ସବୁ ପ୍ରାର୍ଥୀଙ୍କ ମୁହଁରେ ବିକାଶ

ବରଗଡ଼ ଅଫିସ୍‌,୨୭।୧୧: ପଦ୍ମପୁର ଉପନିର୍ବାଚନରେ ପ୍ରଚାର ଜୋରଦାର। କଂଗ୍ରେସ, ଭାଜପା ଓ ବିଜେଡି ହେଭିଓ୍ବେଟ୍‌ ନିର୍ବାଚନମଣ୍ଡଳୀ ଗସ୍ତ କରି ଭୋଟରଙ୍କୁ ଭେଟୁଛନ୍ତି। ସବୁ ନେତାଙ୍କ ମୁହଁରେ ଏବେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିକାଶ କଥା। ଏଠାର ଭୋଟର ସବୁଦଳକୁ ସୁଯୋଗ ଦେଇଛନ୍ତି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଜଣେ ପୂର୍ବତନ ବିଧାୟକ ହୋଇଥିବାବେଳେ ଭାଜପାର ପ୍ରଦୀପ ପୁରୋହିତ ୨୦୧୪ରେ ନିର୍ବାଚିତ ହୋଇଥିଲେ। ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ନବାଗତା ହେଲେ ମଧ୍ୟ ପଦ୍ମପୁର ତାଙ୍କ ବାପା ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଗଡ଼ ଥିଲା। ଏସବୁ ସତ୍ତ୍ୱେ ପ୍ରକୃତ ବିକାଶ ପଦ୍ମପୁରକୁ ଛୁଇଁପାରିନାହିଁ।
ଦାଦନ କିମ୍ବା ଜଳସେଚନ କଥା ଉଠିଲେ ଜିଲାରେ ପ୍ରଥମେ ପଦ୍ମପୁର ଉପଖଣ୍ଡ ଆସିବ। ଏଠାରୁ ସର୍ବାଧିକ ଶ୍ରମିକ ଦାଦନ ଖଟିବାକୁ ଯାଇଥାନ୍ତି। ଜିଲାର ହୀରାକୁଦ ଅଣଜଳସେଚିତ କହିଲେ ପଦ୍ମପୁର ଉପଖଣ୍ଡକୁ ବୁଝାଯାଏ। କିନ୍ତୁ ଦାଦନ, ଜଳସେଚନ ଭଳି ବଡ଼ ସମସ୍ୟାର ସମାଧାନ କରିବାରେ କୌଣସି ଦଳ ସକ୍ଷମ ହୋଇନାହାନ୍ତି। ବରଗଡ଼ ଭାୟା ପଦ୍ମପୁର ଦେଇ ନୂଆପଡ଼ାକୁ ରେଳପଥ, ପଦ୍ମପୁର ଜିଲା ଗଠନ, କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲବୀମା ରାଶି ଏବଂ ଇନପୁଟ୍‌ ସହାୟତା ରାଶି ଅଞ୍ଚଳବାସୀଙ୍କ ପ୍ରମୁଖ ଦାବି ରହିଛି। ବରଗଡ଼ ଭାୟା ପଦ୍ମପୁର ଦେଇ ନୂଆପଡ଼ାକୁ ରେଳପଥ ଯେଭଳି ଅଞ୍ଚଳବାସୀଙ୍କ ଦଶନ୍ଧିର ଦାବି ଥିଲା, ଜଳସେଚନ ଏବଂ ଦାଦନ ସମସ୍ୟା ମଧ୍ୟ ଦୀର୍ଘଦିନର ଦାବି। କଂଗ୍ରେସ ଜିଲା ସଭାପତି ନିହାର ରଞ୍ଜନ ମହାନନ୍ଦ କହିଛନ୍ତି, ଦାଦନ, କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ବିଦ୍ୟୁତ୍‌, ନିଯୁକ୍ତିକୁ ନେଇ ଦଳ ଭୋଟରଙ୍କ ପାଖକୁ ଯାଉଛି। କେନ୍ଦ୍ର ୨କୋଟି ଏବଂ ରାଜ୍ୟ ସରକାର ୨ଲକ୍ଷ ନିଯୁକ୍ତି ଦେବେ ବୋଲି ପୂର୍ବ ପ୍ରତିଶ୍ରୁତି ଫମ୍ପା ଆଓ୍ବାଜ ପାଲଟିଥିବା ସେ କହିଛନ୍ତି। ଭାଜପା ଜିଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ କହିଛନ୍ତି, ଦାଦନ, ଜଳସେଚନ, ପାନୀୟଜଳ ଭଳି ସମସ୍ୟା ନିର୍ବାଚନମଣ୍ଡଳୀରେ ରହିଛି। ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ ହେଲେ ସମାଧାନ ପାଇଁ ବିଧାନସଭାରେ ସ୍ବର ଉଠାଇବେ ବୋଲି ଷଡ଼ଙ୍ଗୀ କହିଛନ୍ତି। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଏବଂ ବିକାଶ ଧାରାକୁ ନେଇ ବିଜେଡି ଭୋଟରଙ୍କ ପାଖରେ ପହଞ୍ଚୁଛି। ଜଳସେଚନ, ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ ଭଳି ସାମଗ୍ରିକ ବିକାଶ ପ୍ରସଙ୍ଗ ରହିଛି। ପ୍ରଧାନମନ୍ତ୍ରୀ ଫସଲବୀମା ନେଇ କେନ୍ଦ୍ରର ଭାଜପା ସରକାର କୁମ୍ଭୀର କାନ୍ଦଣା କରୁଥିବାବେଳେ ବରଗଡ଼ ଭାୟା ପଦ୍ମପୁର ଦେଇ ନୂଆପଡ଼ା ରେଳପଥକୁ ନେଇ ଭୁଆଁ ବୁଲାଉଛି ବୋଲି ସେ କହିଥିଲେ। ଲୋକେ ୩ ପ୍ରମୁଖ ଦଳର ମନ୍ତବ୍ୟକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଉକ୍ତ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଳ ବ୍ଲକ ରସମୁଣ୍ଡା ଗ୍ରାମର ଉମାକାନ୍ତ ଶତପଥି କହିଛନ୍ତି, ସବୁଦଳ ସବୁ ନିର୍ବାଚନରେ ପ୍ରତିଶ୍ରୁତି ଦେଇଆସୁଛନ୍ତି। ଏହା ବିଶ୍ୱାସଯୋଗ୍ୟ ନୁହେଁ। ଚାଷୀଙ୍କୁ ଯଦି ଠକୁଛନ୍ତି, ଅନ୍ୟମାନଙ୍କୁ କଣ କରୁଥିବେ ବୋଲି ସେ କହିଥିଲେ। ପାଇକମାଳର ଅନ୍ୟ ଜଣେ ଭୋଟର ସନ୍ତୋଷ ପାଣିଗ୍ରାହୀ କହିଛନ୍ତି, ନିର୍ବାଚନବେଳେ ସବୁଦଳ ଏଭଳି ପ୍ରତିଶ୍ରୁତି ଦେଇଥାନ୍ତି। ଆମେ ବିଶ୍ୱାସ ମଧ୍ୟ କରିଥାଉ। କିନ୍ତୁ ନିର୍ବାଚନ ପରେ ସେମାନେ ଭୁଲି ଯାଇଥାନ୍ତି। ଆମେ ସବୁକଥାକୁ ସହୁଛୁ। ହେଲେ ପରବର୍ତ୍ତୀ ନିର୍ବାଚନରେ ପୁଣି ଭୋଟ୍‌ ଦେଉଛୁ। ଝାରବନ୍ଧ ବ୍ଲକ କୋତନାର ଭୋପାଳ ଚନ୍ଦ୍ର ସାହୁ କହିଛନ୍ତି, ଯେଉଁମାନେ ଅଞ୍ଚଳର ଉନ୍ନତି କରିବେ ବୋଲି ଅନୁଭବ କରୁଛୁ, ତାଙ୍କ ସପକ୍ଷରେ ଭୋଟ୍‌ ଦେବୁ। ପ୍ରଚାର ପାଇଁ ନେତା, ମନ୍ତ୍ରୀ ତ ଅନେକ ଆସୁଛନ୍ତି। ବହୁତ ଉନ୍ନତି କରିବୁ ବୋଲି କହୁଛନ୍ତି। ହେଲେ ସବୁଦିନ ଆମେ ଏହା ଶୁଣି ଆସୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri