଞ୍ଚାୟତ ପୋବଳ ଗାଁରେ ରାତି ଅଧିଆ ଚଢ଼ାଉ କଲା ପୋଲିସ । ସୋମବାର...

ରୋଚକ ହେଉଛି ଯାଜପୁର ରାଜନୀତି: ଗୋଟିଏ ଦିନରେ ଦୁଇଥର ଦଳ ପରିବର୍ତ୍ତନ

ଯାଜପୁର,୧୮।୧: ଭାଜପାକୁ ଶକ୍ତ ଝଟ୍‌କା। ଭାଜପାରେ ମିଶିବାର ୨୪ ଘଣ୍ଟା ନପୂରୁଣୁ ବିଜେଡିକୁ ଫେରିଲେ ବିଜେଡି ନେତ୍ରୀ। ଯାଜପୁର ଜଲାପରିଷଦ ସଭ୍ୟା ଟିନା ହାଇବୃ ବିଜେଡିକୁ...

ଧର୍ମଶାଳା ପାଖର ଛକ ନିକଟରେ ଦୁର୍ଘଟଣା: ଧକ୍କା ଦେଇ ଚାଲିଗଲା ଅଜଣା ଗାଡ଼ି; ୫ରୁ ଅଧିକ…

ଧର୍ମଶାଳା,୧୬।୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ପାଖର ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଅଜଣା...

ଯାଜପୁରରେ ଭାଙ୍ଗୁଛି ବିଜେଡି ଗଡ଼: ଭାଜପାରେ ସାମିଲ ହେଲେ ପୂର୍ବତନ ଏମ୍‌ପି ସହ ବହୁ ବରିଷ୍ଠ ନେତୃତ୍ୱ…

ଧର୍ମଶାଳା,୧୬।୧(ଶିବପ୍ରସାଦ ମହାନ୍ତି): ବିଜେଡିକୁ ବଡ଼ ଝଟକା। ବିଜେଡିର ବହୁ ବରିଷ୍ଠ ନେତୃତ୍ୱମାନେ ଶୁକ୍ରବାର ଭାଜପାରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ଯାଜପୁରର ପୂର୍ବତନ ଏମ୍‌ପି...

ଆଜି ଶେଷ ସନ୍ଧ୍ୟାରେ ବଲିଉଡ ଗାୟକଙ୍କ ଗୀତରେ ଝୁମିବେ ଦର୍ଶକ: ପହଞ୍ଚିବେ ମନ୍ତ୍ରୀ, ବିଧାୟକ

ଧର୍ମଶାଳା, ୬।୧( ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ସ୍ଥିତ ଧର୍ମଶାଳା ମହୋତ୍ସବ ପଡିଆଠାରେ ଡିସେମ୍ବର ୨୫ ତାରିଖରୁ ଆରମ୍ଭ ହୋଇଥିବା ୨୧ତମ ଧର୍ମଶାଳା ମହୋତ୍ସବ...

ବବି ଦାସଙ୍କୁ କଡ଼ା କାଉଣ୍ଟର କଲେ ପ୍ରୀତିରଞ୍ଜନ ଘଡ଼ାଇ, କହିଲେ କୋରେଇରେ ଯେଉଁମାନେ ଥିଲେ ସମସ୍ତେ…

ଯାଜପୁର,୫ା୧: ବିଜେଡି ନେତା ବବି ଦାସଙ୍କ ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ବବି କୋରେଇର ପୂର୍ବତନ ବିଧାୟକମାନଙ୍କୁ ପରୋକ୍ଷରେ ଟାର୍ଗେଟ୍‌...

କାରକୁ ଧକ୍କା ଦେଲା ଟ୍ରକ: ଜାତୀୟ ରାଜପଥରେ ଘଟିଗଲା…

ଧର୍ମଶାଳା,୫।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ନିକଟରେ ଏକ କାରକୁ ଟ୍ରକ ଧକ୍କା ଦେଇଛି, ଯାହା...

ଚିତାଳୋ କଲେଜର ପୂର୍ବତନ ଅଧ୍ୟକ୍ଷ, ସଭାପତି ଗିରଫ, ଏହି ମାମଲାରେ…

ଯାଜପୁର/ ଯାଜପୁର ଟାଉନ୍‌ ୩ା୧(ହର୍ଷବର୍ଦ୍ଧନ ବେହେରା/ ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଜିଲା ଦଶରଥପୁର ବ୍ଲକ ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଦ୍ୱୈତ ପ୍ରସାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri