ସମବାୟରେ କୃଷିର ବିକାଶ

ସ୍ବାଧୀନତା ପରେ ଭାରତ ଖାଦ୍ୟଶସ୍ୟରେ ନିଅଣ୍ଟ ଥିବାରୁ ସମସ୍ତଙ୍କୁ ଦୁଇଓଳି ଖାଦ୍ୟ ଦେବା ପାଇଁ ସରକାର ‘ମାର୍ଶାଲ’ ଯୋଜନାରେ ‘ପିଏଲ୍‌ଏ ୪୮୦’ ଚୁକ୍ତି ଅନୁଯାୟୀ ଦେଶର ବୈଦେଶିକ ମୁଦ୍ରା ବିନିମୟରେ ଆମେରିକାରୁ ବାର୍ଷିକ ୨୦ରୁ ୫୦ ଲକ୍ଷ ଟନ୍‌ ଚାଉଳ ଓ ଗହମ ଆମଦାନି କରିଥିଲେ। ଦେଶର ବିଭିନ୍ନ ଅଞ୍ଚଳରେ ଗୋଦାମ ଘରେ ଖାଦ୍ୟଶସ୍ୟ ଗଚ୍ଛିତ ରଖି ନିଅଣ୍ଟିଆ ସମୟରେ ସାଧାରଣ ବଣ୍ଟନ ଜରିଆରେ ସରକାର ଉଚିତ ଦରରେ ଖାଦ୍ୟ ବିକ୍ରୟ କଲେ। ସରକାର ପ୍ରାକୃତିକ ବିପର୍ଯ୍ୟୟରେ ବ୍ୟାପକ ରିଲିଫ୍‌ ଚାଷୀମାନଙ୍କୁ ଯୋଗାଇଲେ। ଭାରତ ସରକାର ବଡ଼ ବଡ଼ ଜଳସେଚନ ଯୋଜନା ନିର୍ମାଣ ସହ ଖାଦ୍ୟରେ ସ୍ବାବଲମ୍ବୀ କରିବା ପାଇଁ ୧୯୫୨ରୁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରିଥିଲେ। ଲଙ୍ଗଳ ଯାହାର ଜମି ତାହାର ନୀତିରେ ବ୍ୟାପକ ଭୂସଂସ୍କାର ଯୋଜନା ଆରମ୍ଭ କରାଯାଇଥିଲା। ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନାରେ ଜାପାନ ଚାଷ ପ୍ରଣାଳୀ ଅନୁଯାୟୀ ବହୁଳ ଉପତ୍ାଦିତ ବିହନ, କୀଟନାଶକ ଓ ସାର ଇତ୍ୟାଦି ପ୍ରୟୋଗରେ ଅତ୍ୟାଧୁନିକ ଚାଷ ପ୍ରବର୍ତ୍ତନ କରାଗଲା। ୧୯୪୮ ମସିହାରେ ଓଡ଼ିଶା ସରକାର ବହୁବିଧ ହୀରାକୁଦ ବନ୍ଧ ନିର୍ମାଣ ଆରମ୍ଭ କରିଥିଲେ। ଫଳରେ ମହାନଦୀର ବନ୍ୟା ନିୟନ୍ତ୍ରଣ, ବିଜୁଳି ଉପତ୍ାଦନ, ଶିଳ୍ପ କାରଖାନା ନିର୍ମାଣ ସହ ସମ୍ବଲପୁର, ବଲାଙ୍ଗୀର, କଟକ ଓ ପୁରୀ ଜିଲାର ବହୁ ଅଞ୍ଚଳର ଜମିକୁ ଜଳସେଚିତ କରାଇ ଦିଆଗଲା। ଗ୍ରାମ ଗୋଷ୍ଠୀ ଯୋଜନାରେ କୃଷକମାନଙ୍କୁ ଆଧୁନିକ ପ୍ରଣାଳୀରେ ଚାଷରେ ଅଧିକ ଉପତ୍ାଦନ ପାଇଁ ତାଲିମ ଦିଆଗଲା।
୧୯୫୦-୫୧ ମସିହାରେ ଶତକଡ଼ା ୩ ଭାଗ ଚାଷୀ ସମବାୟ ବ୍ୟାଙ୍କ ଓ ସମବାୟ ସମିତିରୁ କୃଷିଋଣ ପାଉଥିଲେ। ୧୯୫୪ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗ୍ରାମ ତନଖି କମିଟି ସୁପାରିସରେ କୃଷକମାନଙ୍କୁ ନଗଦ ଟଙ୍କା, ବହୁଳ ଉପତ୍ାଦିତ ବିହନ, କୀଟନାଶକ ଓ ସାର ପ୍ରଭୃତି ପ୍ରାଥମିକ ସମବାୟ ସମିତି ମାଧ୍ୟମରେ ଚାଷୀମାନଙ୍କୁ କୃଷିଋଣ ଦେବାପାଇଁ ସମବାୟ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଗଲା। ସମବାୟ ସମିତିଗୁଡ଼ିକ ଗ୍ରାମାଞ୍ଚଳରେ ଖାଦ୍ୟପଦାର୍ଥ ସାଙ୍ଗକୁ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ଶସ୍ତା ଦରରେ ଚାଷୀମାନଙ୍କୁ ଯୋଗାଇଲେ।
୧୯୫୪ରେ ଓଡ଼ିଶା ସରକାର ଜମିଦାରି ଉଚ୍ଛେଦ ଆଇନ ପ୍ରବର୍ତ୍ତନ କଲେ। ଭାଗଚାଷୀଙ୍କୁ ଜମିର ମାଲିକ କରିବାର ଆଇନରେ ବ୍ୟବସ୍ଥା କଲେ। ୧୯୫୮-୫୯ ମସିହାରେ ପରିବାର ପିଛା ଜମିର ସର୍ବୋଚ୍ଚ ପରିମାଣ ୧୫ ଷ୍ଟାଣ୍ଡାର୍ଡ ଏକରରେ ସୀମାବଦ୍ଧ ଆଇନ ଗୃହୀତ କରାଗଲା। ଫଳରେ ପ୍ରକୃତ ଚାଷୀ ଜମିର ମାଲିକ ହେଲେ ଓ ବଳକା ଜମି ସରକାର ଭୂମିହୀନଙ୍କୁ ବାଣ୍ଟିଦେଲେ। ଭୂସଂସ୍କାର ଫଳରେ ଜମିଦାର ଓ ରାଜାମାନେ ଆଉ ଅଧିକ ଜମି ରଖିବାକୁ ନ ଚାହିଁ ପରନ୍ତୁ ଜମି ବିକ୍ରି କରିବାକୁ ବାଧ୍ୟହେଲେ। କେନ୍ଦ୍ର ସରକାର ୧୯୬୨ରେ କୃଷି ଋଣ ପୁନଃ ଲଗାଣ ନିଗମ ପ୍ରତିଷ୍ଠା କଲେ। ତାହା ଦ୍ୱାରା କୃଷକମାନେ ଜମି ବନ୍ଧକ ରଖି ମଧ୍ୟବର୍ତ୍ତିକାଳୀନ ଋଣ ପାଇଲେ। କେନ୍ଦ୍ର ସରକାର କୃଷି ଋଣର ପୁନଃ ସମୀକ୍ଷା ପାଇଁ ୧୯୬୯ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଏକ କମିଟି ବସାଇ ସମବାୟ ବ୍ୟାଙ୍କ ସହ ଅନ୍ୟାନ୍ୟ ୧୪ ଗୋଟି ବାଣିଜି୍ୟକ ବ୍ୟାଙ୍କ କୃଷି ଋଣ ଦେବା ପାଇଁ ସୁପାରିସ କଲେ। ଆଦିବାସୀ ଚାଷୀଙ୍କୁ ସେମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଶତକଡ଼ା ୪ ସୁଧରେ କୃଷିଋଣ ଯୋଗାଇଲେ। ୧୯୭୧ରେ ରିଜର୍ଭ ବ୍ୟାଙ୍କର ‘ଦାତେ କମିଟି’ କୃଷିଋଣ ଛାଡ଼ ପାଇଁ ସୁପାରିସ କଲେ। ରାଜ୍ୟ ସରକାରମାନେ ଉକ୍ତ କୃଷିଋଣ ଛାଡ଼ ଟଙ୍କା ସମବାୟ ବ୍ୟାଙ୍କକୁ ଶୁଝିଲେ ଓ କେନ୍ଦ୍ର ସରକାର ବ୍ୟାପକ କୃଷିର ଉନ୍ନତି ପାଇଁ ୧୯୭୨ରେ କ୍ଷୁଦ୍ରଚାଷୀ ଉନ୍ନୟନ ସଂସ୍ଥା ଗଠନ କଲେ।
ସେତେବେଳେ ସମବାୟ ସମିତି ପରିଚାଳନା ପରିଷଦ କମିଟିକୁ ଉଚ୍ଚଶ୍ରେଣୀର ଲୋକମାନେ ନିର୍ବାଚିତ ହେଉଥିବାରୁ ଦୁର୍ବଳ ତଥା ଗରିବ ଚାଷୀଙ୍କୁ କୃଷିଋଣ ଦେବାପାଇଁ ପରିଚାଳନା ପରିଷଦ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ। ସମବାୟ ବ୍ୟାଙ୍କମାନେ କୃଷି ଋଣ ଠିକ୍‌ ଭାବରେ ଯୋଗାଇ ନ ପାରିବାରୁ କୃଷି ଋଣ ଅଭାବ ଦୂରକରିବା ପାଇଁ ୧୯୭୫ରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ସହଭାଗିତାରେ ଅଂଶଧନ ଦେଇ ଗ୍ରାମ୍ୟବ୍ୟାଙ୍କ ଗଠନକଲେ ଓ ଗ୍ରାମ୍ୟବ୍ୟାଙ୍କ ମାଧ୍ୟମରେ ଦୁର୍ବଳ ଓ ଗରିବ ଚାଷୀମାନଙ୍କୁ କୃଷିଋଣ ଦେଲେ। କୃଷକମାନେ ଗୋଟିଏ ବ୍ୟାଙ୍କରୁ ସମସ୍ତ ପ୍ରକାର ସ୍ବଳ୍ପ, ମଧ୍ୟମ ଓ ଦୀର୍ଘକାଳୀନ କୃଷିଋଣ ପାଇବା ପାଇଁ ୧୯୮୩ ମସିହାରେ କେନ୍ଦ୍ର ସରକାର ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ନାବାର୍ଡ) ପ୍ରତିଷ୍ଠାକରି ଏହାଦ୍ୱାରା ସମବାୟ ବ୍ୟାଙ୍କଗୁଡ଼ିକୁ ପୁନଃ କୃଷିଋଣ ଲଗାଣକରି କୃଷକଙ୍କର ବ୍ୟାପକ ବିକାଶରେ ସାହାଯ୍ୟକଲେ। କେନ୍ଦ୍ର ସରକାର ୧୯୮୫ରେ ଚାଷୀମାନଙ୍କୁ ଦୈବଦୁର୍ବିପାକ ଦାଉରୁ ରକ୍ଷା କରିବା ପାଇଁ ଫସଲବୀମା ଯୋଜନା ପ୍ରବର୍ତ୍ତନ କଲେ। ଫସଲବୀମା କରିଥିବା ବୀମା କମ୍ପାନୀରୁ ଫସଲ କ୍ଷତି ଅନୁଯାୟୀ ଚାଷୀ ଆବଶ୍ୟକ ଟଙ୍କା ପାଇ କୃଷିଋଣ ଶୁଝିଲେ ଏବଂ ଋଣ ଖିଲାପିରୁ ମୁକ୍ତ ହୋଇ ପୁନଃ ଫସଲ ପାଇଁ କୃଷିଋଣ ପାଇଲେ।
ଦେଶ ସ୍ବାଧୀନ ହେବା ପରେ ସରକାରଙ୍କ ଭୂସଂସ୍କାର ଆଇନ ପ୍ରଚଳନ ଫଳରେ ଜଳସେଚନ ଓ ସଘନ ଚାଷ ପ୍ରବର୍ତ୍ତନରେ ଫସଲ ଉପତ୍ାଦନ ୫ ଗୁଣକୁ ବୃଦ୍ଧି ପାଇଲା। ଫଳରେ କୃଷି ଓ କୃଷକର ବିକାଶ ହୋଇଛି। ଚାଷୀ ଉଚିତ ଦରରେ ଫସଲ ବିକିବା ପାଇଁ ସରକାର ସମବାୟ ସମିତି, ବାଣିଜ୍ୟ ସମବାୟ ସମିତି, ଭାରତୀୟ ଖାଦ୍ୟ ନିଗମ, ନାଫେଡ୍‌, ମାର୍କଫେଡ୍‌, ରେଗୁଲେଟେଡ୍‌ ମାର୍କେଟ କମିଟି ଗଠନକରି ଚାଷୀମାନଙ୍କଠାରୁ ଉପତ୍ାଦିତ ଫସଲକୁ ଉଚିତ ଦରରେ କିଣିଲେ। ବର୍ତ୍ତମାନ କୃଷି ଉପତ୍ାଦନରେ ନିର୍ଭରଶୀଳ ଲୋକସଂଖ୍ୟା ଶତକଡ଼ା ୯୮ରୁ ୭୦ ଭାଗକୁ କମିଆସିଛି। ତୈଳବୀଜରେ ଦେଶ ଆମତ୍ନିର୍ଭରଶୀଳ ହେବାପାଇଁ କେନ୍ଦ୍ର ସରକାର ୧୯୯୨ ମସିହାରୁ ନାବାର୍ଡ ଜରିଆରେ ସ୍ବତନ୍ତ୍ର ଭାବରେ ଚିନାବାଦାମ ଉପତ୍ାଦନ ପାଇଁ ପଦକ୍ଷେପ ନେଲେ ଏବଂ ଓଡ଼ିଶାରେ ତୈଳବୀଜ ଉପତ୍ାଦନକାରୀ ସମବାୟ ସଂଘ ପ୍ରତିଷ୍ଠାକରି ଚାଷୀମାନଙ୍କୁ ଚିନାବାଦାମ ଚାଷ ପାଇଁ ସରକାରୀ ପ୍ରୋତ୍ସାହନ ଯୋଗାଇଦେବାରୁ ବାଦାମଚାଷର ବହୁଳ ପ୍ରସାରହେବା ଫଳରେ ସମବାୟ ଭିତ୍ତିରେ ରାଜ୍ୟ ସରକାର ଖୋର୍ଦ୍ଧା ନିକଟରେ ‘ଅର୍ପଣ’ ବ୍ରାଣ୍ଡ୍‌ରେ ବାଦାମ ତେଲ କାରଖାନା ପ୍ରତିଷ୍ଠା କରିଥିଲେ। ଉକ୍ତ ତେଲର ମାନ ଯଥେଷ୍ଟ ଉନ୍ନତ ଥିବାରୁ ଖାଉଟିଙ୍କର ବ୍ୟବହାର ବୃଦ୍ଧି ପାଇଲା। ମାତ୍ର ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତିର ଅଭାବ, ପରିଚାଳନା ପରିଷଦର ଅର୍ଥ ତୋସରପାତ, କର୍ମଚାରୀମାନଙ୍କ ମଧ୍ୟରେ ବିଶୃଙ୍ଖଳା ପାଇଁ ତାହା ବନ୍ଦ ହୋଇଗଲା।
ଓଡ଼ିଶା ଆଜି କାଜୁ ଓ ନଡ଼ିଆଚାଷ କ୍ଷେତ୍ରରେ ଆଗେଇ ପାରିଛି। ଫସଲ ଉପତ୍ାଦନ ବୃଦ୍ଧି ପାଇବାରୁ ଭାରତ ଅନ୍ୟାନ୍ୟ ଦେଶକୁ ଚାଉଳ, ଗହମ, ଫଳ ଓ ପନିପରିବା ରପ୍ତାନି କରିଛି। ଶିକ୍ଷିତ ବେକାରମାନଙ୍କୁ ନିଯୁକ୍ତି ଦେବା ପାଇଁ ଇସ୍ରାଏଲ ଦେଶ ପରି ବ୍ୟାପକ କୃଷି ଶିଳ୍ପ କାରଖାନା ବସାଇବା ନିମନ୍ତେ ଯୋଜନା ଉପରେ ଯୋଜନା କରିଚାଲିଛି। ଉପରୋକ୍ତ ପୂର୍ବ ପ୍ରାଚ୍ୟ ଦେଶଗୁଡ଼ିକ ସହ ଧାନ ଉତ୍ପାଦନରେ ସମକକ୍ଷ ହେବା ପାଇଁ ଭାରତ ତଥା ଓଡ଼ିଶା କୃଷି ବିକାଶରେ ସମବାୟ ବ୍ୟାଙ୍କ ଓ ଅନୁଷ୍ଠାନଗୁଡ଼ିକ ନିଷ୍ଠାର ସହ ଧ୍ୟାନଦେବା ଆବଶ୍ୟକ। ଏହାକୁ ରାଜ୍ୟ ସରକାର ଗମ୍ଭୀରତାର ସହ ବିଚାରକରି କାର୍ଯ୍ୟଧାରାକୁ ଆଗେଇ ନେଇପାରିଲେ ଓଡ଼ିଶା ଖାଦ୍ୟ ଉପତ୍ାଦନରେ ବିକାଶଶୀଳ ରାଜ୍ୟଭାବେ ପରିଗଣିତ ହୋଇପାରିବ। ନୂତନ ସରକାର ପାଇଁ ଏହା ଏକ ସାଧୁବାଦ କାର୍ଯ୍ୟ ରୂପେ ପରିଗଣିତ ହୋଇ ସରକାରଙ୍କର ସୁନାମ ବୃଦ୍ଧି ପାଇବ। ସମବାୟରେ ଏହା ଏକ ଉତ୍ତମ ସଂସ୍କାର।

ପ୍ରତାପ ଚନ୍ଦ୍ର ସାମଲ

ବରିଷ୍ଠ ସମବାୟବିତ୍‌
ମୋ: ୯୦୯୦୩୨୫୮୦୨


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri