ତୃଣମୂଳସ୍ତରରେ ପହଞ୍ଚୁ ନାହିଁ ବିକାଶ

କେନ୍ଦ୍ରାପଡ଼ା,୧ା୪ (ଜଗନ୍ନାଥ ଧଳ): ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୯୩ ଏପ୍ରିଲ ୧ରେ ଅବିଭକ୍ତ କଟକ ଜିଲାକୁ ଭାଗ କରି କେନ୍ଦ୍ରାପଡ଼ାକୁ ସ୍ବତନ୍ତ୍ର ଜିଲା ମାନ୍ୟତା ପ୍ରଦାନ କରାଯାଇଥିଲା। ଇତିମଧ୍ୟରେ ଏହି ଜିଲା ମାନ୍ୟତାକୁ ୩୧ ବର୍ଷ ବିତିଛି। ଜିଲା ଗଠନ ପରେ ଏହାର ବିକାଶକୁ ନେଇ ସ୍ବପ୍ନ ଦେଖିଥିବା ଜିଲାବାସୀ ଏବେବି ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ଦିନ କାଟୁଛନ୍ତି। ସମସ୍ତଙ୍କ ନିକଟରେ ମୌଳିକ ଆବଶ୍ୟକତା, ସୁବିଧା ଓ ଉନ୍ନୟନ ଯୋଜନା ପହଞ୍ଚି ପାରି ନ ଥିବା ବେଳେ କର୍ମ ନିଯୁକ୍ତି ଏକ ବଡ଼ ସମସ୍ୟା ହୋଇଛି। କୃଷି ଅର୍ଥନୀତିଭିତ୍ତିକ ଏହି ଜିଲା ଅର୍ଥନୀତି ବିକାଶ କ୍ଷେତ୍ରରେ ରାଜ୍ୟର ୨୬ତମ ସ୍ଥାନରେ ଅଛି। ତୃଣମୂଳସ୍ତରରେ ଯୋଜନା ପହଞ୍ଚିବା ପାଇଁ ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ଜରୁରୀ ବୋଲି ମତାମତ ମିଳିଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ସହିତ ଅବିଭକ୍ତ କଟକ ଜିଲାରୁ ପଡୋଶୀ ଯାଜପୁର ଓ ଜଗତସିଂହପୁର ଜିଲା ଗଠନ ହୋଇଥିଲା। ଏହି ଦୁଇ ଜିଲାରେ ରାଜନେତା ଓ ପ୍ରଶାସକଙ୍କ ସମନ୍ବୟରେ ଆର୍ଥିକ ଓ ସାମାଜିକ ବିକାଶ ହେଉଥିବା ବେଳେ କେନ୍ଦ୍ରାପଡ଼ା ଖୁବ ପଛରେ ରହିଛି। ଜିଲାରେ ଏବେ ୧୬ ଲକ୍ଷରୁ ଅଧିକ ଅଧିବାସୀ ୧୫୯୨ ରାଜସ୍ବ ଗ୍ରାମରେ ଅଛନ୍ତି। ରାଜ୍ୟର ସର୍ବପ୍ରଥମ ମ୍ୟୁନିସିପାଲିଟି ଭାବେ କେନ୍ଦ୍ରାପଡ଼ାକୁ ମାନ୍ୟତା ଦିଆଯାଇଛି। ହେଲେ ସମସ୍ତଙ୍କ ନିକଟରେ ମୌଳିକ ଆବଶ୍ୟକତା ପହଞ୍ଚି ପାରି ନାହିଁ। ଅଦ୍ୟାବଧି ଜିଲାର ୧୬ ପଞ୍ଚାୟତକୁ ସଡ଼କ ଯୋଗାଯୋଗ ପଥ ନ ଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ ସହ ଆପାତକାଳୀନ ସମୟରେ ଦମକଳ ଗାଡ଼ି ଓ ଆମ୍ବୁଲାନ୍ସ ସେବା ପହଞ୍ଚି ପାରିନାହିଁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ସତ୍ତ୍ୱେ କେତେକ ପଡା ଅଞ୍ଚଳକୁ ବିଦ୍ୟୁତ ସେବାରୁ ବଞ୍ଚିତ କରାଯାଇଛି। ଶିକ୍ଷା ଓ ସ୍ବାସ୍ଥ୍ୟ ପରି ମୌଳିକ ଆବଶ୍ୟକତା ପୂରଣ ହୋଇ ପାରୁ ନ ଥିବାରୁ ଜିଲାବାସୀଙ୍କ ସୁଖଦ ସ୍ବପ୍ନ ହଜିଥିବା ସେ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, ଶିଳ୍ପବିହୀନ ଏହି ଜିଲାରେ କର୍ମ ନିଯୁକ୍ତି ଏକ ବଡ଼ ସମସ୍ୟା। ୫୭ ହଜାରରୁ ଅଧିକ ବୈଷୟିକ ଡିଗ୍ରୀଧାରୀ କର୍ମ ନିୟୋଜନ କାର୍ଯ୍ୟାଳୟରେ ପଞ୍ଜୀକୃତ ହୋଇଥିଲେ ମଧ୍ୟ ନିଯୁକ୍ତି ମିଳିପାରୁ ନାହିଁ। ଯୁବବର୍ଗ ହୋଇ ଜିଲା ବାହାରେ କର୍ମ ଅନ୍ବେଷଣରେ ଅଛନ୍ତି। ପ୍ରତି ସପ୍ତାହରେ ଦାଦନ ଯନ୍ତ୍ରଣାଜନିତ ଖବର ଜିଲାରେ ପହଞ୍ଚୁଛି। ଏପରି କି କରୋନା ସଂକ୍ରମଣ ସମୟରେ ଜିଲାର ପ୍ରାୟ ୩ ଲକ୍ଷ ଶ୍ରମିକ ପ୍ରବାସରୁ ଫେରିଥିବା ଏକ ବେସରକାରୀ ସଂସ୍ଥାର ସର୍ଭେରୁ ଜଣାପଡିଛି। ସାମାଜିକ କର୍ମୀ ହରେକୃଷ୍ଣ ପାତ୍ର କୁହନ୍ତି, ନିର୍ବାଚନ ସମୟରେ ବରୁଣେଇ ବନ୍ଦର, ପାୱାର ଥର୍ମାଲ ପ୍ଲାଣ୍ଟ, ନଦୀଭିତ୍ତିକ ବନ୍ଦର, ଶିଳ୍ପ ପ୍ରତିଷ୍ଠା, ଜାତୀୟ ଉଦ୍ୟାନର ସୁରକ୍ଷା, ଐତିହ୍ୟର ପୁନରୁଦ୍ଧାର, ବିଭିନ୍ନ ନଦୀରେ ସେତୁ, ମେଡିକାଲ କଲେଜ, କୃଷିଭିତ୍ତିକ ଶିଳ୍ପ, କେନ୍ଦ୍ରାପଡ଼ା ବିଶ୍ୱବିଦ୍ୟାଳୟ, ବିଇଡି କଲେଜ ଆଦିର ପ୍ରତିଷ୍ଠା ନେଇ ରାଜନେତା ସ୍ବପ୍ନ ଦେଖାଉଥିବା ବେଳେ ଅଦ୍ୟାବଧି ତାହା ପୂରଣ ହୋଇନାହିଁ। କୃଷି ପାଇଁ ଜଳ ପରିଚାଳନା ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହି ଜିଲାର କୃଷକ ଜଳସେଚନ ଓ ଜଳ ନିଷ୍କାସନ ସମସ୍ୟା ମଧ୍ୟରେ ରହି ଅର୍ଥକରୀ ଫସଲ ଉପତ୍ନ୍ନ କରିପାରୁନାହାନ୍ତି। ସେହିପରି ମଣ୍ଡି ଓ ଶୀତଳଭଣ୍ଡାର, ତାଲିମ ଆଦି କ୍ଷେତ୍ରରେ ଜିଲା ଢ଼େର ପଛୁଆ ଥିବା ସେ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ମନୋଜ ନାୟକ କହିଛନ୍ତି, ଜାତୀୟ ଉଦ୍ୟାନ ଭିତରକନିକାର ଜଙ୍ଗଲ ଅଞ୍ଚଳ ଏବେ ଅନୁପ୍ରବେଶକାରୀଙ୍କ କବଳରେ ଅଛି। ପାରାଦୀପ ଚଣ୍ଡିଖୋଲ ରାଜପଥ କେନ୍ଦ୍ରାପଡ଼ା ମଧ୍ୟରେ ୪୫ କି.ମି. ଅଛି। ଏହି ବାଟ ଦେଇ ଯାତାୟାତ କରୁଥିବା ପରିବହନ ଗାଡ଼ି ଧକ୍କାରେ ଜିଲାବାସୀ ମୃତାହତ ହେଉଥିଲେ ମଧ୍ୟ ଜଗତ୍‌ସିଂହପୁର, କେନ୍ଦୁଝର, ଯାଜପୁରର ଶିଳ୍ପ ଓ ଖଣି ଅଞ୍ଚଳରୁ ସିଏସ୍‌ଆର ବାବଦରେ ଟଙ୍କାଟିଏ ମିଳୁନାହିଁ। ଜିଲାର ତୃଣମୂଳ ବିକାଶ ପାଇଁ ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ଜରୁରୀ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri